Gold Price: ସୁନାର ଦାମ୍ ଟିକିଏ କମିବା ପରେ ପୁଣି ବଢ଼ିଲା; ରୂପା ଦର ବି ବଢ଼ିଲା; ଜାଣନ୍ତୁ ନୂଆ ଦର

Gold Price Today | ମୋତିଲାଲ ଓସୱାଲ୍ ଫାଇନାନସିଆଲ୍ ସର୍ଭିସେଜର ଭି.ପି. (କମଡିଟିଜ୍) ନବନୀତ ଦମାନୀ କହିଛନ୍ତି ଯେ ଡଲାରର ମୂଲ୍ୟ ହ୍ରାସ ହୋଇଥିବାରୁ ଓ କୋଭିଡ-୧୯ର ନୂଆ ପ୍ରକାରକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବ୍ୟାପିଥିବାରୁ ସୁନାର ଦର ବଢ଼ିଛି ।

Gold Price: ସୁନାର ଦାମ୍ ଟିକିଏ କମିବା ପରେ ପୁଣି ବଢ଼ିଲା; ରୂପା ଦର ବି ବଢ଼ିଲା; ଜାଣନ୍ତୁ ନୂଆ ଦର
ହଳଦିଆ ଧାତୁର ଦାମ୍ ଟିକିଏ କମିବା ପରେ ପୁଣି ବଢ଼ିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଉତ୍ତାପ ଆସିବା ପରେ ସୁନା ଦାମରେ (Gold Price Today) ପୁଣି ବୃଦ୍ଧି ହୋଇଛି । ଜୁଲାଇ ୫, ୨୦୨୧ ସୋମବାର ଦିନ ଏହି ମୂଲ୍ୟ ବୃଦ୍ଧି ଦେଖାଦେଇଛି । ଏଥି ସହିତ ରୂପାର ଦାମ୍‌ (Silver Price Today) ବି ବୃଦ୍ଧି ପାଇଛି ।

ଗତ ବାଣିଜ୍ୟ ଅଧିବେଶନରେ ଦିଲ୍ଲୀର ସର୍ରାଫା ବଜାରରେ ୧୦ ଗ୍ରାମ୍‌ ସୁନାର ଦାମ୍‌ ୪୬,୩୩୯ ଟଙ୍କାରେ ବନ୍ଦ ହୋଇଥିଲା । ଏଥି ସହିତ ରୂପା ପ୍ରତି କିଲୋଗ୍ରାମ୍‌ ୬୮,୭୮୪ ଟଙ୍କାରେ ବନ୍ଦ ହୋଇଥିଲା । ରୂପାର ଦାମରେ ବିଶେଷ ପରିବର୍ତ୍ତନ ହୋଇ ନ ଥିବା ବେଳେ ଆନ୍ତର୍ଜାତୀୟ ବଜାରରେ ସୁନାର ଦର ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ବର: ବାପା ପୂର୍ବରୁ ଚାଲିଯାଇଥିଲେ, କରୋନା ମାଙ୍କୁ ନେଇଗଲା; ଏବେ ବେସହାରା ଦୁଇ ଝିଅ

ସୁନାର ନୂଆ ଦାମ୍‌ (Gold Price on July 5, 2021): ସୋମବାର ଦିନ ଦିଲ୍ଲୀର ସର୍ରାଫା ବଜାରରେ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ମାତ୍ର ୬୯ ଟଙ୍କା ବୃଦ୍ଧି ପାଇଛି । ୯୯.୯ ଗ୍ରାମ୍‌ ଶୁଦ୍ଧତାର ସୁନାର ନୂଆ ଦାମ୍‌ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା ୪୬,୪୦୮ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ସୁନାର ଦାମ୍‌ ପ୍ରତି ଆଉନ୍ସ ୧,୭୯୩ ଡଲାରକୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ | କାମ ଦେଲାନି ଏକମୋ ଚିକିତ୍ସା; COVID ଛଡ଼େଇନେଲା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ

ରୂପାର ନୂଆ ଦାମ୍‌ (Silver Price on July 5, 2021): ରୂପାର ଦାମରେ ବି ସୋମବାର ଦିନ ବୃଦ୍ଧି ଦେଖାଦେଇଛି । ସୋମବାର ଦିନ ରୂପାର ଦାମ୍‌ ୨୫୧ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍‌ ପିଛା ୬୯,୦୩୫ ଟଙ୍କା ହୋଇଛି । ଏଥି ସହିତ ସୋମବାର ଦିନ ଆନ୍ତର୍ଜାତୀୟ ବଜାରରେ ରୂପାର ଦାମରେ ବିଶେଷ ଅଧିକ ପରିବର୍ତ୍ତନ ହୋଇ ନ ଥିଲା । ଏହା ପ୍ରତି ଆଉନ୍ସ ୨୬.୬୦ ଡଲାରରେ ପହଞ୍ଚିଥିଲା ।

ଏହା ବି ପଢ଼ନ୍ତୁଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତ

କାହିଁକି ଦର ବୃଦ୍ଧି ହେଲା?

ଏଚ୍‌.ଡି.ଏଫ୍‌.ସି. ସିକ୍ୟୁରିଟିଜର (HDFC Securities) ସିନିୟର ଆନାଲିଷ୍ଟ (କମୋଡିଟିଜ୍‌) ତପନ ପଟେଲ କହିଛନ୍ତି ଯେ ଡଲାରରେ ଆସିଥିବା ଦୁର୍ବଳତା କାରଣରୁ ଲୋକେ ସୁନା ଅଧିକ କିଣିବା ଆରମ୍ଭ କରିଛନ୍ତି । ସେଇଥି ପାଇଁ ସୁନାର ଦରକୁ ସମର୍ଥନ ମିଳିଛି ।



ମୋତିଲାଲ ଓସୱାଲ୍‌ ଫାଇନାନସିଆଲ୍‌ ସର୍ଭିସେଜର ଭି.ପି. (କମଡିଟିଜ୍‌) ନବନୀତ ଦମାନୀ କହିଛନ୍ତି ଯେ ଡଲାରର ମୂଲ୍ୟ ହ୍ରାସ ହୋଇଥିବାରୁ ଓ କୋଭିଡ-୧୯ର ନୂଆ ପ୍ରକାରକୁ (ଭ୍ୟାରିଆଣ୍ଟ୍‌) ନେଇ ଲୋକଙ୍କ ମଧ୍ୟରେ ଭୟ ବ୍ୟାପିଥିବାରୁ ସୁନାର ଦରରେ ବୃଦ୍ଧି ଘଟିଛି ।
Published by: Anand ST Das
First published: July 5, 2021, 10:45 PM IST