News18 Odia Digital
Gold Price Update: ଯଦି ଆପଣ ବିବାହ ଋତୁରେ ସୁନା କିମ୍ବା ସୁନା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଖୁସି ଖବର ଅଛି। ସୁନା ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ଏହି ବାଣିଜ୍ୟ ସପ୍ତାହର ଚତୁର୍ଥ ଦିନରେ ସୁନା ମୂଲ୍ୟରେ ହ୍ରାସ ଜାରି ରହିଥିବାବେଳେ ରୂପା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିଲା।
ବର୍ତ୍ତମାନ ସୁନା ପୁଣି ଥରେ ୧୦ ଗ୍ରାମ ପିଛା ୫୧,୦୦୦ ଟଙ୍କା ଥିବା ବେଳେ ରୂପା କିଲୋଗ୍ରାମ ମୂଲ୍ୟ ୬୧,୮୦୦ ଟଙ୍କା ରହିଛି। ଏହା ସହିତ ସୁନା ପ୍ରାୟ ୫,୧୦୦ ଟଙ୍କା ଓ ରୂପା ୧୮,୦୦୦ରୁ ଅଧିକ ଶସ୍ତାରେ ମିଳୁଛି।
ଗୁରୁବାର ଦିନ ସୁନା ୧୦ ଗ୍ରାମ ପିଛା ୯ ଟଙ୍କା ଶସ୍ତା ହୋଇ ୫୧,୦୨୯ ଟଙ୍କାରେ କାରବାର କରୁଥିଲା। ବୁଧବାର ଶେଷ ବାଣିଜ୍ୟ ଦିନରେ ସୁନା ୧୦ ଗ୍ରାମ ପିଛା ୫୧ ଟଙ୍କା ଶସ୍ତା ହୋଇ ୫୧,୦୩୯ ଟଙ୍କାରେ କାରବାର କରିଥିଲା।
ଅନ୍ୟପକ୍ଷରେ, ରୂପା ଗୁରୁବାର ଦିନ ୧୨୧ ଟଙ୍କା ବ୍ୟୟବହୁଳ ହୋଇ କିଲୋଗ୍ରାମରେ ୬୧,୮୦୬ ଟଙ୍କାରେ କରାବାର କରୁଥିଲା। ବୁଧବାର ଦିନ ରୂପା ୩୬୭ ଟଙ୍କା ଶସ୍ତା ହୋଇ କିଲୋଗ୍ରାମରେ ୬୧,୬୮୫ ଟଙ୍କାରେ ପହଞ୍ଚିଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।