Gold Price Today: ସୁନା-ରୂପା ମହଙ୍ଗା ହେଲା; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍

Gold Price Today: ସୁନା-ରୂପା ଦରରେ ଆଜି ବୃଦ୍ଧି ଘଟିଛି । ଅନେକ ଦିନର କ୍ରମାଗତ ହ୍ରାସ ପରେ ଆଜି ଦରରେ ସାମାନ୍ୟ ବୃଦ୍ଧି ଘଟିଛି ।

Gold Price Today: ସୁନା-ରୂପା ମହଙ୍ଗା ହେଲା; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍
ସୁନା-ରୂପା ମହଙ୍ଗା ହେଲା
  • News18 Odia
  • Last Updated: February 9, 2021, 12:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା-ରୂପା ଦରରେ (Gold pice today) ଆଜି ବୃଦ୍ଧି ଘଟିଛି । ଅନେକ ଦିନର କ୍ରମାଗତ ହ୍ରାସ ପରେ ଆଜି ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi commodity exchnage) ଆଜି ସକାଳେ ସୁନା ଏପ୍ରିଲର ଫ୍ୟୁଚର ଟ୍ରେଡ଼ରେ ୨୩୯ ଟଙ୍କା ବୃଦ୍ଧି ହୋଇ ୪୮,୦୭୮.୦୦ ଟଙ୍କାରେ ପହଞ୍ଚିଛି । ଏଥି ସହିତ ରୂପା ଦାମ୍ (Silver price today) ମାର୍ଚ୍ଚ ଫ୍ୟୁଚର ଟ୍ରେଡ଼ରେ ୩୨୧.୦୦ ବୃଦ୍ଧି ହୋଇ ୭୦,୪୦୫.୦୦ ଟଙ୍କାରେ ପହଞ୍ଚିଛି ।

ଆନ୍ତର୍ଜାତୀୟ ବଜାରରେ ସୁନା-ରୂପା ଦର
ଏହା ବ୍ୟତୀତ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା-ରୂପା ଦରରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦିନ ଆମେରିକାରେ ସୁନା ପ୍ରତି ଆଉନ୍ସ ୧୨.୩୨ ଡଲାର ବୃଦ୍ଧି ହୋଇ ୧,୮୪୨.୨୮ ଡଲାରରେ କାରବାର କରୁଛି । ଏହା ବ୍ୟତୀତ ରୂପା ମଧ୍ୟ୦.୨୮ ଡଲାର ବୃଦ୍ଧି ସହିତ ପ୍ରତି ଆଉନ୍ସ ୨୭.୫୪ ଡଲାର ସ୍ତରରେ କାରବାର କରୁଛି ।

ରାଜଧାନୀ ଦିଲ୍ଲୀରେ ସୁନା-ରୂପା ଦାମ୍
>> ୨୨ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୪୬୧୯୦ ଟଙ୍କା
>> ୨୪ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୫୦୩୯୦ ଟଙ୍କା
>> ରୂପା ଦାମ୍ (ପ୍ରତି କେଜି) - ୭୦୨୦୦ ଟଙ୍କା

ଦିଲ୍ଲୀର ସରଫା ବଜାରରେ ସୁନା ଦାମ୍
ସୋମବାର ଦିଲ୍ଲୀ ସାରାଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୯୪ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ନୂତନ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୪୬,୮୭୭ ଟଙ୍କା ରହିଛି ।

ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦାମ୍
ଏହା ବ୍ୟତୀତ ସୋମବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ବର୍ତ୍ତମାନ ଏହାର ଦାମ୍ ୩୪୦ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମରେ ପିଛା ୬୮,୩୯୧ ଟଙ୍କାରେ ପହଞ୍ଚିଛି ।

ଜାଣନ୍ତୁ କ’ଣ ରହିଛି ବିଶେଷଜ୍ଞଙ୍କ ମତ
ମନି କଣ୍ଟ୍ରୋଲ୍ ନ୍ୟୁଜ୍ ଅନୁଯାୟୀ ବଜାର ବିଶେଷଜ୍ଞମାନେ ନିବେଶକମାନଙ୍କୁ ୪୭,୫୮୦ ଟଙ୍କା ଦରରେ ସୁନାରେ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଦ୍ୱାରା ୧୦ ଗ୍ରାମ ପ୍ରତି ୪୯,୧୦୦ ଟଙ୍କା ଦରରେ ବିକ୍ରି କରି ଲାଭବାନ ହୋଇପାରିବେ । Prithvi Finmart ନିର୍ଦ୍ଦେଶକ ମନୋଜ ଜୈନ ମନି କଣ୍ଟ୍ରୋଲକୁ କହିଛନ୍ତି ଯେ ସୁନା ଓ ରୂପା ଦାମ୍ ହ୍ରାସ ପାଇବ । ସୁନା ୧୮୫୮ ଡ଼ଲାର ଓ ରୂପା ୨୮.୫୫ ଡ଼ଲାରରେ ପ୍ରତିରୋଧର ସମ୍ମୁଖୀନ ହୋଇପାରେ ।
Published by: Jagdish Barik
First published: February 9, 2021, 12:53 PM IST