ସୁନା କିମ୍ବା ଫିକ୍ସ ଡ଼ିପୋଜିଟ: ଜାଣନ୍ତୁ ଏହି ବର୍ଷ କେଉଁଠାରେ ନିବେଶ କଲେ ମିଳିବ ବଡ଼ ରିଟର୍ଣ୍ଣ

ଭାରତରେ ପାରମ୍ପାରିକ ନିବେଶ ପ୍ରାୟତଃ ତିନୋଟି ବିକଳ୍ପ ମଧ୍ୟରୁ ଚୟନ କରାଯାଇଥାଏ । ଏଥିରେ ସୁନା, ରିଏଲ୍ ଇଷ୍ଟେଟ୍ ଓ ଫିକ୍ସ ଡ଼ିପୋଜିଟ ସାମିଲ ଅଛି । ଗତ ବର୍ଷ କରୋନା ଭୂତାଣୁ ମହାମାରୀ ଯୋଗୁଁ ସୁନାରେ ପ୍ରାୟ ୨୮ ପ୍ରତିଶତ ରିଟର୍ଣ୍ଣ ଦେଖିବାକୁ ମିଳିଥିଲା । ଏଫଡିରେ ରିଟର୍ଣ୍ଣ ପ୍ରାୟ ୬ ପ୍ରତିଶତ ରହିଥିଲା ।

ସୁନା କିମ୍ବା ଫିକ୍ସ ଡ଼ିପୋଜିଟ: ଜାଣନ୍ତୁ ଏହି ବର୍ଷ କେଉଁଠାରେ ନିବେଶ କଲେ ମିଳିବ ବଡ଼ ରିଟର୍ଣ୍ଣ
ଜାଣନ୍ତୁ ଏହି ବର୍ଷ କେଉଁଠାରେ ନିବେଶ କଲେ ମିଳିବ ବଡ଼ ରିଟର୍ଣ୍ଣ
  • News18 Odia
  • Last Updated: February 22, 2021, 11:14 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ସୁନା ବ୍ୟବହାର ସର୍ବାଧିକ । ଭାରତର ଲୋକଙ୍କ ପାଇଁ ସୁନା କେବଳ ମୂଲ୍ୟବାନ ଧାତୁ ନୁହେଁ ବରଂ ଶୁଭ ଧାତୁ ମଧ୍ୟ ଅଟେ । ଏହା ବ୍ୟତୀତ ସୁନା ବିନିଯୋଗ ପାଇଁ ସର୍ବୋତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ । ଭାରତରେ ସୁନାର ମହତ୍ତ୍ୱ ସେତେବେଳେ ଜାଣିହୁଏ ଯେତେବେଳେ ବିବାହ ପାଇଁ ବଜେଟର ଏକ ବଡ଼ ଅଂଶ ସୁନା ଅଳଙ୍କାର ପାଇଁ ଖର୍ଚ୍ଚ ହୋଇଥାଏ । ସୁନା ବ୍ୟତୀତ କିଛି ବିକଳ୍ପ ଅଛି ଯେଉଁଠାରେ ଅଧିକାଂଶ ଲୋକ ନିବେଶ କରିବାକୁ ପସନ୍ଦ କରନ୍ତି । ଏହି ବିକଳ୍ପଗୁଡ଼ିକ ହେଉଛି ରିଅଲ୍ ଇଷ୍ଟେଟ୍ ଓ ଫିକ୍ସ ଡ଼ିପୋଜିଟ । ତେବେ ରିଅଲ ଇଷ୍ଟେଟରେ ନିବେଶ କରିବା ପାଇଁ ଏକ ବଡ଼ ପୁଞ୍ଜି ଆବଶ୍ୟକ ।

