Gold Price Today: କ୍ରମାଗତ ଦ୍ୱିତୀୟ ଦିନ ଶସ୍ତା ହେଲା ସୁନା; ଜାଣନ୍ତୁ ୧୦ ଗ୍ରାମ ସୁନାର ନୂଆ ଦାମ୍

ବିଶେଷଜ୍ଞଙ୍କ ଅନୁସାରେ ଭାରତୀୟ ମୁଦ୍ରାର ଶକ୍ତି ବୃଦ୍ଧି ପାଉ୍ଥିବା ଯୋଗୁଁ ଓ ଷ୍ଟକ୍ ମାର୍କେଟରେ କ୍ରୟ ବଢ଼ୁଥିବା ଯୋଗୁଁ ସୁନାର ଦାମ୍ ପ୍ରଭାବିତ ହୋଇଛି । ଡଲାରରେ ଦୁର୍ବଳତା ଆସୁଥିବା ଯୋଗୁଁ ସୁନା ଦାମ୍ ଏହି ସ୍ତରରେ ରହିପାରେ ।

Gold Price Today: କ୍ରମାଗତ ଦ୍ୱିତୀୟ ଦିନ ଶସ୍ତା ହେଲା ସୁନା; ଜାଣନ୍ତୁ ୧୦ ଗ୍ରାମ ସୁନାର ନୂଆ ଦାମ୍
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 27, 2020, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ମୁଦ୍ରାରେ ଆସିଥିବା ଶକ୍ତି ଯୋଗୁଁ ଘରୋଇ ବଜାରରେ ସୁନା କିଣିବା ଶସ୍ତା ହୋଇଛି (Gold Price Today) । ମଙ୍ଗଳବାର ଦିନ ଦିଲ୍ଲୀର ବୁଲିଅନ୍ ମାର୍କେଟରେ (ସରାଫା ବଜାରରେ) ସୁନାର ଦାମ୍‌ ୧୩୭ ଟଙ୍କା ହ୍ରାସ ପାଇଛି । ଏହି ସମୟରେ ରୂପାର ଦାମ୍‌ ବୃଦ୍ଧି ପାଇଛି । ଏକ କିଲୋଗ୍ରାମ ରୂପାର  ଦାମ୍‌ ୪୭୫ ଟଙ୍କା ବୃଦ୍ଧି ପାଇଛି ।

ବିଶେଷଜ୍ଞମାନେ କହିଛନ୍ତି ଯେ ବିଦେଶୀ ଷ୍ଟକ୍ ମାର୍କେଟ ତଳକୁ ଖସୁଥିବା ଯୋଗୁଁ ଓ ଡଲାରରେ ଦୁର୍ବଳତା ଆସୁଥିବା ଯୋଗୁଁ ସୁନା ଦାମ୍‌ ଏହି ସ୍ତରରେ ରହିପାରେ । ରିଲିଫ୍ ପ୍ୟାକେଜର ଆଶା ଓ ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଥିବାରୁ ସୁନାର ଦାମ୍‌ କମ୍‌ ରହିପାରେ । ଏହା ପୂର୍ବରୁ ସୋମବାର ଦିନ ସୁନାର ଦାମ୍‌ ୫୯ ଟଙ୍କା ହ୍ରାସ ପାଇ ଦିଲ୍ଲୀର ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପିଛା ୫୧,୦୩୪ ଟଙ୍କାରେ ବନ୍ଦ ହୋଇଯାଇଥିଲା । ରୂପାର ଦା୍ମ୍‌ ୭୫୩ ଟଙ୍କା କମି କିଲୋଗ୍ରାମ ପିଛା ୬୨,୦୦୮ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁଭୁବନେଶ୍ୱ Blast: ନିଖୋଜ ଇଞ୍ଜିନିୟରଙ୍କ ପ୍ରତୀକ ଶବ ସଂସ୍କାରହେଲା; ଫେରିବାକୁ ଅନେଇଛି ପତ୍ନୀ

