ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପାର୍ବଣ ସିଜିନରେ ପୁଣି ଶସ୍ତା ହେଲା ସୁନା-ରୂପା; ଯାଞ୍ଚ କରନ୍ତୁ ଆଜି କେତେ ଟଙ୍କା ହ୍ରାସ ପାଇଲା?

ପାର୍ବଣ ସିଜିନରେ ପୁଣି ଶସ୍ତା ହେଲା ସୁନା-ରୂପା; ଯାଞ୍ଚ କରନ୍ତୁ ଆଜି କେତେ ଟଙ୍କା ହ୍ରାସ ପାଇଲା?

ଆଜି ସୁନା-ରୂପା ଦରରେ ହ୍ରାସ ଘଟିଛି । MCX ରେ (ମଲ୍ଟି କମୋଡିଟି ଏକ୍ସଚେଞ୍ଜ) ସୁନା ଦାମ୍ ୦.୩ ପ୍ରତିଶତ ଅର୍ଥାତ ୧୨୭ ଟଙ୍କା ହ୍ରାସ ହୋଇ ସୁନା ପ୍ରତି ୧୦ ଗ୍ରାମ ୪୪,୭୩୨ ଟଙ୍କା ସ୍ତରରେ କାରବାର କରୁଛି ।

ପାର୍ବଣ ସିଜିନରେ ପୁଣି ଶସ୍ତା ହେଲା ସୁନା-ରୂପା; ଯାଞ୍ଚ କରନ୍ତୁ ଆଜି କେତେ ଟଙ୍କା ହ୍ରାସ ପାଇଲା?
ପାର୍ବଣ ସିଜିନରେ ପୁଣି ଶସ୍ତା ହେଲା ସୁନା-ରୂପା
  • News18 Odia
  • Last Updated: March 10, 2021, 12:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ହ୍ରାସ ଘଟିଛି । MCX ରେ (ମଲ୍ଟି କମୋଡିଟି ଏକ୍ସଚେଞ୍ଜ) ସୁନା ଦାମ୍ ୦.୩ ପ୍ରତିଶତ ଅର୍ଥାତ ୧୨୭ ଟଙ୍କା ହ୍ରାସ ହୋଇ ସୁନା ପ୍ରତି ୧୦ ଗ୍ରାମ ୪୪,୭୩୨ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ରୂପା ଦାମ୍ ୦.୭ ପ୍ରତିଶତ ହ୍ରାସ ହୋଇ ପ୍ରତି କିଲୋଗ୍ରାମ ୬୭,୦୧୧ ଟଙ୍କା ସ୍ତରରେ କାରବାର କରୁଛି । ଏପର୍ଯ୍ୟନ୍ତ ସୁନା ଦାମ୍ ରେକର୍ଡ ସ୍ତରରୁ ୧୧,୫୦୦ ଟଙ୍କା ହ୍ରାସ ପାଇ ସାରିଛି ।

ଅଗଷ୍ଟ ୨୦୨୦ ରେ ସୁନା ଦାମ୍ ରେକର୍ଡ ସ୍ତର ଅର୍ଥାତ ପ୍ରତି ୧୦ ଗ୍ରାମ ୫୬,୨୦୦ ଟଙ୍କାକୁ ଛୁଇଁ ଥିଲା । ସେହି ଦିନଠାରୁ ସୁନା ଦାମ୍ ୧୧,୫୦୦ ଟଙ୍କା ଶସ୍ତା ହୋଇସାରିଛି ।

ଏହା ବି ପଢ଼ନ୍ତୁ | ବଦଳିଲେ ବଡ଼ ପୋଲିସ୍ଅଫିସର୍‌; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲା

ବର୍ତ୍ତମାନ ପର୍ଯ୍ୟନ୍ତ ସୁନାର ଦାମ୍ ପ୍ରାୟ ୧୧ ମାସ ତଳକୁ ଖସି ଆସିଛି । ଗତ ବର୍ଷ ଅଗଷ୍ଟ ମାସରେ ସୁନା ଦାମ୍ ସର୍ବାଧିକ ୫୭,୦୦୦ ଟଙ୍କାକୁ ଛୁଇଁ ଥିଲା କିନ୍ତୁ ବର୍ତ୍ତମାନ ସୁନା ୨୨ ପ୍ରତିଶତ ନିମ୍ନ ସ୍ତରରେ କାରବାର କରୁଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ

