Gold Price Today: ସୁନା ଦରରେ ବଡ଼ ହ୍ରାସ! ୪୫ ହଜାରରୁ ତଳକୁ ଖସିଲା ଦାମ୍; ରୂପା ମଧ୍ୟ ଶସ୍ତା ହେଲା, ଜାଣନ୍ତୁ ନୂଆ ଦାମ୍

Gold Silver Price, 2 March 2021: ମଙ୍ଗଳବାର ଦିନ ଅର୍ଥାତ୍ ଆଜି ଘରୋଇ ବଜାରରେ ସୁନା ଦର ହ୍ରାସ ପାଇଛି । ଏଥିସହିତ ରୂପା (Silver Prices Today) ମଧ୍ୟ ୧,୮୪୭ ଟଙ୍କା ହ୍ରାସ ହୋଇ ପ୍ରତି କିଲୋଗ୍ରାମ ୬୭୦୦୦ ଟଙ୍କା ହୋଇ ଯାଇଛି ।

Gold Price Today: ସୁନା ଦରରେ ବଡ଼ ହ୍ରାସ! ୪୫ ହଜାରରୁ ତଳକୁ ଖସିଲା ଦାମ୍; ରୂପା ମଧ୍ୟ ଶସ୍ତା ହେଲା, ଜାଣନ୍ତୁ ନୂଆ ଦାମ୍
ସୁନା ଦରରେ ବଡ଼ ହ୍ରାସ!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜି ଭାରତୀୟ ବଜାରରେ ସୁନା ଦରରେ ତୀବ୍ର ହ୍ରାସ ଘଟିଛି । ମାର୍ଚ୍ଚ ୨ ଅର୍ଥାତ ମଙ୍ଗଳବାର ଦିନ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୬୭୯ ଟଙ୍କା ହ୍ରାସ ପାଇବା ପରେ ୪୫,୦୦୦ ଟଙ୍କା ତଳକୁ ଖସି ଆସିଛି । ଏଥି ସହିତ ଆଜି ରୂପା ଦାମ୍ କିଲୋଗ୍ରାମରେ ୧,୮୪୭ ଟଙ୍କା ହ୍ରାସ ଘଟିଛି । ଗତ ବାଣିଜ୍ୟ ସେସନରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପିଛା ସୁନା ଦାମ୍ ୪୫,୪୩୯ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ରୂପା ପ୍ରତି କିଲୋଗ୍ରାମ ୬୮,୯୨୦ ଟଙ୍କାରେ ବନ୍ଦ ହୋଇଥିଲା । ଆଜି ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି ।

ସୁନାର ନୂଆ ଦାମ୍ (Gold Price, 2 March 2021) - ମଙ୍ଗଳବାର ଦିନ ଦିଲ୍ଲୀର ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୬୭୯ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ନୂତନ ଦାମ୍ ବର୍ତ୍ତମାନ ପ୍ରତି ୧୦ ଗ୍ରାମ ୪୪,୭୬୦ ଟଙ୍କା ହୋଇଛି । ଏହାପୂର୍ବ ବାଣିଜ୍ୟ ସେସନରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୫,୪୩୯ ଟଙ୍କାରେ ବନ୍ଦ ହୋଇଥିଲା । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଆଜି ପ୍ରତି ଆଉନ୍ସ ୧,୭୧୯ ଡଲାରକୁ ଖସି ଆସିଛି ।

ରୂପାର ନୂଆ ଦାମ୍ (Silver Price, 2 March 2021) - ମଙ୍ଗଳବାର ଦିନ ରୂପା ଦରରେ ମଧ୍ୟ ଏକ ବଡ଼ ହ୍ରାସ ରେକର୍ଡ ହୋଇଛି । ଏହି ମୂଲ୍ୟବାନ ଧାତୁର ଦାମ୍ ୧,୮୪୭ ଟଙ୍କା ହ୍ରାସ ପାଇ ଦିଲ୍ଲୀ ବୁଲିଅନ୍ ବଜାରରେ କିଲୋଗ୍ରାମ ପିଛା ୬୭,୦୭୩ ଟଙ୍କା ହୋଇ ଯାଇଛି । ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ରୂପା ଦାମ୍ ପ୍ରତି ଆଉନ୍ସ ୨୬.୦୮ ଡଲାରକୁ ହ୍ରାସ ପାଇଛି ।

କାହିଁକି ସୁନା ଦରରେ ହ୍ରାସ ଘଟୁଛି - HDFC ସିକ୍ୟୁରିଟିଜର (HDFC Securities) ସିନିୟର ଆନାଲିଷ୍ଟ (କମୋଡିଟି) ତପନ ପଟେଲଙ୍କ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଏଥି ସହିତ ଆଜି ଡଲାର ତୁଳନାରେ ଟଙ୍କା ୧୪ ପଇସା ଶକ୍ତି ସହିତ କାରବାର କରୁଛି । ଏହି କାରଣରୁ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୬୭୯ ଟଙ୍କା ହ୍ରାସ ପାଇଛି ।

୨୦୨୧ ରେ ୬୩,୦୦୦ ଟଙ୍କା ଅତିକ୍ରମ କରିପାରେ ସୁନା
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧ ରେ ସୁନା ଦରରେ ବିପୁଳ ବୃଦ୍ଧି ଘଟିବ । ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଥରେ ସୁନା ଦାମ୍ ବଢ଼ିବା ଆରମ୍ଭ କଲେ ଏହା ୧୦ ଗ୍ରାମ ପିଛା ୬୩,୦୦୦ ଟଙ୍କା ଅତିକ୍ରମ କରିଯିବ । ଏଥି ସହିତ କେନ୍ଦ୍ର ସରକାରଙ୍କ ସାର୍ବଭୌମ ଗୋଲ୍ଡ ବଣ୍ଡ ଏହି ସମୟରେ ନିବେଶକଙ୍କ ପାଇଁ ଖୋଲାଯାଇଛି । ମାର୍ଚ୍ଚ ୫ ପର୍ଯ୍ୟନ୍ତ ଆପଣ ଏହି ଯୋଜନାରେ ବିନିଯୋଗ କରିପାରିବେ । ଏଥର ସରକାର ପ୍ରତି ଗ୍ରାମରେ ୪,୬୬୨ ଟଙ୍କା ଅର୍ଥାତ୍ ସୁନା ବଣ୍ଡ ପାଇଁ ୧୦ ଗ୍ରାମ ପିଛା ୪୬,୬୨୦ ଟଙ୍କା ସ୍ଥିର କରିଛନ୍ତି । ଏହି ସରକାରୀ ଯୋଜନା ଅଧୀନରେ ଆପଣ ସୁନା ଉପରେ ମଧ୍ୟ ରିହାତି ପାଇବେ ।
Published by: Jagdish Barik
First published: March 2, 2021, 5:21 PM IST