Gold Price Today: ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ ଆପଣଙ୍କ ସହରରେ ଆଜି କେତେ ଅଛି ମୂଲ୍ୟ

ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୦୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୭୦୦ ଟଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମରେ ୪୪୦ ଟଙ୍କା ବୃଦ୍ଧି ଘଟିଛି।

ପୁଣି ବଢ଼ିଲା ସୁନା ଦର

ପୁଣି ବଢ଼ିଲା ସୁନା ଦର

  • Share this:
News18 Odia Digital

ଭୁବନେଶ୍ବର: ଆଜି ଭାରତରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୧,୭୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୪୩୦ ଟଙ୍କା ଅଛି।

୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ପାଇଁ ସୁନା ହାର ୧୦ ଗ୍ରାମ ପିଛା ୨୪୦ ଟଙ୍କା ବୃଦ୍ଧି ପାଇଛି। ଗତକାଲି ଭାରତରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୧,୬୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୩୦୦ ଟଙ୍କା ଅଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି। ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୪୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୯୫୦ ଟଙ୍କା ଅଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୨,୦୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୭୦୦ ଟଙ୍କା। ସେହିପରି କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୨,୦୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୭୦୦ ଟଙ୍କା ଅଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୦୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୭୦୦ ଟଙ୍କା ଅଛି।

ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୦୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୭୦୦ ଟଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମରେ ୪୪୦ ଟଙ୍କା ବୃଦ୍ଧି ଘଟିଛି। ଗତକାଲି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୧,୬୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୩୦୦ ଟଙ୍କା ଥିଲା।
Published by:Lipina Das
First published: