ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold Price Today: ଶସ୍ତାରେ ସୁନା କିଣିବାର ଭଲ ସୁଯୋଗ! ଆଜି ପୁଣି ହ୍ରାସ ହେଲା ସୁନା ଦାମ୍; ଫଟାଫଟ ଯାଞ୍ଚ କରନ୍ତୁ ନୂଆ ଦାମ୍

Gold Price Today: ଶସ୍ତାରେ ସୁନା କିଣିବାର ଭଲ ସୁଯୋଗ! ଆଜି ପୁଣି ହ୍ରାସ ହେଲା ସୁନା ଦାମ୍; ଫଟାଫଟ ଯାଞ୍ଚ କରନ୍ତୁ ନୂଆ ଦାମ୍

Gold Price Today: ସୁନା ଓ ରୂପା ଦରରେ ଗୁରୁବାର ହ୍ରାସ ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi Commodity Exchange) ସକାଳେ ସୁନା ଦରରେ ହ୍ରାସ ଦେଖାଦେଇଛି । ଯଦି ଆପଣ ଆଜି ସୁନା କିଣୁଛନ୍ତି ତେବେ ଆପଣ ବହୁତ ଲାଭବାନ ହୋଇପାରିବେ ।

Gold Price Today: ଶସ୍ତାରେ ସୁନା କିଣିବାର ଭଲ ସୁଯୋଗ! ଆଜି ପୁଣି ହ୍ରାସ ହେଲା ସୁନା ଦାମ୍; ଫଟାଫଟ ଯାଞ୍ଚ କରନ୍ତୁ ନୂଆ ଦାମ୍
ଆଜି ପୁଣି ହ୍ରାସ ହେଲା ସୁନା ଦାମ୍
  • News18 Odia
  • Last Updated: February 11, 2021, 12:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା ଓ ରୂପା ଦରରେ ଗୁରୁବାର ହ୍ରାସ ଘଟିଛି । ଯଦି ଆପଣ ଆଜି ସୁନା କିଣୁଛନ୍ତି ତେବେ ଆପଣ ବହୁତ ଲାଭବାନ ହୋଇପାରିବେ । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi Commodity Exchange) ସକାଳେ ସୁନା ଦରରେ ହ୍ରାସ ଦେଖାଦେଇଛି । ଏପ୍ରିଲର ଫ୍ୟୁଚର ଟ୍ରେଡ଼ରେ ସୁନା ୧୪୫.୦୦ ଟଙ୍କା ହ୍ରାସପାଇ ୪୭,୮୬୮.୦୦ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ମାର୍ଚ୍ଚରେ ଫ୍ୟୁଚର ଟ୍ରେଡ଼ରେ ରୂପା ୬୦୪.୦୦ ଟଙ୍କା ହ୍ରାସ ୬୮,୩୨୨.୦୦ ଟଙ୍କା ସ୍ତରରେ କାରବାର କରୁଛି ।

ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍
ଏହା ବ୍ୟତୀତ ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଆଜି ଏଠାରେ ସୁନା ଦରରେ ମଧ୍ୟ ହ୍ରାସ ଦେଖାଯାଇଛି । ଯୁକ୍ତରାଷ୍ଟ୍ରରେ ସୁନା ୪.୩୫ ଡଲାର ହ୍ରାସ କରି ପ୍ରତି ଆଉନ୍ସ ୧,୮୩୭.୯୨ ଡଲାରରେ କାରବାର କରୁଛି । ଏଥି ସହିତ ରୂପା ୦.୧୮ ଡଲାର ହ୍ରାସ ସହିତ ପ୍ରତି ଆଉନ୍ସ ୨୬.୮୬ ଡଲାରରେ କାରବାର କରୁଛି ।

ଦିଲ୍ଲୀରେ ସୁନା-ରୂପା ଦାମ୍
>> ୨୨ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୪୬୯୧୦ ଟଙ୍କା
>> ୨୪ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୫୧୧୭୦ ଟଙ୍କା
>> ରୂପା ଦାମ୍- (ପ୍ରତି କେଜି) ୬୮୪୦୦ ଟଙ୍କା

ବୁଧବାର ଦିନ ଦିଲ୍ଲୀର ସରଫା ବଜାରରେ ସୁନା ଓ ରୂପା ଦାମ୍
ବୁଧବାର ଦିନ ଦିଲ୍ଲୀ ସାରଫା ବଜାରରେ ସୁନା ଦରରେ ୧୦ ଗ୍ରାମ ପିଛା ୩୮ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ସୁନା ଦାମ୍ ୧୦ ଗ୍ରାମ ପ୍ରତି ୪୭,୫୭୬ ଟଙ୍କା ଥିଲା । ଏଥି ସହିତ ବୁଧବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦରରେ ହ୍ରାସ ଘଟିଛି । ବୁଧବାର ଏହାର ଦାମ୍ ୭୮୩ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ୬୮,୮୮୪ ଟଙ୍କାରେ ପହଞ୍ଚିଛି ।

ଜାନୁଆରୀରେ ସୁନା ETF ବୃଦ୍ଧି ପାଇଲା
ଜାନୁଆରୀରେ ଗୋଲ୍ଡ ଏକ୍ସଚେଞ୍ଜ ଟ୍ରେଡ୍ ଫଣ୍ଡରେ (ଇଟିଏଫ୍) ୬୨୫ କୋଟି ଟଙ୍କା ବିନିଯୋଗ ହୋଇଛି ଯାହା ପୂର୍ବ ମାସ ତୁଳନାରେ ୪୫ ପ୍ରତିଶତ ଅଧିକ ଥିଲା । AMFI ତଥ୍ୟ ଅନୁଯାୟୀ ଜାନୁଆରୀ ଶେଷରେ ସୁନା ଇଟିଏଫରେ ବିନିଯୋଗ ୨୨ ପ୍ରତିଶତ ବୃଦ୍ଧି ହୋଇ ୧୪,୪୮୧ କୋଟି ଟଙ୍କାରୁ ଡିସେମ୍ବର ଶେଷରେ ୧୪,୧୭୪ କୋଟିରୁ ବୃଦ୍ଧି ପାଇଛି ।

ଜାଣନ୍ତୁ କ’ଣ ରହିଛି ବିଶେଷଜ୍ଞଙ୍କ ମତ
ମନି କଣ୍ଟ୍ରୋଲ୍ ନ୍ୟୁଜ୍ ଅନୁଯାୟୀ ବଜାର ବିଶେଷଜ୍ଞମାନେ ନିବେଶକମାନଙ୍କୁ ୪୭,୫୮୦ ଟଙ୍କା ଦରରେ ସୁନାରେ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଦ୍ୱାରା ୧୦ ଗ୍ରାମ ପ୍ରତି ୪୯,୧୦୦ ଟଙ୍କା ଦରରେ ବିକ୍ରି କରି ଲାଭବାନ ହେବେ । ପ୍ରୀତି ଫିନ୍ମାର୍ଟ ନିର୍ଦ୍ଦେଶକ ମନୋଜ ଜୈନ ମନି କଣ୍ଟ୍ରୋଲକୁ କହିଛନ୍ତି ଯେ ସୁନା ଓ ରୂପା ଦାମ୍ ହ୍ରାସ ପାଇବ । ସୁନା ୧୮୫୮ ଡ଼ଲାର ଓ ରୂପା ୨୮.୫୫ ଡ଼ଲାର ପ୍ରତିରୋଧର ସମ୍ମୁଖୀନ ହୋଇପାରେ ।
Published by: Jagdish Barik
First published: February 11, 2021, 12:37 PM IST