News18 Odia Digital
Gold Price Today: ଶନିବାର ଦିନ ସରଫା ବଜାରରେ ସୁନା ଦାମ୍ କ୍ରମାଗତ ତୃତୀୟ ଦିନ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଗୁଡ୍ ରିଟର୍ନ ରିପୋର୍ଟ ଅନୁଯାୟୀ ସୁନା ଦାମ୍ ୧୦ ଗ୍ରାମ ପିଛା ୪୫୭ ଟଙ୍କା ହ୍ରାସ ହୋଇ ୪୬,୩୯୦ ଟଙ୍କାରେ ପହଞ୍ଚିଛି । ଏଥିସହିତ ରୂପା ଦାମ୍ (Silver Price Today) କିଲୋଗ୍ରାମ ପିଛା ୩୪୭ ଟଙ୍କା ହ୍ରାସ ପାଇ ୬୭,୮୯୪ ଟଙ୍କାରେ ପହଞ୍ଚିଛି । ଗତ ବାଣିଜ୍ୟ ସେସନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସିଲଭର କିଲୋଗ୍ରାମ ପିଛା ୬୮,୨୪୧ ଟଙ୍କା ଥିଲା । ଶେଷ ବାଣିଜ୍ୟ ସେସନରେ ସୁନା ୬୬୧ ଟଙ୍କା ହ୍ରାସ ପାଇ ୧୦ ଗ୍ରାମରେ ୪୬,୮୪୭ ଟଙ୍କା ବନ୍ଦ ହୋଇଥିଲା ।
ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍: ଆନ୍ତର୍ଜାତୀୟ ବଜାରରେ ସୁନା ୧,୮୧୫ ଡଲାର ପ୍ରତି ଆଉନ୍ସ ଓ ରୂପା ୨୬.୯୬ ଡଲାର ପ୍ରତି ଆଉନ୍ସରେ ସମତଳ ଥିଲା । HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମେଡିଟିଜ) ତପନ ପଟେଲ କହିଛନ୍ତି, 'ଡଲାର ସୂଚକାଙ୍କ ଦୁର୍ବଳ ହୋଇଥିବାରୁ ସୁନା କମ ଦାମରେ କାରବାର କରୁଛି ।'
ଆଜିର ସୁନା ଦାମ୍ (Gold Price Today): ଦିଲ୍ଲୀ ସରଫା ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୬,୩୯୦ ଟଙ୍କା ଥିବାବେଳେ ମୁମ୍ବାଇରେ ହଳଦିଆ ଧାତୁ ୪୬,୪୩୦ ଟଙ୍କାରେ କାରବାର କରିଥିଲା । ଚେନ୍ନାଇରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୪୪,୬୫୦ ଥିବାବେଳେ ୨୪ କ୍ୟାରେଟ୍ ମୂଲ୍ୟ ୪୮,୭୧୦ ଟଙ୍କା ଥିଲା ।
ଆଜିର ରୂପା ଦାମ୍ (Silver Price Today): ଶନିବାର ଦିନ ରୂପା ଦରରେ ହ୍ରାସ ମଧ୍ୟ ରେକର୍ଡ କରାଯାଇଛି । ବର୍ତ୍ତମାନ ଏହାର ଦାମ୍ ୩୪୭ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୭,୮୯୪ ଟଙ୍କାରେ ପହଞ୍ଚିଛି ।
ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ଇକ୍ୱିଟି ବଜାରରେ ଲାଭ-ବୁକିଂ ଓ ବିଟକଏନ୍ ମୂଲ୍ୟରେ ବୃଦ୍ଧି ପରେ ସୁନା ଓ ରୂପା ଦରରେ ପ୍ରଭାବ ପକାଉଛି । ସେ କହିଛନ୍ତି ଯେ କିଛି ସମୟ ପାଇଁ ହଳଦିଆ ଧାତୁ ପ୍ରାୟ ୪୭,୨୦୦ କାରବାର କରୁଥିବାର ଦେଖାଯାଏ । ଏହାର ପ୍ରଥମ ସେସନରେ ସୁନା ୧ ପ୍ରତିଶତ ଓ ରୂପା ୦.୩୩ ପ୍ରତିଶତ ହ୍ରାସ ପାଇଛି । ଏହିପରି ଅଗଷ୍ଟ ୨୦୨୦ ରେ ସର୍ବୋଚ୍ଚ ସ୍ତରରୁ ୫୬,୨୦୦ ଟଙ୍କା ଠାରୁ ପ୍ରାୟ ୯,୦୦୦ ଟଙ୍କା ଶସ୍ତା ହୋଇଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।