Gold Rates Today: ସୁନା ଦରରେ ବଡ଼ ହ୍ରାସ; ୪୯ ହଜାର ତଳକୁ ଖସିଗଲା ଦାମ୍, ଜାଣନ୍ତୁ ନୂଆ ଦାମ୍
ଆଜି ସୁନା-ରୂପା (Gold Rates Today) ଦରରେ ବଡ଼ ହ୍ରାସ ଘଟିଛି । ଆଜି ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi commodity exchange) ସୁନା ଦାମ୍ ୨୯୭.୦୦ ଟଙ୍କା ହ୍ରାସ ପାଇ ୪୮,୮୪୬.୦୦ ଟଙ୍କା ସ୍ତରରେ ଟ୍ରେଣ୍ଡ କରୁଛି ।

୪୯ ହଜାର ତଳକୁ ଖସିଗଲା ସୁନା ଦାମ୍
- News18 Odia
- Last Updated: January 27, 2021, 1:09 PM IST
>> ୨୨ କ୍ୟାରେଟ୍ ସୁନା ଦାମ୍: ୪୮୦୯୦ ଟଙ୍କା
>> ରୂପା ଦାମ୍ (ପ୍ରତି କିଲୋଗ୍ରାମ): ୬୬୫୦୦ ଟଙ୍କା
ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇଛି
ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ବିଷୟରେ କହିବାକୁ ଗଲେ ଆଜି ଏଠାରେ ମଧ୍ୟ ସୁନା ଦରରେ ହ୍ରାସ ଘଟିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ସୁନା ୭.୭୧ ଡଲାରରେ ହ୍ରାସ ପ୍ରତି ଆଉନ୍ସ ୧,୮୪୬.୨୦ ଡଲାରରେ କାରବାର କରୁଛି । ଏଥିସହ ରୂପା $ ୦.୧୩ ହ୍ରାସ ହୋଇ ପ୍ରତି ଆଉନ୍ସ ୨୫.୩୩ ଡଲାରରେ କାରବାର କରୁଛି ।
୨୦୨୧ ରେ ଜାରି ରହିବ
୨୦୨୧ ମସିହାରେ ସୁନା ଦରରେ ବୃଦ୍ଧି ପାଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ ଚଳିତ ବର୍ଷ ସୁନା ଦାମ୍ ୧୦ ଗ୍ରାମ ପିଛା ୬୩୦୦୦ ଟଙ୍କାରେ ପହଞ୍ଚିପାରେ । ଏହି ବର୍ଷ ସୁନା ଦର ମଧ୍ୟ ବୃଦ୍ଧି ଘଟିପାରେ । ୨୦୨୦ ମସିହାରେ ସୁନା ମଧ୍ୟ ବହୁତ ମହଙ୍ଗା ଥିଲା ।
HDFC ସିକ୍ୟୁରିଟିଜର ବରିଷ୍ଠ ବିଶ୍ଳେଷକ ତପନ ପଟେଲଙ୍କ ଅନୁଯାୟୀ ୨୦୨୧ ମସିହାରେ ସୁନା ଦରରେ ତୀବ୍ର ବୃଦ୍ଧି ଘଟିବ । ବିଶ୍ୱର ଆର୍ଥିକ ପୁନରୁଦ୍ଧାରର ଚିନ୍ତାଧାରାକୁ ବିଚାରକୁ ନେଇ ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଚଳିତ ବର୍ଷ କମେକ୍ସରେ ସୁନା ପାଇଁ ଟାର୍ଗେଟ୍ ପ୍ରତି ଆଉନ୍ସ ୨,୧୫୦ ଡଲାର ଓ ରୂପା ପାଇଁ ୨,୩୯୦ ଡଲାର ରହିଛି ।