ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold Price Today: ସୁନା ଦାମ୍ ସାମାନ୍ୟ ବୃଦ୍ଧି ପାଇଲା; ରୂପା ୭୦ ହଜାର ଅତିକ୍ରମ କଲା, ଜାଣନ୍ତୁ ଆଜିର ଦାମ୍

Gold Price Today: ସୁନା ଦାମ୍ ସାମାନ୍ୟ ବୃଦ୍ଧି ପାଇଲା; ରୂପା ୭୦ ହଜାର ଅତିକ୍ରମ କଲା, ଜାଣନ୍ତୁ ଆଜିର ଦାମ୍

Gold Price Today: ଚଳିତ ବର୍ଷ ସୁନା ଦାମ୍ ଗତ କିଛି ମାସ ମଧ୍ୟରେ ୧୦ ହଜାର ଟଙ୍କା ଶସ୍ତା ହୋଇଛି । କରୋନା ସଙ୍କଟ ସମୟରେ ଏହା ୫୫ ହଜାର ଟଙ୍କା ସ୍ତରରେ ପହଞ୍ଚିଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଟିକାକରଣ ଆରମ୍ଭ ହେବା ପରେ ସୁନା ଦର ହ୍ରାସ ପାଇବାରେ ଲାଗିଛି ।

Gold Price Today: ସୁନା ଦାମ୍ ସାମାନ୍ୟ ବୃଦ୍ଧି ପାଇଲା; ରୂପା ୭୦ ହଜାର ଅତିକ୍ରମ କଲା, ଜାଣନ୍ତୁ ଆଜିର ଦାମ୍
ସୁନା ଦାମ୍ ସାମାନ୍ୟ ବୃଦ୍ଧି ପାଇଲା
  • News18 Odia
  • Last Updated: February 23, 2021, 1:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin



News18 Odia Digital
ନୂଆ ଦିଲ୍ଲୀ: Gold Price Today: ମଙ୍ଗଳବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi commodity exchange) ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ସୁନାର ଏପ୍ରିଲ ଫ୍ୟୁଚର ଟ୍ରେଡ଼ରେ ୫୮.୦୦ ଟଙ୍କା ବୃଦ୍ଧି ପାଇ ୪୬,୯୫୯.୦୦ ଟଙ୍କା ସ୍ତରରେ ରହିଛି । ଏଥି ସହିତ ରୂପା ମାର୍ଚ୍ଚ ଫ୍ୟୁଚର ଟ୍ରେଡ଼ରେ ୧୪୦.୦୦ ବୃଦ୍ଧି ପାଇ ୭୦,୫୭୨.୦୦ ଟଙ୍କା ସ୍ତରକୁ ବୃଦ୍ଧି ପାଇଛି । ସୁନା ଦରରେ ସାମାନ୍ୟ ଚାପ ରହିଛି କିନ୍ତୁ ରୂପା ଦାମ୍ ପୁଣି ଥରେ ପ୍ରତି କିଲୋଗ୍ରାମ ପିଛା ୭୦ ହଜାର ଟଙ୍କା ଅତିକ୍ରମ କରିଛି ।

ଆନ୍ତର୍ଜାତୀୟ ବଜାରର ସ୍ଥିତି
ଏହା ବ୍ୟତୀତ ଆଜି ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଆମେରିକାରେ ସୁନା କାରବାର ପ୍ରତି ଆଉନ୍ସ ୨.୧୫ ଡଲାରରେ ବୃଦ୍ଧି ପାଇ ୧,୮୧୩.୫୪ ଡଲାରରେ ପହଞ୍ଚିଛି । ଏଥି ସହିତ ରୂପା ମଧ୍ୟ ପ୍ରତି ୨୮.୦୮ ହ୍ରାସ ପାଇ ୦.୧୫ ଡଲାର ସ୍ତରରେ ପହଞ୍ଚିଛି ।

ଦିଲ୍ଲୀରେ ୨୩ ଫେବୃଆରୀରେ ସୁନା ଦାମ୍
>> ୨୨ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୪୫୪୧୦ ଟଙ୍କା
>> ୨୪ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୪୯୫୩୦ ଟଙ୍କା
>> ରୂପା ଦାମ୍ (ପ୍ରତି କିଲୋଗ୍ରାମ) - ୭୦୫୦୦ ଟଙ୍କା

ଦିଲ୍ଲୀ ସରଫା ବଜାରରେ ସୁନା ଓ ରୂପା ଦାମ୍
ସୋମବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୨୭୮ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ନୂତନ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୪୬,୦୧୩ ଟଙ୍କା ହୋଇଛି । ଏଥି ସହିତ ରୂପା ୨୬୫ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମରେ ୬୮,୫୮୭ ଟଙ୍କା ହୋଇଛି ।

ଏପର୍ଯ୍ୟନ୍ତ ୧୦ ହଜାର ଟଙ୍କା ଶସ୍ତା ହୋଇଛି
ଚଳିତ ବର୍ଷ ସୁନା ଦାମ୍ ଗତ କିଛି ମାସ ମଧ୍ୟରେ ୧୦ ହଜାର ଟଙ୍କା ଶସ୍ତା ହୋଇଛି । କରୋନା ସଙ୍କଟରେ ଏହା ୫୫ ହଜାର ଟଙ୍କା ସ୍ତରରେ ପହଞ୍ଚିଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଟିକାକରଣ ଆରମ୍ଭ ହେବା ପରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଟୀକାକରଣ ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗତି କରିବ ବୋଲି ଆଶା କରାଯାଉଛି ।


Published by: Jagdish Barik
First published: February 23, 2021, 12:59 PM IST