ଫିକା ଫିକା ଏ ଥର କଟକ ଦଶହରା: ସୁନା ଅଳଙ୍କାର ଥାଇ ବି ମା’ ପିନ୍ଧିଲେ ମାଟି ତିଆରି ଗହଣା

ପ୍ରତି ବର୍ଷ ଦୁର୍ଗା ପୂଜାରେ କଟକର ମେଢ଼ଗୁଡ଼ିକରେ ୮୦ କ୍ୱିଣ୍ଟାଲ ଚାନ୍ଦି ଓ ୫୭ କିଲୋର ସୁନା ଗହଣା ଲାଗେ । ହେଲେ ଏ ବର୍ଷ କରୋନାଜନିତ କଟକଣା ଯୋଗୁଁ ସେ ସବୁରୁ ଅଧିକାଂଶ ବ୍ୟବହାର କରାଯାଇ ନାହିଁ ।

ପ୍ରତି ବର୍ଷ ଦୁର୍ଗା ପୂଜାରେ କଟକର ମେଢ଼ଗୁଡ଼ିକରେ ୮୦ କ୍ୱିଣ୍ଟାଲ ଚାନ୍ଦି ଓ ୫୭ କିଲୋର ସୁନା ଗହଣା ଲାଗେ । ହେଲେ ଏ ବର୍ଷ କରୋନାଜନିତ କଟକଣା ଯୋଗୁଁ ସେ ସବୁରୁ ଅଧିକାଂଶ ବ୍ୟବହାର କରାଯାଇ ନାହିଁ ।

ପ୍ରତି ବର୍ଷ ଦୁର୍ଗା ପୂଜାରେ କଟକର ମେଢ଼ଗୁଡ଼ିକରେ ୮୦ କ୍ୱିଣ୍ଟାଲ ଚାନ୍ଦି ଓ ୫୭ କିଲୋର ସୁନା ଗହଣା ଲାଗେ । ହେଲେ ଏ ବର୍ଷ କରୋନାଜନିତ କଟକଣା ଯୋଗୁଁ ସେ ସବୁରୁ ଅଧିକାଂଶ ବ୍ୟବହାର କରାଯାଇ ନାହିଁ ।

  • Share this:
News18 Odia Digital

କଟକ: ସୁନା ଓ ଚାନ୍ଦିର ତାରକସୀ କାର୍ଯ୍ୟ କଟକ ସହରକୁ ସମଗ୍ର ବିଶ୍ବରେ ପରିଚିତ କରାଇ ପାରିଛି । ଦଶହରାର ଚାନ୍ଦି ମେଢ଼ ମାଧ୍ୟମରେ କଟକର ଏହି ତାରକସୀ କାର୍ଯ୍ୟ ସର୍ବସମ୍ମୁଖରେ ପ୍ରଦର୍ଶିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନାଜନିତ କଟକଣା ଯୋଗୁଁ ନା ସୁନା ମୁକୁଟ ନା ଚାନ୍ଦି ମେଢ଼ କିଛି ବି ବ୍ୟବହାର ହୋଇନାହିଁ ।

କଟକ ସହରରେ ଥିବା ମୋଟ ୧୬୭ଟି ପୂଜା ମଣ୍ଡପ ମଧ୍ୟରୁ ୨୭ଟିରେ ଚାନ୍ଦି ମେଢ଼ ହୁଏ । ପ୍ରତି ମେଢ଼ରେ ପାଖାପାଖି ତିନି କ୍ୱିଣ୍ଟାଲ ଓଜନର ଚାନ୍ଦି ବ୍ୟବହୃତ ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ମଣ୍ଡପରେ ମା' ଦୁର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କୁ ଚାନ୍ଦିର ଆଭୁଷଣ ଓ ମୁକୁଟ ଲାଗି କରାଯାଇଥାଏ । ଏକ ଆକଳନ ମୁତାବକ କଟକ ସହରରେ ଥିବା ମଣ୍ଡପ ଗୁଡ଼ିକରେ ପ୍ରାୟ ୮୦ କ୍ୟୁଇଣ୍ଟାଲ ଚାନ୍ଦି ବ୍ୟବହାର କରାଯାଇଥାଏ ।

