Gold Price Today: ୩ ମାସରେ ସବୁଠୁ ଶସ୍ତା ହେଲା ସୁନା ଦର; ରୂପା ମୂଲ୍ୟ ୬୦ ହଜାର ପାଖାପାଖି

ଗ୍ଲୋବାଲ ମାର୍କେଟରେ ସୁନା ଓ ରୂପା ମୂଲ୍ୟର ନରମତା ହେତୁ ଆଜି ଭାରତୀୟ ବୁଲିୟନ ବଜାରରେ ସୁନାର ଫ୍ୟୁଚର ମୂଲ୍ୟ ତିନିମାସ ତଳକୁ ଖସି ଆସିଛି। ମାର୍ଚ୍ଚ ଆରମ୍ଭରେ ସୁନା ମୂଲ୍ୟ ୫୫ ହଜାରରୁ ଅଧିକରେ ବିକ୍ରି ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ୫୦ ହଜାରକୁ ଖସି ଆସିଛି।

୩ ମାସରେ ସବୁଠୁ ଶସ୍ତା ହେଲା ସୁନା ଦର

୩ ମାସରେ ସବୁଠୁ ଶସ୍ତା ହେଲା ସୁନା ଦର

  • Share this:
News18 Odia Digital

ନୂଆ ଦିଲ୍ଲୀ: ଗ୍ଲୋବାଲ ମାର୍କେଟର ଚାପରେ ବୁଧବାର ସକାଳେ ସୁନାର ଫ୍ୟୁଚର ମୂଲ୍ୟ ତିନିମାସ ତଳକୁ ଖସି ଆସିଛି। ବିବାହ ଋତୁରେ ମଧ୍ୟ ସୁନା ମୂଲ୍ୟ ପ୍ରାୟ ୫୦ ହଜାରରେ ପହଞ୍ଚିଥିବାବେଳେ ରୂପା ପ୍ରାୟ ୬୦ ହଜାରରେ ବିକ୍ରି ହେଉଛି।

ମଲ୍ଟିକମୋଡିଟି ଏକ୍ସଚେଞ୍ଜରେ (MCX) ୨୪ କ୍ୟାରେଟ୍ ଶୁଦ୍ଧତାର ଫ୍ୟୁଚର ମୂଲ୍ୟ ୨୨୮ ଟଙ୍କା ହ୍ରାସ ପାଇ ସକାଳ ୧୦ ଗ୍ରାମ ପିଛା ୫୦,୩୫୮ ଟଙ୍କା ହୋଇଛି। ତିନି ମାସ ମଧ୍ୟରେ ସୁନାର ଖୁଚୁରା ଫ୍ୟୁଚର ମୂଲ୍ୟର ଏହା ସର୍ବନିମ୍ନ ସ୍ତର। ଆଜିର ବାଣିଜ୍ୟରେ ୫୦,୪୪୫ ଟଙ୍କା ମୂଲ୍ୟରେ ସୁନା ଖୋଲା ଥିଲା, କିନ୍ତୁ ଚାହିଦା ହ୍ରାସ ହେତୁ ଏହା ୦.୪୫ ପ୍ରତିଶତ ହ୍ରାସ ହୋଇ ତିନିମାସ ତଳେ ରହିଛି।

ରୂପା ମଧ୍ୟ ଶସ୍ତା ହୋଇଛି

ଏହି କ୍ରମରେ ରୂପା ମୂଲ୍ୟ ମଧ୍ୟ ଆଜି ହ୍ରାସ ପାଇଛି ଓ ଏହାର ଫ୍ୟୁଚର ମୂଲ୍ୟ ପ୍ରାୟ ୬୦ ହଜାରରେ ପହଞ୍ଚିଛି। ରୂପା ସକାଳ ବାଣିଜ୍ୟରେ ୨୮୦ ଟଙ୍କା ହ୍ରାସ କରି କିଲୋଗ୍ରାମ ପିଛା ୬୦,୩୩୭ ଟଙ୍କାରେ ବିକ୍ରି ହେଉଥିଲା। ରୂପା ଆଜି ୬୦,୫୨୫ ଟଙ୍କା ସ୍ତରରେ କାରବାର ଆରମ୍ଭ କରିଥିଲା, କିନ୍ତୁ ବିକ୍ରୟ ବୃଦ୍ଧି ହେତୁ ଏହାର ମୂଲ୍ୟ ୦.୪୬ ପ୍ରତିଶତ ହ୍ରାସ ହୋଇ ୬୦,୩୩୮ରେ ପହଞ୍ଚିଛି।

ବିଶ୍ୱ ବଜାରରେ ମଧ୍ୟ ମୂଲ୍ୟ ହ୍ରାସ ପାଇଛି

ଆଜି ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଯୁକ୍ତରାଷ୍ଟ୍ରର ବୁଲିୟନ ବଜାରରେ ସୁନାର ସ୍ପଟ୍ ମୂଲ୍ୟ ୦.୩ ପ୍ରତିଶତ ହ୍ରାସ ପାଇ ତିନି ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

ଏଠାରେ ସୁନା ଅନ୍ସ ପିଛା ୧,୮୩୨.୦୬ ଡଲାରରେ ବିକ୍ରି ହେଉଥିଲା। ରୂପାର ସ୍ପଟ୍ ମୂଲ୍ୟ ମଧ୍ୟ ୦.୧ ପ୍ରତିଶତ ହ୍ରାସ ହୋଇ ୨୧.୨୩ ଡଲାରରେ ପହଞ୍ଚିଛି। ଏହା ବ୍ୟତୀତ, ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ହାରରେ ଅସ୍ଥିରତା ଦେଖିବାକୁ ମିଳିଛି। ଯେଉଁଠାରେ ପଲିଥିନ୍ ୦.୧ ପ୍ରତିଶତ ବୃଦ୍ଧି ପାଇ ୯୬୪.୬୪ ଡଲାରରେ ପହଞ୍ଚିଛି ଓ ପାଲାଡିୟମ୍ ୧.୨ ପ୍ରତିଶତ ହ୍ରାସ ହୋଇ ୨,୦୪୦.୨୫ ଡଲାରରେ ପହଞ୍ଚିଛି।

ସେଥିପାଇଁ ସୁନାର ଉଜ୍ଜ୍ୱଳତା ହ୍ରାସ ପାଇଲା

ଆମେରିକାରେ ବଣ୍ଡ ୟିଲ୍ଡ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଓ ମୁଦ୍ରାସ୍ଫୀତି ସଂଖ୍ୟା ମଧ୍ୟ ବିଳମ୍ବରେ ଆସିବ। ଏହାପୂର୍ବରୁ, ନିବେଶକମାନେ ବହୁତ ସତର୍କ ଦେଖାଯାଉଥିଲେ ଓ ସେମାନେ ସୁନା ଓ ରୂପା କ୍ରୟକୁ ହ୍ରାସ କରିଛନ୍ତି। ଡଲାରରେ ମଧ୍ୟ କିଛି ହ୍ରାସ ଘଟିଛି, ଯାହାର ପ୍ରଭାବ ସୁନା ଓ ରୂପା ମୂଲ୍ୟ ଉପରେ ଦୃଶ୍ୟମାନ ହେଉଛି। ଏହା ବ୍ୟତୀତ ଆଇଏମ୍ଏଫ୍ ଚଳିତ ବର୍ଷ ବିଶ୍ବର ଅଭିବୃଦ୍ଧି ହାରକୁ ହ୍ରାସ କରିଛି, ଯାହା ସୁନା କ୍ରୟ ଉପରେ ପ୍ରଭାବ ପକାଉଛି।
Published by:Lipina Das
First published: