News18 Odia Digital
ବାଲେଶ୍ୱର: ଅଭିନବ ଉପାୟରେ ଲୁଟ । ଏସପିଙ୍କ ନାଁ ନେଇ ଲୁଟିନେଲେ ସୁନା ହାର ଓ ମୁଦି। ଗତ ୩ମାସରେ ୫୦ରୁ ଅଧିକ ଲୁଟ ଅଭିଯୋଗ । ସେପଟେ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି କହିଛନ୍ତି ଏସପି।
ମଙ୍ଗଳବାର ଦିନ ବାଲେଶ୍ୱର ସହର ସଦର ଥାନା ଫକୀର ମୋହନ ନଗରରେ ସଚିନ୍ଦ୍ର ଦାସ ନାମକ ଜଣେ ବରିଷ୍ଠ ନାଗରିକ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଅଟକାଇବା ସହିତ ଏସପି କହିଛନ୍ତି ସୁନା ଗହଣା ନ ପିନ୍ଧିବାକୁ ବୋଲି ବାରଣ କରିଥିଲେ । ଠିକ ଏହି ସମୟରେ ଦୁଇ ଲୁଟେରାଙ୍କ ଆଉ ଦୁଇ ସହଯୋଗୀ ସେଠାରେ ପହଞ୍ଚି ଅଭିନୟ ଆଳରେ ତାଙ୍କ ହାତରେ ପିନ୍ଧିଥିବା ସୁନା ମୁଦି ବାହାର କରି ଦେଇଦେଲେ। ଏହାକୁ ଦେଖି ସଚିନ୍ଦ୍ର ମଧ୍ୟ ନିଜର ସୁନା ଚେନ ଓ ଦୁଇ ମୁଦି ବାହାର କରି ସେମାନଙ୍କୁ ଦେଇଥିବା ବେଳେ ସେମାନେ ଏହାକୁ କାଗଜରେ ମୁଡ଼ି ଫେରାଇ ଦେଇ ଚମ୍ପଟ ମାରିଲେ ତେବେ ଏହି ସମୟରେ କାଗଜ ଖୋଲି ଦେଖିବା ବେଳକୁ ନିଜର ଚେନ ବଦଳରେ ଗୋଡ଼ି ଥିବା ଦେଖିବାକୁ ପାଇଥିଲି,"କହିଛନ୍ତି ସଚିନ୍ଦ୍ର ଦାସ।

ସିସିଟିଭିରେ କଏଦ ହେଲା ଲୁଟେରାଙ୍କ ଫଟୋ
ତେବେ ଏଇ ଦୁଇ ବାଇକରେ ଥିବା ୪ ଲୁଟେରାଙ୍କ ଏକ ଫୋଟ ମିଳିଥିବା ବେଳେ ଯଦି ତଥ୍ୟକୁ ଦେଖିବା ବାଲେଶ୍ୱର ସହରରେ ବିଗତ ୩ ମାସ ମଧ୍ୟରେ ୫୦ ଅଧିକ ଲୁଟ , ଛିନତାଇ ହେବାର ଅଭିଯୋଗ ହେଲାଣି।
ଏନେଇ ଏସ୍ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି,"ଗତକାଲି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଶୀଘ୍ର ସମସ୍ତ ଅପରାଧୀଙ୍କୁ ଧରାଯିବ। ଅନ୍ୟପଟେ କିଛି ପୁରୁଣା ଅପରାଧୀ ନିକଟରେ ବେଲରେ ଫେରି ଏପରି କରୁଥିବା ବେଳେ ପୋଲିସ ସେମାନଙ୍କୁ ଶୀଘ୍ର ହେପଜାତକୁ ନିଆଯିବ"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।