ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold Price: କମିଲା ସୁନା ଦର; ମହଙ୍ଗା ହେଲା ରୂପା; ଜାଣନ୍ତୁ ସୁନା ଓ ରୂପାର ତାଜା ଦାମ୍

Gold Price: କମିଲା ସୁନା ଦର; ମହଙ୍ଗା ହେଲା ରୂପା; ଜାଣନ୍ତୁ ସୁନା ଓ ରୂପାର ତାଜା ଦାମ୍

Gold price falls while silver price goes up | ସୁନାର ଦାମରେ ପ୍ରତି ଗ୍ରାମ୍ ଏକ ମାମୁଲି ହ୍ରାସ ରେକର୍ଡ ହୋଇଛି । ଆନ୍ତର୍ଜାତୀୟ ବଜାରରେ ବି ସୁନାର ଦାମ୍ ହ୍ରାସ ପାଇଛି ।

Gold Price: କମିଲା ସୁନା ଦର; ମହଙ୍ଗା ହେଲା ରୂପା; ଜାଣନ୍ତୁ ସୁନା ଓ ରୂପାର ତାଜା ଦାମ୍
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧,୮୧୬ ଡଲାରରେ ପହଞ୍ଚିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 8, 2021, 9:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ:  ଭାରତୀୟ ସରାଫା ବଜାରରେ ନଭେମ୍ବର ୮, ୨୦୨୧ ଦିନ ସୁନାର ଦାମ୍‌ (Gold Price Today)ହ୍ରାସ ହେବା ପରେ ବି ଏହା ୧୦ ଗ୍ରାମ ପିଛା ୪୭ ହଜାର ଟଙ୍କା ରହିଥିଲା । ଏଥି ସହିତ ରୂପାର ଦାମ୍‌ ବୃଦ୍ଧି ପାଇଥିଲା । ଗତ ବାଣିଜ୍ୟ ଅଧିବେଶନରେ ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ୍‌ ପିଛା ସୁନା ୪୭,୦୧୨ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟ ପକ୍ଷରେ ରୂପା ପ୍ରତି କିଲୋଗ୍ରାମ୍‌ ୬୩,୦୪୬ ଟଙ୍କାରେ ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ ବି ସୁନା ଦର ହ୍ରାସ ପାଇଛି, କିନ୍ତୁ ରୂପାର ଦାମରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ।

ଦିଲ୍ଲୀର ସରାଫା ବଜାରରେ (bullion market) ସୋମବାର ଦିନ ସୁନାର ଦାମରେ ପ୍ରତି ଗ୍ରାମ୍‌ ମାତ୍ର ୮ ଟଙ୍କାର ମାମୁଲି ହ୍ରାସ ରେକର୍ଡ ହୋଇଥିଲା । ଏହା ସହିତ ଜାତୀୟ ରାଜଧାନୀରେ ୧୦ ଗ୍ରାମ ପିଛା ୯୯.୯ ଗ୍ରାମ୍‌ ଶୁଦ୍ଧତା ଥିବା ସୁନାର ଦାମ୍‌ ୪୭,୦୦୪ ଟଙ୍କା ଛୁଇଁଛି । ସୋମବାର ଦିନ ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି ଓ ଏହା ଆଉନ୍ସ ପିଛା ୧,୮୧୬ ଡଲାରରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍

ରୂପାର ଦାମ୍‌ ସୁନା ତୁଳନାରେ ବୃଦ୍ଧି ପାଇଛି । ସୋମବାର ଦିନ ରୂପାର ଦାମ୍‌ ୨୧୬ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀର ସରାଫା ବଜାରରେ କିଲୋଗ୍ରାମ ପିଛା ୬୩,୨୬୨ ଟଙ୍କା ହୋଇଛି । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ରୂପାର ଦାମ୍‌ ପ୍ରତି ଆଐଉନ୍ସ ୨୪.୧୯ରେ ଅପରିବର୍ତ୍ତିତ ରହିଛି ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

HDFC ସିକ୍ୟୁରିଟିଜର (HDFC Securities) ସିନିୟର ଆନାଲିଷ୍ଟ (କମୋଡିଟିଜ୍‌) ତପନ ପଟେଲ କହିଛନ୍ତି ଯେ କମେକ୍ସରେ ସୁନାର ଦାମ୍‌ ୦.୦୮ ପ୍ରତିଶତ ହ୍ରାସ ପାଇଛି । ଏହି କାରଣରୁ ଭାରତୀୟ ସରାଫା ବଜାରରେ ସୁନାର ଦାମ୍‌ ସାମାନ୍ୟ କମିଛି । ଏଥି ସହିତ ସୋମବାର ସକାଳେ ଫରେକ୍ସ ବଜାରରେ ଡଲାର୍‌ ଭାରତୀୟ ମୁଦ୍ରା ତୁଳନାରେ ୨୭ ପଇସା ଶକ୍ତି ହାସଲ କରି ୭୪.୧୯ ସ୍ତରରେ କାରବାର କରିଥିଲା । ଏହା ବି ସୁନା ଦର ହ୍ରାସ ହେବାରେ ସାହାଯ୍ୟ କରିଥିଲା ।
Published by: Anand S.T. Das
First published: November 8, 2021, 9:14 PM IST