ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୁନା କିଣିବା ପାଇଁ ଆଜି ଏକ ଭଲ ସୁଯୋଗ; ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇସାରିଛି ଶସ୍ତା; ଜଣାନ୍ତୁ ଆଜିର ଦାମ୍

ସୁନା କିଣିବା ପାଇଁ ଆଜି ଏକ ଭଲ ସୁଯୋଗ; ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇସାରିଛି ଶସ୍ତା; ଜଣାନ୍ତୁ ଆଜିର ଦାମ୍

Gold rate Today: ମଙ୍ଗଳବାର କ୍ରମାଗତ ତୃତୀୟ ଦିନ ପାଇଁ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଆଜିର କାରବାର ଆରମ୍ଭରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୧୬୦ ଟଙ୍କା ବୃଦ୍ଧି ହୋଇ ୪୩,୬୮୦ ଟଙ୍କା ହୋଇଛି । ଯେତେବେଳେକି ଏହି ଦର ସୋମବାର ଦିନ ୪୩,୫୨୦ ଟଙ୍କା ଥିଲା ।

ସୁନା କିଣିବା ପାଇଁ ଆଜି ଏକ ଭଲ ସୁଯୋଗ; ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇସାରିଛି ଶସ୍ତା; ଜଣାନ୍ତୁ ଆଜିର ଦାମ୍
ସୁନାରେ କିଣିବା ପାଇଁ ଆଜି ଏକ ଭଲ ସୁଯୋଗ!
  • News18 Odia
  • Last Updated: March 9, 2021, 10:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କ୍ରମାଗତ ତୃତୀୟ ଦିନ ପାଇଁ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଆଜିର କାରବାର ଆରମ୍ଭରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୧୬୦ ଟଙ୍କା ବୃଦ୍ଧି ହୋଇ ୪୩,୬୮୦ ଟଙ୍କା ହୋଇଛି । ଯେତେବେଳେକି ଏହି ଦର ସୋମବାର ଦିନ ୪୩,୫୨୦ ଟଙ୍କା ଥିଲା । MCX ଉପରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୪୪,୩୬୦ ଟଙ୍କା ଥିଲା । ଏଥି ସହିତ ରୂପା ୦.୫ ପ୍ରତିଶତ ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୬୬,୨୦୨ ଟଙ୍କାରେ ପହଞ୍ଚିଛି । ସୁନାରଦାମ୍ ୧୧ ମାସର ତଳକୁ ଖସି ଆସିଛି ।

ଅଗଷ୍ଟରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୫୬,୨୦୦ ଟଙ୍କା ରେକର୍ଡରେ ପହଞ୍ଚିଥିଲା । ଏପର୍ଯ୍ୟନ୍ତ ସୁନା ଦାମ୍ ଏହି ସ୍ତରରୁ ୧୨୦୦୦ ଟଙ୍କା ହ୍ରାସ ପାଇଛି ।

ଜାଣନ୍ତୁ ଆଜି ରାଜଧାନୀର ସର୍ବଶେଷ ଦର
ଯଦି ଆପଣ ଦିଲ୍ଲୀର ୨୨ କ୍ୟାରେଟ୍ ସୁନା ଦରକୁ ଦେଖନ୍ତି, ତେବେ ଏହା ମଧ୍ୟ ୧୦ ଗ୍ରାମ ପ୍ରତି ୪୪,୧୫୦ ଟଙ୍କାକୁ ବୃଦ୍ଧି ପାଇଛି । ଯେଉଁଠାରେ ପୂର୍ବ ଦିନ ଏହା ୧୦ ଗ୍ରାମ ପିଛା ୪୩,୮୬୦ ଟଙ୍କା ଥିଲା । ୯ ମାର୍ଚ୍ଚରେ ମୁମ୍ବାଇରେ ସୁନା ୧୦ ଗ୍ରାମ ପିଛା ୪୩,୬୮୦ ଟଙ୍କା କାରବାର କରୁଛି । ଆପଣଙ୍କୁ କହିରଖୁଛୁ ଯେ ଏକ୍ସାଇଜ୍ ଡ୍ୟୁଟି ଓ ରାଜ୍ୟ ଟିକସ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ସୁନା ଦର ଭିନ୍ନ ଅଟେ ।

କୋଲକାତା ଓ ଚେନ୍ନାଇରେ ସୁନା ଦାମ୍
ଏହା ବ୍ୟତୀତ ମଙ୍ଗଳବାର ଦିନ କୋଲକାତାରେ ୨୨ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ ପିଛା ୪୪,୧୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ ପିଛା ୪୬,୭୬୦ ଟଙ୍କା ରହିଛି । ଏଥି ସହିତ ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୪୨,୨୧୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୪୬,୦୫୦ ଟଙ୍କା ରହିଛି ।

ଗ୍ଲୋବାଲ ମାର୍କେଟରେ ସୁନା ଦାମ୍
ବିଶ୍ୱ ବଜାର ବିଷୟରେ କହିବାକୁ ଗଲେ ଆଜି ଆମେରିକୀୟ ଡଲାର ଓ ଉଚ୍ଚ ଆମେରିକୀୟ ଟ୍ରେଜେରୀ ଅମଳ ମଧ୍ୟରେ ସୁନା ହାର ସମତଳ ଥିଲା । ସୁନା ଏକ ଆଉନ୍ସ ୧,୬୮୭.୯୦ ଡଲାରରେ ରହିଛି । ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୂପା ମଧ୍ୟ ପ୍ରତି ଆଉନ୍ସ ୨୫.୧୨ ଡଲାରକୁ ବୃଦ୍ଧି ପାଇଥିବାବେଳେ ପ୍ଲାଣ୍ଟିନମ ୦.୧ ପ୍ରତିଶତ ବୃଦ୍ଧି ହୋଇ ୧,୧୩୬.୫୭ ଡଲାରରେ ପହଞ୍ଚିଛି ।

୨୦୨୧ ରେ ମହଙ୍ଗା ହେବ
ମାର୍କେଟ ଏକ୍ସପର୍ଟ ମାନେ ବିଶ୍ୱାସ କରନ୍ତି ଯେ ୨୦୨୧ ରେ ସୁନା ଦରରେ ବିପୁଳ ବୃଦ୍ଧି ଘଟିବ । ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଥରେ ସୁନା ଦର ଥରେ ବଢ଼ିବା ଆରମ୍ଭ କଲେ ଏହା ୧୦ ଗ୍ରାମ ପିଛା ୬୩,୦୦୦ ଟଙ୍କା ଅତିକ୍ରମ କରିଯିବ ।
Published by: Jagdish Barik
First published: March 9, 2021, 10:42 AM IST