ସୁନାର ନୂଆ ଦାମ୍‌ (Gold Price, 27 October 2020)

ମଙ୍ଗଳବାର ଦିନ ଦିଲ୍ଲୀର ବୁଲିଅନ୍ ବଜାରରେ ସୁନାର ଦାମ୍‌ ୧୦ ଗ୍ରାମ ପ୍ରତି ୧୩୭ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ଥିବା ସୁନାର ନୂଆ ଦାମ୍‌ ବର୍ତ୍ତମାନ ୧୦ ଗ୍ରାମ ପିଛା ୫୧,୧୦୮ ଟଙ୍କା ରହିଛି । ଏହା ପୂର୍ବରୁ ବାଣିଜ୍ୟ ଦିନରେ ସୁନାର ଦାମ୍‌ ୫୧,୨୪୫ ଟଙ୍କା ଥିଲା । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ ଔନ୍ସ ପ୍ରତି ୧୯୦୩.୬ ଡଲାର ହୋଇଛି । ଡଲାର ସୂଚକାଙ୍କରେ ୦.୧ ପ୍ରତିଶତ ହ୍ରାସ ଦେଖାଯାଇଛି । ରୂପାର ଦାମ୍‌ ୦.୫ ପ୍ରତିଶତ ହ୍ରାସ ହୋଇ ୨୪.୪୫ ଡଲାର ଥିଲା ।

ରୂପାର ନୂଆ ଦାମ୍‌ (Silver Price, 27 October 2020)

ରୂପା ବିଷୟରେ କହିବାକୁ ଗଲେ ଆଜି ଏହାର ଦାମ୍‌ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ଦିଲ୍ଲୀର ବୁଲିଅନ୍ ମାର୍କେଟରେ ରୂପା କିଲୋ ପିଛା ୪୭୫ ଟଙ୍କା ମହଙ୍ଗା ହୋଇଛି । ଏହାର ଦାମ୍‌ କିଲୋଗ୍ରାମ ପିଛା ୬୨,୧୭୩ ଟଙ୍କାରୁ ବଢ଼ି ୬୨,୬୪୮ ଟଙ୍କା ହୋଇଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ଆଜି କାହିଁକି ସୁନାର ଦାମ୍‌ କମିଲା?

HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟିଜ୍‌) ତପନ ପଟେଲଙ୍କ କହିବା ଅନୁସାରେ ଟଙ୍କାର ଶକ୍ତି ବୃଦ୍ଧି ଓ ଷ୍ଟକ୍ ମାର୍କେଟରେ ବଢ଼ୁଥିବା କ୍ରୟ ଯୋଗୁଁ ସୁନାର ଦାମ୍‌ ଉପରେ ପ୍ରଭାବ ପଡ଼ିଛି ।



ଭାରତରେ ସବୁ ଠୁ ବେଶୀ ସୁନା ସ୍ମଗଲିଂ ହୁଏ



ସୁନାର ଚୋରା ଚାଲାଣ ସାଧାରଣତଃ ବିସ୍କୁଟ ଆକାରରେ ହୋଇଥାଏ, କିନ୍ତୁ ସମୟ କ୍ରମେ ଅନେକ ନୂଆ କୌଶଳରେ ବି ଏହା ଚାଲିଥିବା ଦେଖାଯାଇଛି । ଅଳ୍ପ ପରିମାଣର ସୁନା ଚୋରା ଚାଲାଣ ପାଇଁ ସ୍ମଗଲଲରମାନେ ସୁନା ବିସ୍କୁଟ ଗିଳିବାର ଉପାୟ ଗ୍ରହଣ କରୁଥିବା ଦେଖାଯାଇଛି ।
Published by: Anand Shankar Thankur Das
First published: October 27, 2020, 6:49 PM IST
corona virus btn
corona virus btn
Loading