ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold Price Today: ରେକର୍ଡ ସ୍ତରଠାରୁ ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ସୁନା; ଜାଣନ୍ତୁ ଆଜିର ଦାମ୍

Gold Price Today: ରେକର୍ଡ ସ୍ତରଠାରୁ ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ସୁନା; ଜାଣନ୍ତୁ ଆଜିର ଦାମ୍

Gold Silver Price, 03 March 2021: ବିବାହ ସିଜିନରେ ମଧ୍ୟ ସୁନା ଦର ଶସ୍ତା ହେବାରେ ଲାଗିଛି । ଆଜି ଭାରତରେ ସୁନା ଦର ଗତ ୧୦ ମାସର ସୁନା ଦର ଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

Gold Price Today: ରେକର୍ଡ ସ୍ତରଠାରୁ ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ସୁନା; ଜାଣନ୍ତୁ ଆଜିର ଦାମ୍
ରେକର୍ଡ ସ୍ତରଠାରୁ ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ସୁନା
  • News18 Odia
  • Last Updated: March 3, 2021, 12:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିବାହ ସିଜିନରେ ସୁନା ଦର କ୍ରମାଗତ ଭାବେ ଶସ୍ତା ହେବାରେ ଲାଗିଛି । ଚଳିତ ବର୍ଷ ୧ ଜାନୁୟାରୀ ଠାରୁ ସୁନା ଦାମ୍ (୨୪ କ୍ୟାରେଟ୍) ସରଫା ବଜାରରେ ୪,୯୬୩ ଟଙ୍କା (୯.୮୯ ପ୍ରତିଶତ) ଶସ୍ତା ହୋଇଛି । ଭାରତରେ ସୁନା ଦର ଆଜି ୧୦ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି MCX ଉପରେ ସୁନା ଦର ୦.୧୧% ହ୍ରାସ ସହିତ ୧୦ ଗ୍ରାମ ପ୍ରତି ୪୫,୫୦୦ ଟଙ୍କା ସ୍ତରରେ କାରବାର କରୁଛି । ଗତ ସାତ ଦିନ ମଧ୍ୟରେ ଏହା ଷଷ୍ଠ ଥର ପାଇଁ ସୁନା ଦର ହ୍ରାସ ହୋଇଛି । ଯଦି ଆମେ ରୂପା ବିଷୟରେ କଥା ହେବା ତେବେ ରୂପା କିଲୋଗ୍ରାମ ପିଛା ୬୯,୨୧୬ ଟଙ୍କା ରରହିଛି । ୧୦ ମାସ ମଧ୍ୟରେ ସୁନା ପ୍ରାୟ ୧୧ ହଜାର ଟଙ୍କା ଶସ୍ତା ହୋଇ ସାରିଛି । ଅଗଷ୍ଟ ୨୦୨୦ ରେ ସୁନା ଦର ୫୬,୨୦୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ସୁନାର ନୂଆ ଦାମ୍: ବୁଧବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୫,୫୦୦ ଟଙ୍କା ପହଞ୍ଚିଛି । ଯାହା ୧୦ ମାସ ମଧ୍ୟରେ ସର୍ବନିମ୍ନ ସ୍ତର ଅଟେ । ଗତ ବାଣିଜ୍ୟ ସେସନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପିଛା ସୁନା ଦାମ୍ ୪୪,୭୬୦ ଟଙ୍କା ବନ୍ଦ ହୋଇଥିଲା । ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ୦.୨% ହ୍ରାସ ହୋଇ ଆଉନ୍ସ ପିଛା ୧,୭୩୪.୧୬ ଡଲାରରେ ପହଞ୍ଚିଛି ।

ରୂପାର ନୂଆ ଦାମ୍: ବୁଧବାର ଦିନ ରୂପା ଦାମ୍ ଉପରେ କୌଣସି ବିଶେଷ ପ୍ରଭାବ ପଡି ନଥିଲା । ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା କିଲୋଗ୍ରାମ ପିଛା ୬୯,୨୧୬ ଟଙ୍କାରେ କାରବାର କରୁଛି । ଏଥି ସହିତ ଏହି ମୂଲ୍ୟବାନ ଧାତୁ ୧,୮୪୭ ଟଙ୍କା ହ୍ରାସ ପାଇ ପୂର୍ବ ବାଣିଜ୍ୟ ସେସନରେ କିଲୋଗ୍ରାମ ପିଛା ୬୭,୦୭୩ ଟଙ୍କା ବନ୍ଦ ହୋଇଥିଲା । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ୦.୩% ହ୍ରାସ ହୋଇ ପ୍ରତି ଆଉନ୍ସ ୨୬.୬୭ ଡଲାରରେ ପହଞ୍ଚିଛି ।

ଇଣ୍ଟେରନେଶନାଲ ଆଣ୍ଡ କମୋଡିଟିଜ ଏଟ କ୍ୟାପିଟାଲ୍ ଆଡଭାଇଜର୍ କ୍ଷିତିଜ୍ ପୁରୋହିତରେ କହିଛନ୍ତି ଯେ ସୁନା ବର୍ତ୍ତମାନ ଗୋଟିଏ ପାର୍ଶ୍ୱରେ ଟ୍ରେଣ୍ଡ କରୁଛି । ଅର୍ଥାତ୍ ଏହାର ଦରରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଓ MCX ସୁନା ୪୫,୬୦୦-୪୫,୮୦୦ ସ୍ତରରେ ରହିବ । ଏଥି ସହିତ କେଡିଆ ଆଡଭାଇଜରୀର ଏମଡି ଅଜୟ କେଡିଆ କହିଛନ୍ତି ଯେ ୪୪,୫୦୦-୪୫,୦୦୦ ଟଙ୍କା ମଧ୍ୟରେ ସୁନାରେ ସହାୟତା ରହିଛି । ଏହାର ଅର୍ଥ ହେଉଛି ଏହାର ଦାମ୍ ୪୫ ହଜାର ଟଙ୍କାରୁ କମ୍ ହେବାର ସମ୍ଭାବନା ନାହିଁ । କେଡିଆଙ୍କ ଅନୁଯାୟୀ ସ୍ୱଳ୍ପ ସମୟ ମଧ୍ୟରେ ସୁନା ସମାନ ପରିସର ମଧ୍ୟରେ ରହିବ କିମ୍ବା ଉପରକୁ ଚଢ଼ିବ ।

ସୁନା କିଣିବାର ଭଲ ସୁଯୋଗ: ଘରୋଇ ବଜାରରେ ସୁନା ପାଇଁ ପ୍ରବଳ ଚାହିଦା ଅଛି । ବିବାହ ସିଜିନ ଚାଲିଛି ଓ ଦର ଯଥେଷ୍ଟ ହ୍ରାସ ପାଇଛି । ଏପରି ପରିସ୍ଥିତିରେ ଚାହିଦା ଚାପ ଆହୁରି ବୃଦ୍ଧି ପାଇବ । ଏହି ଅର୍ଥରେ ଦର ହ୍ରାସ ହେଉଛି ସ୍ୱଳ୍ପ ମିଆଦି ବିଷୟ । ସୁନା ଦାମ୍ ଖୁବ ଶୀଘ୍ର ପୂର୍ବବସ୍ଥାକୁ ଫେରିବ । ଏହି କାରଣରୁ ସୁନା ଅଳଙ୍କାର କିଣିବା ପାଇଁ ଏହି ସବୁଠାରୁ ସୁବର୍ଣ୍ଣ ସୁଯୋଗ ଅଟେ ।
Published by: Jagdish Barik
First published: March 3, 2021, 12:45 PM IST