ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold Price today: ଖୁସି ଖବର! ଶସ୍ତାରେ ସୁନା କିଣିବାର ଭଲ ସୁଯୋଗ; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍

Gold Price today: ଖୁସି ଖବର! ଶସ୍ତାରେ ସୁନା କିଣିବାର ଭଲ ସୁଯୋଗ; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍

Gold Price today: ଯଦି ଆପଣ ଶସ୍ତାରେ ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ହେଉଛି ସର୍ବୋତ୍ତମ ସମୟ । ବର୍ତ୍ତମାନ ସୁନା ଦାମ୍ ୮ ମାସର ସର୍ବ ନିମ୍ନ ସ୍ତରରେ କାରବାର କରୁଛି । ତେଣୁ ଶସ୍ତା ସୁନା କିଣିବାର ଏକ ଭଲ ସୁଯୋଗ ଅଛି ।

Gold Price today: ଖୁସି ଖବର! ଶସ୍ତାରେ ସୁନା କିଣିବାର ଭଲ ସୁଯୋଗ; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍
ଶସ୍ତାରେ ସୁନା କିଣିବାର ଭଲ ସୁଯୋଗ
  • News18 Odia
  • Last Updated: February 18, 2021, 12:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା ଦାମରେ ଆଜି ବୃଦ୍ଧି ଘଟିଛି । କିନ୍ତୁ ଯଦି ଆପଣ ଶସ୍ତା ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ହେଉଛି ସର୍ବୋତ୍ତମ ସମୟ । ବର୍ତ୍ତମାନ ସୁନା ଦାମ୍ ୮ ମାସର ସର୍ବ ନିମ୍ନ ସ୍ତରରେ କାରବାର କରୁଛି । ତେଣୁ ଶସ୍ତା ସୁନା କିଣିବାର ଏକ ଭଲ ସୁଯୋଗ ଅଛି । ଗୁରୁବାର ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (Multi commodity exchange) ଏପ୍ରିଲ୍ ଫ୍ୟୁଚର ଟ୍ରେଡ଼ରେ ସୁନା ଦାମ୍ ୨୦୬.୦୦ ଟଙ୍କା ବୃଦ୍ଧି ପାଇ ୪୬,୪୪୩.୦୦ ଟଙ୍କାରେ କାରବାର କରିଥିଲା ।

କେତେ ହୋଇସାରିଛି ଶସ୍ତା?
ଏହା ବ୍ୟତୀତ ରୂପା ମାର୍ଚ୍ଚର ଫ୍ୟୁଚର ଟ୍ରେଡ଼ରେ ୧୫୯.୦୦ ଟଙ୍କା ବୃଦ୍ଧି ସହିତ ୬୯,୩୯୦.୦୦ ଟଙ୍କାରେ କାରବାର କରିଥିଲା ​​। ପୂର୍ବ ବର୍ଷ ଅଗଷ୍ଟ ମାସରେ ସୁନା ଦାମ୍ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ହୋଇ ରେକର୍ଡ ସୃଷ୍ଟି କରିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୯୮୦୦ ଟଙ୍କା ପର୍ଯ୍ୟନ୍ତ ସୁନା ଶସ୍ତା ହୋଇ ସାରିଛି ।

ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍
ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଆଜି ଏଠାରେ ମଧ୍ୟ ସୁନା ଦରରେ ବୃଦ୍ଧି ଘଟିଛି । ଆମେରିକାରେ ସୁନା କାରବାର ୭.୨୨ ଡଲାର ବୃଦ୍ଧି ସହିତ ୧,୭୮୩.୮୧ ଡଲାରରେ ପ୍ରତି ଆଉନ୍ସ ଦରରେ ବନ୍ଦ ହୋଇଛି । ଏଥି ସହିତ ରୂପା ୦.୦୬ ଡ଼ଲାର ହ୍ରାସ ହୋଇ ୨୭.୩୧ ସ୍ତରରେ ପହଞ୍ଚି ଯାଇଛି ।

୧୮ ଫେବୃଆରୀ ୨୦୨୧ ରେ ଦିଲ୍ଲୀରେ ସୁନା ଦାମ୍
>> ୨୨ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୪୫୮୯୦ ଟଙ୍କା
>> ୨୪ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୫୦୦୬୦ ଟଙ୍କା
>> ରୂପା ଦାମ୍ (ପ୍ରତି କେଜି)- ୬୯୨୦୦ ଟଙ୍କା

ଦିଲ୍ଲୀ ସରଫା ବଜାରରେ ଗତକାଲି କେଉଁ ଦରରେ ବନ୍ଦ ହୋଇଥିଲା
ବୁଧବାର ଦିନ ଦିଲ୍ଲୀର ସରଫା ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧୭ ଟଙ୍କା ହ୍ରାସ ପାଇଛି । ଯାହା ପରେ ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ନୂତନ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୪୬,୧୦୨ ଟଙ୍କା ହୋଇଛି । ଏହା ବ୍ୟତୀତ ରୂପା ଦାମ୍ ୧,୨୭୪ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୮,୨୩୯ ଟଙ୍କା ହୋଇଛି ।

ବଜେଟରେ କରଯାଇଥିଲା ଘୋଷଣା
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଭାଷଣରେ ସୁନା ଓ ରୂପା ଆମଦାନୀ କର ଉପରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ପାଞ୍ଚ ପ୍ରତିଶତ ହ୍ରାସ ଘଟିଛି । ଏହି ସମୟରେ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି । ୫ ପ୍ରତିଶତ ରିହାତି ପରେ କେବଳ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ଦରରେ ଆହୁରି ହ୍ରାସ ଘଟିବ ।
Published by: Jagdish Barik
First published: February 18, 2021, 11:56 AM IST