Gold Price today: ସୁନା କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍; ଏପର୍ଯ୍ୟନ୍ତ ୮୮୦୦ ଟଙ୍କା ହୋଇସାରିଛି ଶସ୍ତା

Gold Price today: ମଙ୍ଗଳବାର ଦିନ ସୁନା-ରୂପା ଦରରେ ବୃଦ୍ଧି ଘଟିଛି । ୧୬ ଫେବୃଆରୀ ୨୦୨୧ ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୧୯୮.୦୦ ଟଙ୍କା ବୃଦ୍ଧି ସହିତ ୧୦ ଗ୍ରାମ ପିଛା ୪୭୪୩୯.୦୦ ଟଙ୍କାରେ କାରବାର କରୁଛି ।

Gold Price today: ସୁନା କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍; ଏପର୍ଯ୍ୟନ୍ତ ୮୮୦୦ ଟଙ୍କା ହୋଇସାରିଛି ଶସ୍ତା
ସୁନା କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ଦାମ୍
  • News18 Odia
  • Last Updated: February 16, 2021, 12:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମଙ୍ଗଳବାର ଦିନ ସୁନା-ରୂପା ଦରରେ ବୃଦ୍ଧି ଘଟିଛି । ୧୬ ଫେବୃଆରୀ ୨୦୨୧ ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi Commodity Exchange) ୧୯୮.୦୦ ଟଙ୍କା ବୃଦ୍ଧି ସହିତ ୧୦ ଗ୍ରାମ ପିଛା ୪୭୪୩୯.୦୦ ଟଙ୍କାରେ କାରବାର କରୁଛି । ଏଥି ସହିତ ରୂପା (Silver Price Today) ୬୩୪.୦୦ ଟଙ୍କା ବୃଦ୍ଧି ସହିତ କିଲୋଗ୍ରାମ ପିଛା ୭୦୭୬୩.୦୦ ଟଙ୍କାରେ କାରବାର କରୁଛି । ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୬୪୦୦ ଟଙ୍କାରେ କାରବାର କରୁଛି ।

ସର୍ବୋଚ୍ଚ ଦରରୁ କେତେ ଟଙ୍କା ଶସ୍ତା ହୋଇଛି ସୁନା?
ସୁନା ଦରରେ ହ୍ରାସ ବିଷୟରେ କହିବାକୁ ଗଲେ ଏହା ସର୍ବକାଳୀନ ଉଚ୍ଚତାରୁ ଏପର୍ଯ୍ୟନ୍ତ 8800 ଟଙ୍କା ଶସ୍ତା ହୋଇ ସାରିଛି । ଏକ ସମୟରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୫୬,୨୦୦ ଟଙ୍କା ସ୍ତରରେ ପହଞ୍ଚି ଯାଇଥିଲା । ଏଥିସହିତ ରୂପା ମଧ୍ୟ ୭୩୦୦ ଟଙ୍କା ଶସ୍ତା ହୋଇ ସାରିଛି ।

ଦିଲ୍ଲୀର ସରଫା ବଜାର ସୁନା ଦାମ୍
ସୋମବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୯ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନା ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପିଛା ୪୬,୮୨୬ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ସୋମବାର ଦିନ ରୂପା ଦରରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ବର୍ତ୍ତମାନ ଏହାର ଦାମ୍ ୬୪୬ ଟଙ୍କା ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୬୯,୦୭୨ ଟଙ୍କା ହୋଇଛି । HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିଜ) ତପନ ପଟେଲ କହିଛନ୍ତି ଯେ ବିଶ୍ୱର ସୁନା ଦରରେ ହ୍ରାସ ଓ ଟଙ୍କା ମଜବୁତ ଯୋଗୁଁ ଦିଲ୍ଲୀର ୨୪ କ୍ୟାରେଟ ସୁନା ଦର ୧୯ ଟଙ୍କା ହ୍ରାସ ପାଇଛି ।

କାହିଁକି ବୃଦ୍ଧି ପାଉଛି ସୁନା ଦାମ୍
ବିଶେଷଜ୍ଞଙ୍କ ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ଉପରେ ବୃଦ୍ଧି ଘଟିଛି । ସେ କହିଛନ୍ତି ଯେ ଆମେରିକାରେ ଉତ୍ସାହୀ ପ୍ୟାକେଜ୍ ଓ ଡଲାରର ଦୁର୍ବଳତା ବିଷୟରେ ଆଶା ଜାରି ରହିଥିବାରୁ ସୁନା ଦରରେ ବୃଦ୍ଧି ହେଉଛି ।

ବଜେଟରେ କରଯାଇଥିଲା ଘୋଷଣା
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ଆମଦାନୀ କର ଉପରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ପାଞ୍ଚ ପ୍ରତିଶତ ହ୍ରାସ ଘଟିଛି । ଏହି ସମୟରେ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି । ୫ ପ୍ରତିଶତ ରିହାତି ପରେ କେବଳ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ଦରରେ ହ୍ରାସ ଘଟିବ ।
Published by: Jagdish Barik
First published: February 16, 2021, 12:55 PM IST