କରୋନା ଯୁଗରେ ଦେଖିବାକୁ ଗଲେ ଗତ ବର୍ଷ ସୁନାରେ ପ୍ରାୟ ୨୮ ପ୍ରତିଶତ ଜବରଦସ୍ତ ରିଟର୍ଣ୍ଣ ଦେଇଛି । ଯେତେବେଳେ କି ସେନସେକ୍ସ ୧୬ ପ୍ରତିଶତ ରିଟର୍ଣ୍ଣ ଓ ଫିକ୍ସ ଡ଼ିପୋଜିଟରେ କେବଳ ୬ ପ୍ରତିଶତ ରିଟର୍ଣ୍ଣ ରହିଛି । ଏହି ମହାମାରୀ ସମଗ୍ର ବିଶ୍ୱରେ ଅର୍ଥନୀତିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ଅର୍ଥନୈତିକ ଅନିଶ୍ଚିତତା ଯୋଗୁଁ ନିବେଶକମାନେ ନିରାପଦ ନିବେଶ ବିକଳ୍ପ ବାଛିଥିଲେ । ଏହି କାରଣରୁ ସୁନା ଦର ବୃଦ୍ଧି ପାଇଥିଲା । ଏହା ବ୍ୟତୀତ ଆନ୍ତର୍ଜାତୀୟ ସ୍ତରରେ ସୁନା ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି ।

ପୁଣି ବୃଦ୍ଧି ପାଇଲା ସୁନାର ଚାହିଦା
କିନ୍ତୁ ୨୦୨୦ ମସିହାରେ ଭାରତରେ ସୁନା ଆମଦାନୀ ହ୍ରାସ ପାଇଛି । ସରକାର ଲଗାଇଥିବା ଲକଡାଉନ ଯୋଗୁଁ ହଳଦିଆ ଧାତୁ ବ୍ୟବହାର ପ୍ରଭାବିତ ହୋଇଛି । ତଥାପି ଟିକାର ଉପଲବ୍ଧତା ଓ ନିର୍ଦ୍ଦେଶାବଳୀଗୁଡ଼ିକର ଆରାମ ପରେ ଏହାର ପୁନର୍ବାର ଚାହିଦା ବଢ଼ାଇ ଦେଇଛି । ଏହା ବ୍ୟତୀତ ପେଟିଏମ୍, ଫୋନ୍ପି ଓ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ସୁନା ବିନିଯୋଗ କରିବା ସହଜ ହୋଇଛି ।

ଆହୁରି ବୃଦ୍ଧି ପାଇବ ହଳଦିଆ ଧାତୁ ଚାହିଦା
ଗତ ୧୦ ବର୍ଷକୁ ଦେଖିଲେ ସୁନା ପ୍ରାୟ ୧୦୦ ପ୍ରତିଶତ ରିଟର୍ଣ୍ଣ ମିଳିଛି । ଯେଉଁଠାରେ ଦେଶର ପ୍ରମୁଖ ବ୍ୟାଙ୍କଗୁଡିକରେ ଏଫଡି ଉପରେ ସୁଧ ହାର ପ୍ରାୟ ୫ ରୁ ୬ ପ୍ରତିଶତ ରହିଛି । କେତେକ ଛୋଟ ବ୍ୟାଙ୍କ FD ଉପରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛନ୍ତି । ବଢୁଥିବା ଲିକ୍ୟୁଡ଼ିଟି ଓ ମୁଦ୍ରାସ୍ଫୀତି ଯୋଗୁଁ ସୁନାରେ ଏଫଡି ତୁଳନାରେ ଅଧିକ ରିଟର୍ଣ୍ଣ ମିଳିବ ବୋଲି ବିଶ୍ୱାସ କରାଯାଏ ।

ସାର୍ବଭୌମ ସୁନା ପାଣ୍ଠିରେ ଉତ୍ତମ ବିନିଯୋଗ ବିକଳ୍ପ
ଦୀର୍ଘ ସମୟ ଧରି ବିନିଯୋଗ କରିବା ପାଇଁ ସୁନାକୁ ବାଛିବା ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ । ସୁନା ମଧ୍ୟ ମୁଦ୍ରାସ୍ଫୀତିକୁ ଦୂର କରିବାରେ ସାହାଯ୍ୟ କରେ । ସାର୍ବଭୌମ ସୁନା ପାଣ୍ଠିରେ ବିନିଯୋଗ କରିବା ଅଧିକ ଲାଭଦାୟକ ଅଟେ । ସୁନା ଦାମ୍ ବ୍ୟତୀତ ଏହା ବାର୍ଷିକ ୨.୫ ପ୍ରତିଶତ ସ୍ଥିର ରିଟର୍ଣ୍ଣ ମଧ୍ୟ ମିଳିଥାଏ ।
Published by: Jagdish Barik
First published: February 22, 2021, 11:13 AM IST