ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold Price Today: ସୁନା ଦାମ୍ ହ୍ରାସ ପାଇଲା; ରୂପା ମଧ୍ୟ ଶସ୍ତା ହେଲା, ଫଟାଫଟ ଜାଣନ୍ତୁ ନୂଆ ଦାମ୍

Gold Price Today: ସୁନା ଦାମ୍ ହ୍ରାସ ପାଇଲା; ରୂପା ମଧ୍ୟ ଶସ୍ତା ହେଲା, ଫଟାଫଟ ଜାଣନ୍ତୁ ନୂଆ ଦାମ୍

Gold Silver Price, 24 February 2021: ଘରୋଇ ବଜାରରେ ବୁଧବାର ଦିନ ସୁନା ଦାମ୍ ସାମାନ୍ୟ ହ୍ରାସ ପାଇଛି । ଏଥି ସହିତ ରୂପା ଦାମ୍ ମଧ୍ୟ କିଲୋଗ୍ରାମ ପିଛା ୮୮୬ ଟଙ୍କା ହ୍ରାସ ପାଇଛି ।

Gold Price Today: ସୁନା ଦାମ୍ ହ୍ରାସ ପାଇଲା; ରୂପା ମଧ୍ୟ ଶସ୍ତା ହେଲା, ଫଟାଫଟ ଜାଣନ୍ତୁ ନୂଆ ଦାମ୍
ସୁନା ଦାମ୍ ହ୍ରାସ ପାଇଲା
  • News18 Odia
  • Last Updated: February 24, 2021, 4:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜି ଭାରତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ୨୪ ଫେବୃଆରୀ ୨୦୨୧ ବୁଧବାର ଦିନ ଦିଲ୍ଲୀର ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୪୮ ଟଙ୍କା ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟରେ ଆଜି ରୂପା ଦରରେ ମଧ୍ୟ ହ୍ରାସ ଘଟିଛି । ଗତ ବାଣିଜ୍ୟ ସେସନରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପ୍ରତି ସୁନା ୪୬,୪୫୫ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ରୂପା କିଲୋଗ୍ରାମ ପିଛା ୬୯,୫୬୨ ଟଙ୍କା ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ (International Market) ସୁନା ଦରରେ ଆଜି ବୃଦ୍ଧି ରେକର୍ଡ କରଯାଇଥିବା ବେଳେ ରୂପା ଦାମ୍ ଅପରିବର୍ତ୍ତିତ ରହିଛି ।

ସୁନାର ନୂଆ ଦାମ୍ (Gold Price, 24 February 2021) - ବୁଧବାର ଦିନ ଦିଲ୍ଲୀ ସାରାଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୪୮ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ନୂଆ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୪୬,୩୦୭ ଟଙ୍କା ହୋଇଛି । ଏହାପୂର୍ବ ବାଣିଜ୍ୟ ସେସନରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୬,୪୫୫ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଆଜି ପ୍ରତି ଆଉନ୍ସ ୧,୮୦୭ ଡଲାରକୁ ବୃଦ୍ଧି ପାଇଛି ।

ରୂପାର ନୂଆ ଦାମ୍ (Silver Price, 24 February 2021) - ବୁଧବାର ଦିନ ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଦିଲ୍ଲୀ ବୁଲିଅନ୍ ମାର୍କେଟରେ ଏହି ମୂଲ୍ୟବାନ ଧାତୁର ଦାମ୍ ୮୮୬ ଟଙ୍କା ହ୍ରାସ ପାଇ ୬୮,୬୭୬ ଟଙ୍କା ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ରୂପା ଦାମ୍ ପ୍ରତି ଆଉନ୍ସ ୨୭.୬୩ ଡଲାରରେ ଅପରିବର୍ତ୍ତିତ ରହିଛି ।

କଣ ପାଇଁ ସୁନା ଦାମ୍ ହ୍ରାସ ହେଉଛି - HDFC ସିକ୍ୟୁରିଟିଜର (HDFC ସିକ୍ୟୁରିଟିଜ୍) ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲଙ୍କ ଅନୁଯାୟୀ ଆଜି ଡଲାର ତୁଳନାରେ ଟଙ୍କା ପ୍ରାୟ ୧୨ ପଇସା ମଜବୁତ ହୋଇଛି । ଏହି କାରଣରୁ ଭାରତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ଭାରତୀୟ ନିବେଶକମାନେ ଅନ୍ତର୍ଜାତୀୟ ବଜାରରେ ନିବେଶ କରି ସୁନାରେ ଅଧିକ ଲାଭ ପାଇଛନ୍ତି । ଏଥିସହ ଦିଲ୍ଲୀ ବୁଲିଅନ୍ ବଜାରରେ ସୁନା ଦର ହ୍ରାସ ପାଇଛି ।
Published by: Jagdish Barik
First published: February 24, 2021, 4:57 PM IST