ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold price today: ୮ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ସୁନା ଦାମ୍; ଏପର୍ଯ୍ୟନ୍ତ ୯୪୦୦ ଟଙ୍କା ହୋଇସାରିଛି ଶସ୍ତା

Gold price today: ୮ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ସୁନା ଦାମ୍; ଏପର୍ଯ୍ୟନ୍ତ ୯୪୦୦ ଟଙ୍କା ହୋଇସାରିଛି ଶସ୍ତା

Gold price today: ଲଗାତାର ୫ ଦିନର ହ୍ରାସ ପରେ ଆଜି ସୁନା ଦାମ୍ ୮ ମାସର ସର୍ବନିମ୍ନ ସ୍ତର ପାଖାପାଖି ରହିଛି । ଗତ ଅଗଷ୍ଟ ମାସରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୫୬,୨୦୦ ଟଙ୍କାରେ ପହଞ୍ଚି ଯାଇଥିଲା । ସେବେଠାରୁ ସୁନା ପ୍ରାୟ ୯୪୦୦ ଟଙ୍କା ଶସ୍ତା ହୋଇ ସାରିଛି ।

Gold price today: ୮ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ସୁନା ଦାମ୍; ଏପର୍ଯ୍ୟନ୍ତ ୯୪୦୦ ଟଙ୍କା ହୋଇସାରିଛି ଶସ୍ତା
୮ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ସୁନା ଦାମ୍
  • News18 Odia
  • Last Updated: February 17, 2021, 12:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆଦିଲ୍ଲୀ: ବୁଧବାର ଦିନ ସୁନା ଦର ମଧ୍ୟ ହ୍ରାସ ପାଇଛି । ଏପ୍ରିଲ୍ ଏକ୍ସପାୟରୀ ବାଲା ୧୦ ଗ୍ରାମ ସୁନା ୪୬୭୮୮ ଟଙ୍କା ସ୍ତରରେ କାରବାର କରୁଛି । ଏଥିରେ ୧୧୧ ଟଙ୍କା ହ୍ରାସ ଦେଖିବାକୁ ମିଳିଛି । ଏଥିସହିତ ରୂପା ଦାମ୍ (Silver Price Today) ୧୩୫ ଟଙ୍କା ବୃଦ୍ଧି ପାଇଛି । ଆଜି ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା କିଲୋଗ୍ରାମ ପିଛା ୬୯,୫୦୭ ଟଙ୍କାରେ କାରବାର କରୁଛି ।

୫ ଦିନର ହ୍ରାସ ପରେ ଆଜି ସୁନା ଦାମ୍ ୮ ମାସର ସର୍ବନିମ୍ନ ସ୍ତର ପାଖାପାଖି ରହିଛି । ଗତ ଅଗଷ୍ଟ ମାସରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୫୬,୨୦୦ ଟଙ୍କାରେ ପହଞ୍ଚି ଯାଇଥିଲା । ସେବେଠାରୁ ସୁନା ପ୍ରାୟ ୯୪୦୦ ଟଙ୍କା ଶସ୍ତା ହୋଇ ସାରିଛି ।

ଦିଲ୍ଲୀର ସରଫା ବଜାରରେ ସୁନା ଦାମ୍
ମଙ୍ଗଳବାର ଦିନ ଦିଲ୍ଲୀ ସାରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ମାତ୍ର ୯ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନା ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୪୬,୯୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ମଙ୍ଗଳବାର ଦିନ ରୂପା ଦରରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଦିଲ୍ଲୀ ସରଫା ବଜାରରେ ବର୍ତ୍ତମାନ ଏହାର ଦାମ୍ ମାତ୍ର ୯୫ ଟଙ୍କା ବୃଦ୍ଧି ପାଇ ୬୯,୫୩୦ ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।

କାହିଁକି ଦାମ୍ ହ୍ରାସ ପାଉଛି?
ସମଗ୍ର ଦେଶରେ ବ୍ୟାପିଥିବା ମହାମାରୀର ମୁକାବିଲା ପାଇଁ ଟିକାକରଣର ସକରାତ୍ମକ ଖବର ଯୋଗୁଁ ସୁନା ଦରରେ ହ୍ରାସ ଘଟୁଛି । ସାରା ଦେଶରେ ଟୀକାକରଣ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ନିବେଶକମାନେ ସୁନା ବ୍ୟତୀତ ଅନ୍ୟ ଷ୍ଟକ୍ ମାର୍କେଟକୁ ଯାଉଛନ୍ତି । ଏହି ସମୟରେ ଷ୍ଟକ୍ ମାର୍କେଟରେ ଏକ ବଡ଼ ଧରଣର ଅଭିବୃଦ୍ଧି ଘଟୁଛି ।ଏଠାରେ ନିବେଶକମାନେ ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ଅର୍ଜନ କରୁଛନ୍ତି ।

ବଜେଟରେ କରଯାଇଥିଲା ଘୋଷଣା
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ଆମଦାନୀ କର ଉପରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ପାଞ୍ଚ ପ୍ରତିଶତ ହ୍ରାସ ଘଟିଛି । ଏହି ସମୟରେ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି । ୫ ପ୍ରତିଶତ ରିହାତି ପରେ କେବଳ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ଦରରେ ହ୍ରାସ ଘଟିବ ।
Published by: Jagdish Barik
First published: February 17, 2021, 12:07 PM IST