ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold Price: ସୁନା ୨ ମାସରେ ୧,୩୫୯ ଟଙ୍କା ଶସ୍ତା ହେଲା; ଏବେ କିଣିଲେ ଖୁବ୍ ଲାଭ ମିଳିବା ଆଶା ଅଛି

Gold Price: ସୁନା ୨ ମାସରେ ୧,୩୫୯ ଟଙ୍କା ଶସ୍ତା ହେଲା; ଏବେ କିଣିଲେ ଖୁବ୍ ଲାଭ ମିଳିବା ଆଶା ଅଛି

Gold price down by Rs 1359 these days; best time to buy now | ସୁନାର ଦାମ୍ ଅଗଷ୍ଟ ୨୦୨୦ରେ ୧୦ ଗ୍ରାମ୍ ପିଛା ୫୬,୨୦୦ ଟଙ୍କା ଛୁଇଁଥିଲା । ଏହା ଥଲା ସୁନା ଦାମର ସବୁଠାରୁ ଉଚ୍ଚ ସ୍ତର । ହେଲେ ଏବେ ସୁନାର ଦାମ୍ ନିଜ ରେକର୍ଡ଼ ଉଚ୍ଚତାଠାରୁ ଖୁବ୍ ତଳେ ରହିଛି ।

Gold Price: ସୁନା ୨ ମାସରେ ୧,୩୫୯ ଟଙ୍କା ଶସ୍ତା ହେଲା; ଏବେ କିଣିଲେ ଖୁବ୍ ଲାଭ ମିଳିବା ଆଶା ଅଛି
ଦୁଇ ମାସ ପୂର୍ବରୁ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୬,୫୦୦ ଟଙ୍କାରେ ବନ୍ଦ ହୋଇଥିଲା ।
  • News18 Odia
  • Last Updated: September 26, 2021, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ସରାଫା ବଜାରରେ ସପ୍ତାହର ଶେଷ ବାଣିଜ୍ୟ ଦିନରେ ଅର୍ଥାତ୍ ୨୪ ସେପ୍ଟେମ୍ବର ୨୦୨୧ରେ ସୁନାର ଦାମ୍‌ (Gold Price) ନିମ୍ନଗାମୀ ଶୈଳୀ ଦେଖାଦେଇଥିଲା । ଏହି ଦିନ ସୁନାର ଦାମ୍‌ ୩୬୫ ଟଙ୍କା କମ୍‌ ହୋଇ ୧୦ ଗ୍ରାମ୍‌ ପିଛା ୪୫,୧୪୧ ଟଙ୍କାରେ ପହଞ୍ଚିଛି । ଏଥି ସହିତ ରୂପାର ଦାମ୍‌ (silver price) ମାତ୍ର ୨୧ ଟଙ୍କା ବଢ଼ିଥିଲା । ରୂପା କିଲୋଗ୍ରାମ୍‌ ପିଛା ୫୯,୪୨୯ ଟଙ୍କା ଦରରେ ବନ୍ଦ ହୋଇଥିଲା ।

ଦୁଇ ମାସ ପୂର୍ବରୁ ଅର୍ଥାତ୍ ୨୬ ଜୁଲାଇ ୨୦୨୧ରେ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୪୬,୫୦୦ ଟଙ୍କାରେ ବନ୍ଦ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ ଦୁଇ ମାସ ମଧ୍ୟରେ ସୁନା ଦରରେ ୧,୩୫୯ ଟଙ୍କା ହ୍ରାସ ଘଟିଛି (Gold Prices Slipped)। କିନ୍ତୁ ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ ସୁନାର ଦାମ୍‌ ପୁଣି ବଢ଼ିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

ସୁନାର ଦାମ୍‌ ବର୍ତ୍ତମାନ ନିଜ ରେକର୍ଡ଼ ଉଚ୍ଚତାଠାରୁ (Gold Record High) ଖୁବ୍‌ ତଳେ ରହିଛି । ହେଲେ ଚଳିତ ବର୍ଷ ସୁନାର ଦାମ୍‌ ପୂର୍ବର ସବୁ ରେକର୍ଡ଼ ଭାଙ୍ଗିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନର ମୂଲ୍ୟରେ ସୁନା କିଣିବା ଦ୍ୱାରା ଆଗାମୀ ସମୟରେ ନିବେଶକଙ୍କୁ ଶକ୍ତିଶାଳୀ ଲାଭ (High Return from Gold) ମିଳିବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ | ପାକିସ୍ତାନର ISI ଟାର୍ଗେଟରେ ଭାରତ; ଗୁଇନ୍ଦା ସଂସ୍ଥାମାନେ ଆଲର୍ଟ ଜାରି କଲେ

ଅଗଷ୍ଟ ୨୦୨୦ରେ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୫୬,୨୦୦ ଟଙ୍କା ଛୁଇଁଥିଲା । ଏହା ଥଲା ସୁନା ଦାମର ସବୁଠାରୁ ଉଚ୍ଚ ସ୍ତର । ବର୍ତ୍ତମାନ ଯଦି ଆପଣ ଏହାକୁ ଜୁଲାଇ ୨୪, ୨୦୨୧ର ବନ୍ଦ ଦାମ୍‌ ସହିତ ତୁଳନା କରନ୍ତି, ତେବେ ଏହା ୧୦ ଗ୍ରାମ ପିଛା ପ୍ରାୟ ୧୧,୦୫୯ ଟଙ୍କା କମ୍‌ ସ୍ତରରେ ଚାଲିଛି । ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଯଦି ଆସନ୍ତା ପାର୍ବଣ ଋତୁରେ (festive season gold purchase) ଲୋକେ ସୁନା ଅଧିକ କିଣନ୍ତି, ତାହେଲେ ଚାହିଦା ବୃଦ୍ଧି ସହିତ ସୁନା ଦର ଏକ ନୂଆ ରେକର୍ଡ଼ ସୃଷ୍ଟି କରିପାରେ |

ଏହା ବି ପଢ଼ନ୍ତୁ | Hathras Rape Case: ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଥିବା ଯୁବକକୁ ମୃତ୍ୟୁ ଦଣ୍ଡ ମିଳିଲା

ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ ବର୍ଷ ୨୦୨୧ର ଶେଷ ସୁଦ୍ଧା ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୬୦ ହଜାର ଟଙ୍କାରେ ପହଞ୍ଚିପାରେ । ଏହା ସୁନା ଦରର ପୂର୍ବ ରେକର୍ଡ଼ ଭାଙ୍ଗିପାରେ । ତଥାପି ବର୍ତ୍ତମାନ ଏଥିରେ ଅନେକ ଉତ୍ଥାନ-ପତନ ହେବାର ଆଶଙଅକା ରହିଛି । ଏପରି ପରିସ୍ଥିତିରେ ଯଦି ନିବେଶକମାନେ ଦୀର୍ଘକାଳୀନ ବିନିଯୋଗ ପାଇଁ ସୁନା କିଣନ୍ତି ତାହେଲେ ସେମାନେ ଜବରଦସ୍ତ ଲାଭ ହାସଲ କରିପାରିବେ ।

ଏହା ବି ପଢ଼ନ୍ତୁ | କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦,୦୦୦ ଟଙ୍କା କ୍ଷତିପୂରଣ; କେମିତି ମିଳିବ ଜାଣନ୍ତୁ

ଯଦି କରୋନାର ତୃତୀୟ ଲହର ବାସ୍ତବରେ ଆସେ, ସାଧାରଣ ଜନତା ପାଇଁ କଷ୍ଟ ଆଣେ ଓ ରାଜ୍ୟଗୁଡ଼ିକୁ ପୁଣି ଥରେ ଲକଡାଉନ୍ ଜାରି କରିବାକୁ ପଡ଼େ, ତେବେ ବ୍ୟାବସାୟିକ କାର୍ଯ୍ୟକଳାପ ପୁଣି ପ୍ରଭାବିତ ହେବ । ଏଭଳି ପରିସ୍ଥିତିରେ ସୁରକ୍ଷିତ ନିବେଶ ବିକଳ୍ପ ଭାବରେ ସୁନା କିଣିବା ବୃଦ୍ଧି ପାଇପାରେ । ଏହି ସ୍ଥିତି ସୁନାର ମୂଲ୍ୟକୁ ସମର୍ଥନ କରିବ ବୋଲି କହିଛନ୍ତି ବିଶେଷଜ୍ଞମାନେ ।
Published by: Anand S.T. Das
First published: September 26, 2021, 11:51 PM IST