କଟକର ଅନେକ ମଣ୍ଡପରେ ମା' ଦୁର୍ଗାଙ୍କ ମୂର୍ତ୍ତି ସୁନା ଅଳଙ୍କାରରେ ବି ଆଭୁଷିତ କରାଯାଇଥାଏ । ବିଶେଷ କରି ଛଅଟି ମଣ୍ଡପରେ ମା’ଙ୍କୁ ସୁନା ମୁକୁଟରେ ଆଭୁଷିତ କରାଯାଇଥାଏ । ସେଗୁଡ଼ିକ ମଧ୍ୟରୁ ଚୌଧୁରୀ ବଜାର, ଶେଖ ବଜାର ଓ ମଙ୍ଗଳାବାଗ ମଣ୍ଡପରେ ତ ମା'ଙ୍କ ସହ ପାର୍ଶ୍ବ ଦେବାଦେବୀମାନଙ୍କୁ ବି ସୁନା ମୁକୁଟ ଲାଗି କରାଯାଇଥାଏ । ଚୌଧୁରୀ ବଜାର ମଣ୍ଡପରେ ସର୍ବାଧିକ ୩୦ କେଜି ଓଜନର ସୁନା ବ୍ୟବହାର ହୋଇଥାଏ । ଏହି ମଣ୍ଡପ କଟକର ଏକ ମାତ୍ର ମଣ୍ଡପ ଯେଉଁଠି ମେଢ଼ରେ ସୁନା "କଲିକା" ଖଞ୍ଜା ଯାଇଛି । ତେବେ ମୋଟ ଦଶହରାରେ ବ୍ୟବହାର ହେଉଥିବା ସୁନାର ଓଜନ ପାଖା ପାଖି ୫୭ କେଜି ରହିଥାଏ ।

ହାଇ କୋର୍ଟଙ୍କ ଅନୁମତିରେ ବଡ଼ ମୂର୍ତ୍ତି ତିଆରି କରି ମଣ୍ଡପରେ ଚାନ୍ଦି ମେଢ଼ ଓ ଚାନ୍ଦି ଅଭୂଷଣ ଲଗାଇଥିବା ଫିରିଙ୍ଗି ବଜ଼ାର ପୂଜା ମଣ୍ଡପ


ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!

ଏତେ ସବୁ ସୁନା ଓ ଚାନ୍ଦିର ଅଳଙ୍କାର ଥାଇ ମଧ୍ୟ କେବଳ ତିନୋଟି ମଣ୍ଡପକୁ ବାଦ ଦେଲେ ଅନ୍ୟ ସମସ୍ତ ମଣ୍ଡପ ଚଳିତ ବର୍ଷ ମା' ଦୁର୍ଗାଙ୍କୁ ମାଟି ଅଳଙ୍କାର ଲାଗି କରିଛନ୍ତି । ସୁନା ଓ ଚାନ୍ଦିର ସମସ୍ତ ଆଭୁଷଣ ପୂର୍ବ-ନିର୍ଦ୍ଧାରିତ ମୂର୍ତ୍ତିର ମାପରେ ତିଆରି ହୋଇଥିଲା, କିନ୍ତୁ ଏ ବର୍ଷ ମୂର୍ତ୍ତିର ଉଚ୍ଚତା ଛୋଟ କରାଯିବାରୁ ସେହି ସବୁ ଅଳଙ୍କାର ସେଥିରେ ବ୍ୟବାହାର କରାଯାଇ ପାରିନାହିଁ । ସମାନ କଥା ମେଢ଼ କ୍ଷେତ୍ରରେ ମଧ୍ୟ ହୋଇଛି । ଛୋଟ ମୂର୍ତ୍ତି ହେବାରୁ ବଡ଼ ମୁର୍ତ୍ତିର ପଛ ପଟେ ଚାନ୍ଦି ବଦଳରେ ଏବେ ଜରି ମେଢ଼ ଶୋଭାପାଉଛି ।

ଗୋଟିଏ ପଟେ କଟକଣା ମଧ୍ୟରେ ପୂଜା ଓ ଅନ୍ୟ ପଟେ ଶ୍ରଦ୍ଧାଳୁମାନେ ମଣ୍ଡପକୁ ଆସିବା ବାରଣ ଥିବାରୁ ଏହି ସବୁ ସୁନା ଓ ରୂପା ଅଳଙ୍କାରକୁ ବ୍ୟବହାର କରାଯାଇ ନ ଥିବା କହିଛନ୍ତି ପୂଜା କମଟିଗୁଡ଼ିକର କର୍ମକର୍ତ୍ତାମାନେ ।

ଜରି ମୁକୁଟ ଓ ମେଢ଼ ସହିତ ରାଣୀହାଟ ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି


ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

‘‘ଆମେ ପୂର୍ବରୁ ଅନୁମାନ କରି ସାରିଥିଲୁ ଯେ ଏ ବର୍ଷ ବଡ଼ ମୁର୍ତ୍ତି ଆମେ କରି ପାରିବୁ ନାହିଁ । ସେଇଥି ପାଇଁ ଏ ବର୍ଷ ଚାନ୍ଦି ସଫା ମଧ୍ୟ କଲୁ ନାହିଁ । ଗଲା ଦଶହରା ପରେ ମେଢ଼ରେ ଲାଗୁଥିବା ଚାନ୍ଦିକୁ ଆମେ ସେମିତି ଷ୍ଟ୍ରଙ୍ଗ୍‌ ରୁମରେ ହିଁ ରଖିଛୁ । ଏ ବର୍ଷ ଷ୍ଟ୍ରଙ୍ଗ ରୁମ ବି ଖୋଲିନାହୁଁ,’’ କହିଛନ୍ତି ତାରକସୀ କାରୁକାର୍ଯ୍ୟ ଭରା ନିଜର ଚାନ୍ଦି ମେଢ଼କୁ ଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଦର୍ଶିତ କରି ପୁରଷ୍କୃତ ହୋଇଥିବା ଅଲିଶା ବଜାର ପୂଜା କମିଟିର ସଭାପତି କିଶୋର ମହାନ୍ତି ।



ଚାରି କିଲୋ ଓଜନର ସୁନା ମୁକଟ କରିଥିବା ଖାନ୍‌ ନଗର ପୂଜା କମିଟିର ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, ‘‘ବଡ଼ ମୂର୍ତ୍ତି ତିଆରି କରିବା ଉପରେ ସରକାର କଟକଣା ଜାରି କଲେ । ସେଥି ପାଇଁ ଆମେ ସରକାରଙ୍କ ନିୟମ ମାନି ଚାରି ଫୁଟ ଉଚ୍ଚତାର ଛୋଟ ମୂର୍ତ୍ତି ତିଆରି କଲୁ । ଯେହେତୁ ଆମେ ମଣ୍ଡପରେ ମା'ଲକ୍ଷ୍ମୀଙ୍କ ପୂଜା ବି ହୁଏ, ଆମେ ମା'ଲକ୍ଷ୍ମୀଙ୍କ ସେହି ଚାନ୍ଦି ସାଜକୁ ମା'ଦୁର୍ଗାଙ୍କୁ ପିନ୍ଧାଇଛୁ । ସୁନା ମୁକୁଟ ଓ ଚାନ୍ଦି ମେଢ ଏ ଥର ମା’ ଦୁର୍ଗାଙ୍କ ପୂଜାରେ ଲାଗି ପାରିଲା ନାହିଁ ।’’
Published by:Anand ST Das
First published: