Gold Price: ସୁନାର ଦାମ୍ ୨୫୦ ଟଙ୍କା ବଢ଼ିଲା; ତଥାପି ସର୍ବୋଚ୍ଚ ସ୍ତର ଠାରୁ ୧୦,୭୩୧ ଟଙ୍କା କମ୍ ଅଛି

Gold Silver Price Now | ଦୁଇ ଦିନ ଧରି ଦାମ୍ କମିବା ପରେ ସୁନାର ଦାମରେ ସାମାନ୍ୟ ବୃଦ୍ଧି ଘଟିଛି । ଡଲାର୍ ଶକ୍ତିଶାଳୀ ହେବା ପରେ ବି ଆମେରିକୀୟ ବଣ୍ଡରେ ଆସିଥିବା ପତନ କାରଣରୁ ସୁନାର ଦାମ୍ ବଢ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଆନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ଏକ ଆଉନ୍ସ ପିଛା ୧,୭୮୨ ଡଲାରକୁ ବୃଦ୍ଧି ପାଇଛି ।

ଆନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ଏକ ଆଉନ୍ସ ପିଛା ୧,୭୮୨ ଡଲାରକୁ ବୃଦ୍ଧି ପାଇଛି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆନ୍ତର୍ଜାତୀୟ ବଜାର ଦୃଢ଼ ହେବା ଆରମ୍ଭ କରିବାରୁ ଦୁଇ ଦିନ ଧରି ଦାମ୍‌ କମିବା ପରେ ଭାରତୀୟ ସରାଫା ବଜାରରେ ସୁନା ଦାମରେ (Gold Price Today) ବୃଦ୍ଧି ଘଟିଛି । ଗତ ବାଣିଜ୍ୟ ଅଧିବେଶନରେ ଦିଲ୍ଲୀର ସରାଫା ବଜାରରେ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୪୬,୦୨୭ ଟଙ୍କାରେ ବନ୍ଦ ହୋଇଥିଲା । ରୂପାର ଦାମ୍‌ (Silver Price) କିଲୋଗ୍ରାମ୍‌ ପିଛା ୬୬,୫୮୪ ଟଙ୍କାରେ ବନ୍ଦ ହୋଇଥିଲା । ଜୁନ୍‌ ୨୧ ତାରିଖ ଦିନ ଆନ୍ତର୍ଜାତୀୟ ବଜାରରେ ଉଭୟ ସୁନା ଓ ରୂପାର ଦାମରେ ସାମାନ୍ୟ ବୃଦ୍ଧି ଘଟିଛି ।

ସୁନାର ନୂଆ ଦାମ୍‌ (Gold Price June 21, 2021) - ସୋମବାର ଦିନ ଦିଲ୍ଲୀର ସରାଫା ବଜାରରେ ସୁନାର ଦାମରେ ୧୦ ଗ୍ରାମ୍‌ ପିଛା ୨୫୦ ଟଙ୍କା ବୃଦ୍ଧି ରେକର୍ଡ଼ କରାଯାଇଥିଲା । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ୍‌ ଶୁଦ୍ଧ ସୁନାର ନୂଆ ଦାମ୍‌ ୧୦ ଗ୍ରାମ ପିଛା ୪୬,୨୭୭ ଟଙ୍କାକୁ ବୃଦ୍ଧି ପାଇଥିଲା । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ସୁନାର ଦାମ୍‌ ଏକ ଆଉନ୍ସ ପିଛା ୧,୭୮୨ ଡଲାରକୁ ବୃଦ୍ଧି ପାଇଥିଲା ।

