Gold Price Today: ସୁନା ଦାମ୍ ଆଜି ମଧ୍ୟ ହ୍ରାସ ହେଲା; ରୂପା ମହଙ୍ଗା ହେଲା, ଫଟାଫଟ୍ ଦେଖନ୍ତୁ ନୂଆ ଦାମ୍
Gold Silver Price, 15 February 2021: ଘରୋଇ ବଜାରରେ ଆଜି ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଏଥି ସହିତ ରୂପା ଦାମ୍ କିଲୋଗ୍ରାମ ପିଛା ୬୪୬ ଟଙ୍କା ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସ ଓ ଟଙ୍କା ମଜବୁତ ହେବାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖାଯାଉଛି ।

ଆଜି ପୁଣି ହ୍ରାସ ହେଲା ସୁନା ଦାମ୍
- News18 Odia
- Last Updated: February 15, 2021, 5:46 PM IST
ନୂଆ ଦିଲ୍ଲୀ: ଆଜି ଭାରତୀୟ ବଜାରରେ ସୁନା ଦରରେ ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି । ସୋମବାର ୧୫ ଫେବୃଆରୀ ୨୦୨୧ ରେ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୁନା ଦାମ୍ ୧୦ ଗ୍ରାମ ପିଛା ମାତ୍ର ୧୯ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ଦାମ୍ କିଲୋଗ୍ରାମରେ ୬୪୬ ଟଙ୍କା ବୃଦ୍ଧି ପାଇଛି । ଶେଷ ବାଣିଜ୍ୟ ଦିନରେ ଦିଲ୍ଲୀ ବୁଲିଅନ୍ ବଜାରରେ ସୁନା ୧୦ ଗ୍ରାମ ପିଛା ୪୬,୮୪୫ ଟଙ୍କା କାରବାରରେ ବନ୍ଦ ହୋଇଥିଲା । ଏଥି ସହିତ ରୂପା କିଲୋଗ୍ରାମରେ ୬୮,୪୨୬ ଟଙ୍କା କାରବାରରେ ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ ଆଜି ସୁନା ଦାମରେ ହ୍ରାସ ପଞ୍ଜିକୃତ ହୋଇଥିବା ବେଳେ ରୂପା ଦାମ ଅପରିବର୍ତ୍ତିତ ରହିଛି ।
ରୂପାର ନୂଆ ଦାମ୍ (Silver Price, 15 February 2021) - ଦିଲ୍ଲୀ ବୁଲିଅନ୍ ମାର୍କେଟରେ ସୋମବାର ଦିନ ରୂପା ଦାମ୍ ମହଙ୍ଗା ହୋଇଥିବାର ରେକର୍ଡ କରାଯାଇଛି । ବର୍ତ୍ତମାନ ଏହାର ଦାମ୍ ୬୪୬ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୯,୦୭୨ ଟଙ୍କାରେ ପହଞ୍ଚିଛି । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ପ୍ରତି ଆଉନ୍ସ ୨୭.୪୮ ଡଲାର ରହିଛି ।
କାହିଁକି ସୁନା ଦାମ୍ ବୃଦ୍ଧି ହେଉଛି - HDFC ସିକ୍ୟୁରିଟିର ସିନିୟର ଆନାଲିଷ୍ଟ (କମୋଡିଟିଜ) ତପନ ପଟେଲଙ୍କ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ହ୍ରାସ ଓ ଡଲାର ତୁଳନାରେ ଟଙ୍କା ମଜବୁତ ଯୋଗୁଁ ମୂଲ୍ୟବାନ ହଳଦିଆ ଧାତୁର ଦାମ୍ ହ୍ରାସ ପାଇଛି । ସେ କହିଛନ୍ତି ଯେ ସୋମବାର ଦିନ କରେନ୍ସି ମାର୍କେଟରେ ଟଙ୍କା ଡଲାର ତୁଳନାରେ ୧୪ ପଇସା ମଜବୁତ ସହିତ ୭୨.୬୧ ଟଙ୍କା ସ୍ତରରେ ଖୋଲିଥିଲା । ଏହା ଭାରତୀୟ ବଜାରରେ ସୁନା ଦର ଉପରେ ପ୍ରଭାବ ପକାଇଛି ।