ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭଲ ଖବର! ଶସ୍ତାରେ ସୁନା କିଣିବାର ସୁଯୋଗ; ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲା ସୁନା ଦାମ୍, ଜାଣନ୍ତୁ ଆଜିର ଦର

ଭଲ ଖବର! ଶସ୍ତାରେ ସୁନା କିଣିବାର ସୁଯୋଗ; ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲା ସୁନା ଦାମ୍, ଜାଣନ୍ତୁ ଆଜିର ଦର

Gold prices today: ସୋମବାର ଦିନ ଭାରତୀୟ ବଜାରରେ ସୁନା ଦର ହ୍ରାସ ପାଇଥିବାବେଳେ ରୂପା ଦର ବୃଦ୍ଧି ପାଇଛି । MCX ରେ ସୁନା ଦର ୧୦ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ଭଲ ଖବର! ଶସ୍ତାରେ ସୁନା କିଣିବାର ସୁଯୋଗ; ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲା ସୁନା ଦାମ୍, ଜାଣନ୍ତୁ ଆଜିର ଦର
୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲା ସୁନା ଦାମ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୋମବାର ଦିନ ଭାରତୀୟ ବଜାରରେ ସୁନା ଦର ହ୍ରାସ ପାଇଥିବାବେଳେ ରୂପା ଦର ବୃଦ୍ଧି ପାଇଛି । MCX ରେ ସୁନା ଦର ୧୦ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସୁନା ଦାମ୍ ଫ୍ୟୁଚର ଟ୍ରେଡ଼ରେ ପ୍ରତି ୧୦ ଗ୍ରାମ ୪୪୭୩୧ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ରୂପା ୧.୩ ପ୍ରତିଶତ ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୬୬,୪୬୫ ଟଙ୍କା ରହିଛି । ଚଳିତ ବର୍ଷ ସୁନା ଦର ମଧ୍ୟ ହ୍ରାସ ପାଇଛି । ଚଳିତ ବର୍ଷ ଆରମ୍ଭରୁ ଭାରତରେ ସୁନା ଦାମ୍ ପ୍ରାୟ ୫୦୦୦ ଟଙ୍କା ହ୍ରାସ ପାଇଛି ।

ଅଗଷ୍ଟ ମାସର ସର୍ବୋଚ୍ଚ ସ୍ତର ତୁଳନାରେ ଏପର୍ଯ୍ୟନ୍ତ ସୁନା ଦାମ୍ ୧୧,୫୦୦ ଟଙ୍କା ହ୍ରାସ ପାଇଛି । ଆପଣଙ୍କୁ କହିବାକୁ ଗଲେ 7 ଅଗଷ୍ଟ ୨୦୨୦ ରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ୫୭,୦୦୮ ଟଙ୍କା ସ୍ତରରେ ବନ୍ଦ ହୋଇଥିଲା ।

ଆନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି
ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯୁକ୍ତରାଷ୍ଟ୍ରରେ ସୁନା ଦାମ୍ ପ୍ରତି ଆଉନ୍ସ ୪.୦୫ ଡଲାର ବୃଦ୍ଧି ପାଇ ୧,୭୦୪.୮୪ ଡଲାରରେ କାରବାର କରୁଛି । ଏଥି ସହିତ ରୂପା ଦାମ୍ ୦.୩୬ ଡଲାର ବୃଦ୍ଧି ସହିତ ପ୍ରତି ଆଉନ୍ସ ୨୫.୬୧ ଡଲାରରେ କାରବାର କରୁଛି ।

ଜାଣନ୍ତୁ ମାର୍କେଟିଂ ଏକ୍ସପର୍ଟଙ୍କ ମତ
ଜିଓଜିତ୍ କହିଛନ୍ତି, 'ଯେପର୍ଯ୍ୟନ୍ତ ଦାମ୍ ୧୭୬୦ ଡଲାରରୁ କମ୍ ରହିବ ସେପର୍ଯ୍ୟନ୍ତ ମୋମଣ୍ଟମ୍ ଦୁର୍ବଳ ପାର୍ଶ୍ୱରେ ରହିବାର ସମ୍ଭାବନା ରହିଛି ।'

ସୁନା ଦାମ୍ ୬୩,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ
ବିଶେଷଜ୍ଞମାନେ କହିଛନ୍ତି ଯେ ବିଶ୍ୱବ୍ୟାପୀ କରୋନା ଟୀକାକରଣ ଅଭିଯାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ଅନ୍ୟ ନିବେଶ ବିକଳ୍ପକୁ ଯାଉଛନ୍ତି । ଏହାଦ୍ୱାରା ସୁନା ଦରରେ ହ୍ରାସ ଘଟିଛି । କିନ୍ତୁ ଶୀଘ୍ର ଯଦି ନିବେଶକଙ୍କ ମନୋଭାବ ବଦଳିଯାଏ ତେବେ ସେମାନେ ନିରାପଦ ନିବେଶ ଆଡକୁ ଯିବେ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧ ରେ ସୁନାର ଦର ବୃଦ୍ଧି ହେବାକୁ ଯାଉଛି । ଅନୁମାନ କରାଯାଉଛି ଯେ ଯଦି ସୁନା ଦର ବୃଦ୍ଧି ଆରମ୍ଭ ହୁଏ ତେବେ ଏହା ୬୩,୦୦୦ ଟଙ୍କା ସ୍ତରକୁ ଅତିକ୍ରମ କରିବ ।

ନିବେଶକମାନେ ବର୍ତ୍ତମାନର ଦରରେ ସୁନାରେ ବିନିଯୋଗ କରି ଦୀର୍ଘ ସମୟ ମଧ୍ୟରେ ଉତ୍କୃଷ୍ଟ ଲାଭ କରିପାରିବେ । ଅପରପକ୍ଷେ, ଇକ୍ୱିଟି ବମ୍ ଦୀର୍ଘ ସମୟ ଧରି ରହିବା ପାଇଁ ଅଳ୍ପ ପରିସର ଅଛି । ତେଣୁ ଲାଭ ଉପାର୍ଜନ କରି ଶୀଘ୍ର ବାହାରକୁ ଯିବା ଏକ ଉତ୍ତମ ବିକଳ୍ପ ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ ଜୁନ୍ ୨୦୨୧ ସୁଦ୍ଧା ପ୍ରତି ଆଉନ୍ସ ସୁନା ଦାମ୍ ୧୯୬୦ ଡଲାରକୁ ଛୁଇଁପାରେ ।
Published by: Jagdish Barik
First published: March 8, 2021, 12:58 PM IST