ଗ୍ଲୋବାଲ ମାର୍କେଟରେ ସୁନା ଦାମ୍
ଗ୍ଲୋବାଲ ମାର୍କେଟରେ ପୂର୍ବ ସେସନରେ ଏକ ବଡ଼ ବୃଦ୍ଧି ପରେ ଆଜି ସୁନା ଦାମ୍ ହ୍ରାସ ପାଇଛି । ପୂର୍ବ ବାଣିଜ୍ୟ ସେସନରେ ସୁନା ଦାମ୍ ୦.୨ ପ୍ରତିଶତ ବୃଦ୍ଧି ପାଇ ୧,୭୧୨.୮୨ ଡଲାରରେ ପହଞ୍ଚିଥିଲା । ପୂର୍ବ ସେସନରେ ଧାତୁର ଦାମ୍ ମଧ୍ୟ ୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିଲା ।

ଫେଡେରାଲ ରିଜର୍ଭ ନୀତି ଉପରେ ବ୍ୟବସାୟୀମାନେ ନଜର ରଖିଛନ୍ତି
ଏହି ସମୟରେ ସୁନା ବ୍ୟବସାୟୀମାନେ ଆସନ୍ତା ସପ୍ତାହରେ ଫେଡେରାଲ ରିଜର୍ଭର ଦୁଇ ଦିନିଆ ନୀତି ଉପରେ ଧ୍ୟାନ ଦେଉଛନ୍ତି । ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ଏହାର ମୁଦ୍ରା ନୀତି ବୈଠକ କରିଛି ଓ ରାଷ୍ଟ୍ରପତି ଖ୍ରୀଷ୍ଟାଇନ ଲାଗାର୍ଡ ଗୁରୁବାର ଦିନ ଏକ ସଂକ୍ଷିପ୍ତ ଆଲୋଚନା କରିବାକୁ ଯାଉଛନ୍ତି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଯୁବ ଓକିଲଙ୍କ ଜାଲିଆତି: କୋର୍ଟର ନକଲି ଆଦେଶ ଥାନାରେ ଦେଇ ଜେଲ୍ ଗଲେ

ଏଥିସହ ମାର୍କେଟ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ୧.୯ ଟ୍ରିଲିୟନ ଡଲାର କରୋନୋ ଭାଇରସ ରିଲିଫ ପ୍ୟାକେଜ ଉପରେ ମଧ୍ୟ ନଜର ରଖିଛି ।



ନିବେଶକମାନେ କ’ଣ କରିବା ଉଚିତ୍?
ଆଇସିସିଆଇ ପ୍ରୁଡେନ୍ସିଆଲ ଏମସି ପ୍ରଡକ୍ଟ ଡେଭଲପମେଣ୍ଟ ଆଣ୍ଡ ଷ୍ଟ୍ରେଟେଜି ହେଡ଼ ଚିନ୍ତନ ହରିୟା କୁହନ୍ତି, "ଜଣେ ନିବେଶକଙ୍କ ପାଇଁ ସୁନାରେ ପୁଞ୍ଜି ବିନିଯୋଗ କରିବା ଏକ ଭଲ ସମୟ । ଗତ ବର୍ଷ ମଧ୍ୟ ସୁନା ରିଟର୍ଣ୍ଣ ପ୍ରାୟ ୨୫ ପ୍ରତିଶତ ଥିଲା । ଯଦି ଆପଣ ଦୀର୍ଘ ସମୟ ପାଇଁ ବିନିଯୋଗ କରୁଛନ୍ତି ତେବେ ସୁନା ବିନିଯୋଗ ପାଇଁ ଏକ ନିରାପଦ ଓ ଉତ୍ତମ ବିକଳ୍ପ ଅଟେ । ଯାହା ଉତ୍କୃଷ୍ଟ ରିଟର୍ଣ୍ଣ ଦେଇଥାଏ । ଯଦିଓ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ସୁନା ୪୦ ହଜାର ସ୍ତରରୁ ତଳକୁ ଯାଇପାରେ । ତେଣୁ ଆପଣ ଆଉ କିଛି ଦିନ ଅପେକ୍ଷା କରିପାରିବେ ।"
Published by: Jagdish Barik
First published: March 10, 2021, 12:57 PM IST