ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୁନା ଦର ରେକର୍ଡ଼ ଭାଙ୍ଗିଲା: ୨୪ କ୍ୟାରେଟ ପ୍ରତି ୧୦ ଗ୍ରାମର ଦାମ୍ ୫୦,୫୭୦ ଟଙ୍କା ହେଲା; ଆହୁରି ବଢ଼ିବ

ସୁନା ଦର ରେକର୍ଡ଼ ଭାଙ୍ଗିଲା: ୨୪ କ୍ୟାରେଟ ପ୍ରତି ୧୦ ଗ୍ରାମର ଦାମ୍ ୫୦,୫୭୦ ଟଙ୍କା ହେଲା; ଆହୁରି ବଢ଼ିବ

ଲକଡାଉନ୍ ପ୍ରଭାବରେ ଗତ ପାଞ୍ଚ ଦିନରେ ଲଗାତାର ବଢ଼ିଛି ସୁନା ଦର । ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ଦାମ୍ ୫୦,୫୭୦ ଟଙ୍କା ରହିଛି ଓ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ଦାମ୍ ୪୮,୫୦୦ ଟଙ୍କା ରହିଛି ।

ସୁନା ଦର ରେକର୍ଡ଼ ଭାଙ୍ଗିଲା: ୨୪ କ୍ୟାରେଟ ପ୍ରତି ୧୦ ଗ୍ରାମର ଦାମ୍ ୫୦,୫୭୦ ଟଙ୍କା ହେଲା; ଆହୁରି ବଢ଼ିବ
ଭୁବନେଶ୍ୱରରେ ଏକ ସୁନା ଗହଣା ସୋ’ରୁମର ଦୃଶ୍ୟ
  • News18 Odia
  • Last Updated: June 25, 2020, 10:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆକାଶ ଛୁଆଁ ହେଲା ସୁନାର ଦାମ୍‌ । ୨୪ କ୍ୟାରେଟ ସୁନାର ଦାମ୍‌ ଏବେ ୫୦ ହଜାର ଟଙ୍କା ହେଇଥିବା ବେଳେ ୨୨ କ୍ୟାରଟେ ସୁନାର ଦାମ୍‌ ୪୮ ହଜାର ଟଙ୍କା ହୋଇଛି । ଅନ୍ତର୍ଜାତୀୟ ବଜାରରୁ ସୁନା ଆମଦାନୀ ବନ୍ଦ୍ ହୋଇଥିବା ଯୋଗୁଁ ସୁନାର ଦାମ୍‌ ବଢ଼ିଥିବା କୁହାଯାଉଛି । ଆଗକୁ ସୁନା ଦର ୫୫ ହଜାର ଟଙ୍କା ହେବା ଆଶଙ୍କା କରିଛନ୍ତି ବ୍ୟବସାୟୀମାନେ ।

ଜୁନ ୨୦ ତାରିଖରେ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୫୦,୨୭୦ ଟଙ୍କାରେ ମିଳୁଥିବା ବେଳେ ମାତ୍ର ପାଞ୍ଚ ଦିନରେ ଲଗାତାର ବଢ଼ିଛି ଦର । ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ଦାମ୍‌ ୫୦,୫୭୦ ଟଙ୍କା ରହିଛି ଓ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ଦାମ୍‌ ୪୮,୫୦୦ ଟଙ୍କା ରହିଛି । ଅନ୍ତର୍ଜାତୀୟ ବଜାରରୁ ସୁନା ଆମଦାନୀ ବନ୍ଦ ହୋଇଛି। ଏହା ସାଙ୍ଗକୁ ଲକଡାଉନ ଯୋଗୁ ବମ୍ବେ ଓ କୋଲକାତା ଭଳି ବଡ ବଡ ବଜାରରେ ସୁନା ବ୍ୟବସାୟ ବନ୍ଦ ହୋଇଛି । ତେଣୁ ବଜାରକୁ ସୁନା ଆସିପାରୁନାହିଁ ।

ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ସୁନା ଗଚ୍ଛିତ ହୋଇ ରଖାଯାଉଛି । ସୁନା ଭାରତକୁ ପୂର୍ବରୁ ଯେତିକି ଆସୁଥିଲା ତା’ର ଅଧା ବି ଏବେ ଆସୁନାହିଁ। ତେଣୁ ଦାମ୍‌ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି ବିଶେଷଜ୍ଞମାନେ । ଆଗକୁ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ହୋଇପାରେ ବୋଲି ବ୍ୟବସାୟୀମାନେ କହିଛନ୍ତି ।

ସୁନା ଦାମ୍ ବଢ଼ିବା ଯୋଗୁଁ ଓଡ଼ିଶାରେ ବ୍ୟବସାୟ ୪୦ ପ୍ରତିଶତ କମିଛି ।


‘‘କରୋନାର ପ୍ରଭାବ ବ୍ୟବସାୟ ଉପରେ ପଡ଼ିଛି । ବଜାରରେ ନୂଆ ସୁନା ଆଦୌ ନାହିଁ। ପୁରୁଣା ସୁନା ଦିଆନିଆରେ ବେପାର ଚାଲିଛି । ତେଣୁ ସୁନା ଦର ବଢିବାରେ ଲାଗିଛି,’’ କହିଛନ୍ତି ସୁନା ବ୍ୟବସାୟୀ ବଦ୍ରୀ ନାରାୟଣ ।

ସୁନା ଦାମ୍‌ ବଢ଼ିବା ଯୋଗୁଁ ଓଡ଼ିଶାରେ ବ୍ୟବସାୟ ୪୦ ପ୍ରତିଶତ କମିଛି । ଲୋକେ ପୂର୍ବରୁ ସଉକରେ ସୁନା କିଣୁଥିଲେ, ହେଲେ ଏବେ ବିବାହ ବ୍ରତ କାମ ନ ହେଲେ କିଣୁ ନାହାନ୍ତି । ତେବେ ନୂଆ ସୁନା କିଣିବା ଅପେକ୍ଷା ପୁରୁଣା ସୁନା ବଦଳରେ ନୂଆ କିଣୁଛନ୍ତି । ଗ୍ରାହକଙ୍କ ସଂଖ୍ୟା ବି କମିଛି । ସୁନାର ଅହେତୁକ ଦର ବୃଦ୍ଧି ସାଧାରଣ ଜଣ ଜୀବନକୁ ମଧ୍ୟ ପ୍ରଭାବିତ କରିଛି । ଅତି ଜରୁରୀ ନ ହେଲେ ସୁନା କିଣିବାକୁ ଇଚ୍ଛା ହେଉନି କି ସାଧାରଣ ଲୋକଟେ କିଣି ପାରିବନି ବୋଲି ଗ୍ରାହକମାନେ ମତ ଦେଇଛନ୍ତି।

‘‘ଲୋକେ ଆଗେ ସଉକରେ ସୁନା କିଣୁଥିଲେ । ହେଲେ ଏବେ ଆବଶ୍ୟକ ହେଲେ ହିଁ କିଣୁଛନ୍ତି,’’ କହିଛନ୍ତି ରିତ୍ୱୀକା ଗୋଲଡ଼ର ମାନେଜର ପ୍ରଦୀପ କୁମାର ସାହୁ ।

ଗ୍ରାହକ ବୈଷ୍ଣବ  ବେହେରା କହିଛନ୍ତି ଯେ ଆଜି ତାରିଖରେ ସୁନା କିଣିବା କଷ୍ଟକର ହୋଇପଡ଼ିଛି । ‘‘ବାଧ୍ୟ ବାଧକତାରେ ସୁନା କିଣୁଛୁ । ତାହା ବି ପୁରୁଣା ସୁନା ବଦଳରେ ନୂଆ, କାରଣ ସମ୍ପୂର୍ଣ ଭାବେ ନୂଆ ସୁନା ଗହଣା ୫୦ ହଜାର ଟଙ୍କା ଦେଇ କିଣି ହେବ ନାହିଁ,’’ ସେ କହିଛନ୍ତି ।

ଲକଡାଉନର ପ୍ରଭାବ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଦେଖିବାକୁ ମିଳିଥିବା ବେଳେ ଦେଶ ଦେଶ ଭିତରେ ଥିବା ଶତ୍ରୁତା ମଧ୍ୟ ସୁନା ଦର ବୃଦ୍ଧିର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ରେପ୍ ଅଭିଯୁକ୍ତ ବେଲ୍ ପାଇଲା; କୋର୍ଟ କହିଲେ: ‘‘ଭାରତୀୟ ନାରୀମାନେ ବଳାତ୍କାର ପରେ ଶୋଇପଡ଼ନ୍ତିନି’’

୧୬ ବର୍ଷୀୟା ଟିକ୍ ଟକ୍ ଷ୍ଟାର୍ ସିୟା କକ୍କଡ଼ ନିଜ ଘରେ ଆତ୍ମହତ୍ୟା କରି ଜୀବନ ଲୀଳା ଶେଷ କଲେ

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 25, 2020, 10:08 PM IST