Gold Price Today: ଭଲ ଖବର! ଜାନୁଆରୀ ଠାରୁ ଏପର୍ଯ୍ୟନ୍ତ ୪୦୦୦ ଟଙ୍କା ଶସ୍ତା ହୋଇ ସାରିଛି ସୁନା; ଯାଞ୍ଚ କରନ୍ତୁ ଆଜିର ଦାମ୍
Gold Price Today: ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜର ଭବିଷ୍ୟତ ବାଣିଜ୍ୟ (MCX) ଏପ୍ରିଲ୍ ଫ୍ୟୁଚର ଟ୍ରେଡ଼ରେ ସୁନା ଦାମ୍ ୧୨୩.୦୦ ଟଙ୍କା ବୃଦ୍ଧି ସହିତ ୪୬,୩୨୦.୦୦ ଟଙ୍କା ସ୍ତରରେ କାରବାର କରୁଛି ।

ଜାନୁଆରୀ ଠାରୁ ଏପର୍ଯ୍ୟନ୍ତ ୪୦୦୦ ଟଙ୍କା ଶସ୍ତା ହୋଇ ସାରିଛି ସୁନା ଦାମ୍
- News18 Odia
- Last Updated: February 22, 2021, 1:26 PM IST
ନୂଆ ଦିଲ୍ଲୀ: Gold Price Today: ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜର ଭବିଷ୍ୟତ ବାଣିଜ୍ୟ (MCX) ଏପ୍ରିଲ୍ ଫ୍ୟୁଚର ଟ୍ରେଡ଼ରେ ସୁନା ଦାମ୍ ୧୨୩.୦୦ ଟଙ୍କା ବୃଦ୍ଧି ସହିତ ୪୬,୩୨୦.୦୦ ଟଙ୍କା ସ୍ତରରେ କାରବାର କରୁଛି । ଏହା ବ୍ୟତୀତ ଆଜି ରୂପା ଦାମ୍ (Silver Price Today) ଫ୍ୟୁଚର ଟ୍ରେଡ଼ ୩୯୪.୦୦ ଟଙ୍କା ବୃଦ୍ଧି ସହିତ ୬୯,୪୦୬.୦୦ ଟଙ୍କା ରହିଛି । ଜାନୁୟାରୀ ଠାରୁ ସୁନା ଦାମ୍ ପ୍ରାୟ ୪୦୦୦ ଟଙ୍କା ହ୍ରାସ ପାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘ରଙ୍ଗୀଲା ଗର୍ଲ୍’ ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି
ଆଜି ଦିଲ୍ଲୀରେ ସୁନା ଓ ରୂପା ଦାମ୍
>> ୨୪ କ୍ୟାରେଟ୍ ସୁନା ଦାମ୍ - ୪୯୪୫୦ ଟଙ୍କା
>> ରୂପା ଦାମ୍ - ୬୯୦୦୦ ଟଙ୍କା
ଏହା ବି ପଢ଼ନ୍ତୁ | ୮ ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର
ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍
ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଆଜି ଏଠାରେ ସୁନା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଆମେରିକାରେ ସୁନା କାରବାର $ ୦.୩୪ ବୃଦ୍ଧି ସହିତ ପ୍ରତି ଆଉନ୍ସ ୧,୭୮୪.୫୪ ଡଲାରରେ ବନ୍ଦ ହୋଇଥିଲା । ଏହି ସମୟରେ ରୂପା $ ୦.୪୩ ବୃଦ୍ଧି ପାଇ ପ୍ରତି ଆଉନ୍ସ $ ୨୭.୪୩ ସ୍ତରରେ ରହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Valentine Dayରେ ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!
ସୁନା କିଣିବାର ଉପଯୁକ୍ତ ସମୟ
ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହାଁନ୍ତି । ତେବେ ଏହା ଉପଯୁକ୍ତ ସମୟ ହୋଇପାରେ । ଅନେକ ବିଶ୍ଳେଷକ କହିଛନ୍ତି ଯେ ସୁନା ଦର ହ୍ରାସ ହେତୁ ବହୁତ କ୍ରୟ ହୋଇପାରେ । ଏହା ଗ୍ରାହକଙ୍କୁ ଆକର୍ଷିତ କରୁଛି । ସେମାନେ ସୁନାରେ ମୁଦ୍ରା ନୀତି ଜାରି ରଖିବା ଓ ଚଳିତ ବର୍ଷ କମ୍ ସୁଧ ହାରରେ ଲାଭ ଉଠାଇବା ଉଚିତ୍ ।
ଏ ପର୍ଯ୍ୟନ୍ତ ୧୦ ହଜାର ଟଙ୍କା ହୋଇସାରିଛି ଶସ୍ତା
ଚଳିତ ବର୍ଷ ସୁନା ଗତ କିଛି ମାସ ମଧ୍ୟରେ ୧୦,୦୦୦ ଟଙ୍କା ଶସ୍ତା ହୋଇସାରିଛି । କରୋନା ସଙ୍କଟରେ ଏହା ୫୫ ହଜାର ଟଙ୍କା ସ୍ତରରେ ପହଞ୍ଚିଛି । ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଟିକାକରଣ ଆରମ୍ଭ ହେବା ପରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଟୀକାକରଣ ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗତି କରିବ ବୋଲି ଆଶା କରାଯାଉଛି ।