ଏହା ବି ପଢ଼ନ୍ତୁଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତ

ଦିଲ୍ଲୀର ସରାଫା ବଜାରରେ ୭ ଅଗଷ୍ଟ ୨୦୨୦ରେ ସୁନାର ଦାମ୍‌ (Gold Prices) ୧୦ ଗ୍ରାମ ପିଛା ୫୭,୦୦୮ ଟଙ୍କାର ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଥିଲା। ସେହି ଆଧାରରେ ସୁନା ବର୍ତ୍ତମାନ ନିଜ ସର୍ବୋଚ୍ଚ ଦର ଠାରୁ ୧୦,୭୩୧ ଟଙ୍କା ତଳେ କାରବାର କରୁଛି । ଏଭଳି ପରିସ୍ଥିତିରେ ପୁଣି ଥରେ ସୁନା କିଣିବାର ସୁଯୋଗ ଆସିଛି ।

ଏହା ବି ପଢ଼ନ୍ତୁ | ନୟାଗଡ଼: ବର୍ଷର ଝିଅକୁ ମୋବାଇଲ୍ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍କରିବା ପରେ ହତ୍ୟା କଲା

ରୂପାର ନୂଆ ଦାମ୍‌ (Silver Price 21 June 2021)

ରୂପାର ଦାମ୍‌ ବି ଉପରକୁ ଉଠୁଥିବା ଲକ୍ଷ କରାଯାଇଛି । ସୋମବାର ଦିନ ରୂପାର ଦାମ୍‌ ୨୫୮ ଟଙ୍କାର ସାମାନ୍ୟ ବୃଦ୍ଧି ସହିତ ଦିଲ୍ଲୀର ସରାଫା ବଜାରରେ କିଲୋଗ୍ରାମ୍‌ ପିଛା ୬୬,୮୪୨ ଟଙ୍କା ରହିଥିଲା । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ରୂପାର ଦାମରେ ବି ସାମାନ୍ୟ ବୃଦ୍ଧି ଘଟିଥିଲା ଓ ଏହା ପ୍ପରତି ଆଉନ୍ସ ୨୬.୦୫ ଡଲାରରେ ପହଞ୍ଚିଥିଲା ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନ

ସୁନାର ଦାମ୍‌ କାହିଁକି ବୃଦ୍ଧି ପାଇଲା?

HDFC ସିକ୍ୟୁରିଟିଜର (HDFC Securities) ସିନିୟର୍‌ ଆନାଲିଷ୍ଟ୍‌ (କମୋଡିଟିଜ୍‌) ତପନ ପଟେଲ କହିଛନ୍ତି ଯେ ଗତ ସପ୍ତାହରେ ହୋଇଥିବା ମୂଲ୍ୟ ହ୍ରାସ ପରେ ଏହି ସପ୍ତାହ ଆରମ୍ଭରେ ସୁନାର ଦାମରେ ସାମାନ୍ୟ ବୃଦ୍ଧି ଘଟିଛି । ଡଲାର୍‌ ଶକ୍ତିଶାଳୀ ହେବା ପରେ ବି ଆମେରିକୀୟ ବଣ୍ଡରେ ଆସିଥିବା ପତନ କାରଣରୁ ସୁନାର ଦାମରେ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି ।



ମୋତିଲାଲ ଓସୱାଲ୍‌ ଫାଇନାନସିଆଲ୍‌ ସର୍ଭିସେଜର (Motilal Oswal) ଭାଇସ୍‌ ପ୍ରେସିଡେଣ୍ଟ୍‌ (କମୋଡିଟି ରିସର୍ଚ୍ଚ) ନବନୀତ ଦମାନୀ କହିଛନ୍ତି ଯେ ଗତ ସପ୍ତାହରେ ସୁନାର ଦାମରେ ୬ ପ୍ରତିଶତ ହ୍ରାସ ଦେଖାଦେଇଛି । ଗତ ୧୫ ମାସ ମଧ୍ୟରେ ଏହା କୌଣସି ଗୋଟିଏ ସପ୍ତାହରେ ସବୁଠାରୁ ବଡ଼ ହ୍ରାସ ଥିଲା । ଏଭଳି ପରିସ୍ଥିତିରେ ସୋମବାର ଦିନ ସୁନାର ଦାମରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି ।
Published by:Anand ST Das
First published: