ନଳକୂପରୁ ବାହାରୁଥିଲା ସୁନା କଣିକା ! ଘଟଣାସ୍ଥଳରେ ପହଞ୍ଚିଲେ ଜିଓଲୋଜି ବିଭାଗ ମୁଖ୍ୟ

ବଲାଙ୍ଗିରରେ ଅଛି ସୁନା ଖଣି ! ନଳକୂପରୁ ସୁନା ବାହାରୁଥିବା ଖବର ଜାଣିବା ପରେ ଗାଁରେ ପହଞ୍ଚିଗଲେ ଜିଓଲୋଜି ବିଭାଗ ମୁଖ୍ୟ ।

ନଳକୂପରୁ ବାହାରୁଥିଲା ସୁନା କଣିକା ! ଘଟଣାସ୍ଥଳରେ ପହଞ୍ଚିଲେ ଜିଓଲୋଜି ବିଭାଗ ମୁଖ୍ୟ

ନଳକୂପରୁ ବାହାରୁଥିଲା ସୁନା କଣିକା ! ଘଟଣାସ୍ଥଳରେ ପହଞ୍ଚିଲେ ଜିଓଲୋଜି ବିଭାଗ ମୁଖ୍ୟ

  • News18 Odia
  • Last Updated :
  • Balangir, India
  • Share this:
News 18 Odia Digital

ବଲାଙ୍ଗିର: କିଛିଦିନ ତଳେ ଛଞ୍ଚାଣବାହାଲି ଗାଁର ମହମ୍ମଦ ଜାଭେଦଙ୍କ ଜମିର ଏକ ନଳକୂପରୁ ସୁନା (gold) କଣିକାର ସନ୍ଧାନ ମିଳିଥିବାର ଖବରକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଆଜି ଗାଁରେ ଜିଓଲୋଜି ବିଭାଗ ମୁଖ୍ୟ ପହଞ୍ଚିବା ସହ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି ।

ଜାଭେଦଙ୍କ ତଥ୍ୟକୁ ଆଧାର କରି ଗତ ୨୪ ମାର୍ଚ୍ଚରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର ସାଥୀରେ ବିଡିଓ (bdo) ଏବଂ ଥାନାଧିକାରୀଙ୍କୁ ନେଇ ଛଞ୍ଚାଣବାହାଲି ଗାଁରେ ପହଞ୍ଚି ନମୁନା ସଂଗ୍ରହ କରିଥିଲେ । ଏଥିସହ ପରେ ଘଟଣା ସମ୍ପର୍କରେ ଜିଲ୍ଲା ଜିଓଲୋଜି ବିଭାଗକୁ ଜଣାଇଥିଲେ । ଆଜି ବଲାଙ୍ଗିର ଜିଲ୍ଲାର ଜିଓଲୋଜି ବିଭାଗର ଉପ ନିର୍ଦ୍ଦେଶକ ନିଜର ପ୍ରତିନିଧି ଦଳ ଧରି ଗାଁରେ ପହଞ୍ଜି ସୁନା କଣିକା ଭଳି ଦିଶୁଥିବା ପଦାର୍ଥକୁ ନମୁନା ଭାବେ ସଂଗ୍ରହ କରି ଅଧିକ ଅନୁଧ୍ୟାନ ପାଇଁ ଲାବ୍ରୋଟାରୀକୁ ପଠାଯିବ ବୋଲି କହିଛନ୍ତି । ଖାଲି ଆଖିରେ ଏହା ସୁନା ଭଳି ଦିଶୁଥିଲେ ହେଁ ସୁନା ନୁହେଁ ବୋଲି କହିଛନ୍ତି ।ଅପର ପାର୍ଶ୍ୱରେ ଚିକ୍ ଚିକ୍ ଦିଶୁଥିବା ଜିନିଷ ସୁନା ହୋଇଥାଇପାରେ ସେ ନେଇ ଜାଭେଦ୍ ପ୍ରଶାସନକୁ ଜଣାଇଥିବା କହିଛନ୍ତି । ତେବେ ଗାଁରେ ଏହାକୁ ନେଇ ଏବେ ଉତ୍କଣ୍ଠା ଲାଗି ରହିଛି , କେବେ ଲାବ୍ରୋଟାରୀ ରିପୋର୍ଟ ଆସିବ ଏବଂ କେବେ ଏ ନେଇ ପ୍ରଶାସନ କାମ କରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୩ଟି ଜିଲ୍ଲାରେ ସୁନା ପଥର ସନ୍ଧାନ ମିଳିଛି । ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ସୁନାପଥର ଅଛି । ଏନେଇ ବିଧାନସଭାରେ ସୂଚନା ଦେଇଥିଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ବିଧାୟକ ସୁଧୀର କୁମାର ସାମଲଙ୍କ (mla sudhir kumar samal) ପ୍ରଶ୍ନର ଉତ୍ତର ଦେଇ ଖଣିମନ୍ତ୍ରୀ କହିଥିଲେ ୩ ଜିଲ୍ଲାରେ ସୁନା ପଥର ଥିବା ନେଇ ରାଜ୍ୟ ଖଣି ଓ ଭୂତତ୍ବ ନିର୍ଦ୍ଦେଶାଳୟ, ଭାରତୀୟ ସର୍ବେକ୍ଷଣ ସଂସ୍ଥା GSI ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଦେବଗଡ଼ ଜିଲ୍ଲାର ଅଡ଼ାଶ ଅଞ୍ଚଳରେ ୧୬୮୫ କିଲୋ ସୁନା ଥିବା ସୂଚନା ମିଳିଛି ।

ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡାଳ ଓ ତେଲକୋଇ ଅଞ୍ଚଳର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୂରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଅଞ୍ଚଳରେ ମଧ୍ୟ ସୁନାପଥର ଥିବା ସର୍ଭେରୁ ଜାଣି ପାରିଛି GSI । ଗତବର୍ଷ ଭାରତ ସରକାରଙ୍କ ଭୂତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଓ ଓଡ଼ିଶା ସରକାରଙ୍କର ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟ ପକ୍ଷରୁ କେନ୍ଦୁଝରରେ ଅନୁସନ୍ଧାନ କରାଯାଇଥିଲା ।

ଭାରତରେ କେଉଁଠି ଓ କେତେ ପରିମାଣରେ ରହିଛି ସୁନା ? ତାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଇଣ୍ଡିଆନ ବ୍ୟୁରୋ ଅଫ ମାଇନସ ତଥ୍ୟ ଅନୁଯାୟୀ, ଭାରତରେ ଯେତିକି ସୁନା ଖଣି ଅଛି, ସେଥିରୁ ୮୮ ପ୍ରତିଶତ କେବଳ କର୍ଣ୍ଣାଟକରେ ଅଛି । ବାକି ୧୨ ପ୍ରତିଶତ ସୁନା ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାରଖଣ୍ଡ ଅଞ୍ଚଳରେ ରହିଛି । କେନ୍ଦ୍ର ଖଣିଜ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୫ ସୁଦ୍ଧା ଭାରତରେ ୫୦୧.୮୩ ମିଲିୟନ ଟନ୍‌ ଗୋଲଡ ଓର ବା ସୁନା ପଥର ଗଛିତ ରହିଛି । ସେଥିରୁ ୬୫୪.୭୫ ଟନ ସୁନା ମିଳିପାରିବ । ଏହା ମଧ୍ୟରୁ ବିହାରରେ ୨୨୨.୮୮୫ ମିଲିୟନ ଟନ ସୁନା ପଥର ଅର୍ଥାତ ୩୭. ୬ ଟନ୍ ସୁନା ଗଛିତ ରହିଛି । ବିହାର ଜାମୁଇ ଜିଲ୍ଲାର ସୋନୋ ଅଞ୍ଚଳରେ ଏହି ସୁନା ଖଣିର ସନ୍ଧାନ ମିଳିଛି । ଗୋଟିଏ ସମୟର କର୍ଣ୍ଣାଟର କୋଲାର ଗୋଲଡ ଫିଲଡ୍‌ ପ୍ରସିଦ୍ଧି ଲାଭ କରିଥିଲା । ୨୦୦୧ରେ ଏହାକୁ ବନ୍ଦ କରି ଦିଆଯାଇଛି । ୧୨୦ ବର୍ଷ ମଧ୍ୟରେ କୋଲାର ମାଇନ୍ସରୁ ୮୦୦ ଟନ୍ ସୁନା ଉତ୍ପାଦନ କରାଯାଇଛି ।

ଏହି ଖବର ପଢ଼ନ୍ତୁ-  ୧୪ଦେଶ, ୧୩ହଜାର କିମି ସାଇକେଲ ଯାତ୍ରା କରି ଚର୍ଚ୍ଚାରେ ୧୭ ବର୍ଷିୟ ବାଳକ: ଜାଣିନଥିଲେ ପିତାମାତା
Published by:Soubhagya Mishra
First published: