କେନ୍ଦୁଝରରେ ସୁନା ଖଣି ! ପାଣିରୁ ସୁନା ସଂଗ୍ରହ କରୁଛନ୍ତି ନଦୀ କୂଳିଆ ଲୋକେ

ନାଳ ପାଣିରୁ ସୁନା ବାହାର କରୁଛନ୍ତି ନଦୀ କୂଳିଆ ଲୋକେ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ସତ ।

କେନ୍ଦୁଝରରେ ସୁନା ଖଣି ! ପାଣିରୁ ସୁନା ସଂଗ୍ରହ କରୁଛନ୍ତି ନଦୀ କୂଳିଆ ଲୋକେ

କେନ୍ଦୁଝରରେ ସୁନା ଖଣି ! ପାଣିରୁ ସୁନା ସଂଗ୍ରହ କରୁଛନ୍ତି ନଦୀ କୂଳିଆ ଲୋକେ

  • News18 Odia
  • Last Updated :
  • Kendujhar, India
  • Share this:
News 18 Odia Digital

କେନ୍ଦୁଝର: ଓଡ଼ିଶାରେ ଏମିତି ଏକ ଗାଁ ଅଛି, ଯାହାର ମାଟି ଓ ପାଣିରୁ ବାହାରୁଛି ସୁନା (gold) । ବର୍ଷ ବର୍ଷ ଧରି ନାଳ ପାଣିରୁ ସୁନା ବାହାର କରୁଛନ୍ତି ନଦୀ କୂଳିଆ (river side ) ଲୋକେ । ସୁନା ସଂଗ୍ରହ ଏଠାକାର ଲୋକଙ୍କ ମୁଖ୍ୟ ବେଉସା । ସେଥିରୁ ଯେଉଁ ଅର୍ଥ ମିଳେ ତହିଁରେ ସେମାନଙ୍କ ପରିବାର (family) ଚଳେ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ସତ । ଦିନେ କି ମାସେ ନୁହଁ, ବର୍ଷ ବର୍ଷ ଧରି ନାଳ ପାଣିରୁ ସୁନା ସଂଗ୍ରହ କରୁଛନ୍ତି ଗ୍ରାମବାସୀ ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରୁ ୧୦ କିଲୋମିଟର ଦୂରରେ ରହିଛି ସୁନାପେଣ୍ଠ ଗାଁ । ସୁନାପେଣ୍ଠ ଗାଁରୁ କିଛି ଦୂରରେ ରହିଛି କଣ୍ଟଳା ଗାଁ । ଏହି ଗାଁ ନିକଟରେ ବହିଯାଉଛି ବଘିରା ନାଳ । ଯାହାକି ସୁନେଇନୋଳି ପାହାଡରୁ ବାହାରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପାହାଡରେ ରହିଛି ସୁନାର ଭଣ୍ଡାର । ସକାଳ ହେବାମାତ୍ରେ ମହିଳାମାନେ ବାହାରି ଯାଆନ୍ତି ବଘିରା ନାଳକୁ । କାଠରେ ତିଆରି ସ୍ବତନ୍ତ୍ର ଧରଣର ଏକ ପାତ୍ର ବ୍ୟବହାର କରନ୍ତି । ଯାହାକୁ ସ୍ଥାନୀୟ ଲୋକେ କାଠଡଙ୍ଗା କହିଥାନ୍ତି । ଏଥିରେ ବାଲି, ମାଟିକୁ ଭଲ ଭାବେ ଧୋଇ ପରିସ୍କାର କରିବା ପରେ ସେଥିରୁ ସୁକ୍ଷ୍ମ ସୁନା କଣିକା ସଂଗ୍ରହ କରିଥାନ୍ତି । ଆସନ୍ତୁ ଦେଖିବା କେମିତି ଥାଏ ପୂରା ପ୍ରୋସେସ ।

ସୁନାପେଣ୍ଠ ଗାଁରେ ବର୍ଷକ ବାର ମାସ ମିଳିଥାଏ ସୁନା । ଗାଁରେ ରହନ୍ତି ୪ ଶହ ପରିବାର । ସବୁ ଘରର ମହିଳାମାନେ ପ୍ରତିଦିନ ଗାଁ ନିକଟରେ ବହିଯାଇଥିବା ବଘିରା ନାଳରୁ ସୁନା ସଂଗ୍ରହ କରିଥାନ୍ତି । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ପ୍ରତ୍ୟେକ ମହିଳା ୫ହଜାର ଟଙ୍କା ଲେଖାଏଁ ରୋଜଗାର କରିଥାନ୍ତି । ସ୍ଥଳ ବିଶେଷରେ ଏହା ଅଧିକ ମଧ୍ୟ ହୋଇଥାଏ । ଏଥିରେ ସେମାନଙ୍କର ତେଲଲୁଣର ସଂସାର ଚଳେ। ଏହି ସୁନାରେ ଖାଦ ନଥିବାରୁ ଏହା ବିଶୁଦ୍ଧ ସୁନା ବୋଲି କୁହାଯାଏ । ନିଜେ ଏଥିରୁ ଗହଣା ମଧ୍ୟ ତିଆରି କରି ପିନ୍ଧିଥାନ୍ତି । ବହୁ ଦିନରୁ ସୁନାବିକ୍ରି କରୁଥିବା ଲୋକଙ୍କର ଜୀବନଧାରଣର ମାନ କିନ୍ତୁ ସେତେ ଉନ୍ନତ ହୋଇପାରିନାହିଁ । ଲୋକଙ୍କ ଘରୁ ସେମାନଙ୍କର ଦାରିଦ୍ର୍ୟ ସ୍ପଷ୍ଟ ବାରିହୋଇ ପଡୁଛି । ହେଲେ, ସେମାନେ ଏହି କାମ କରି ଖୁସି ଥିବା କହିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟକା: ମ୍ୟାଚ୍ ନଖେଳି ଘରକୁ ଫେରିଲେ ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ୍

ସୂଚନାଯୋଗ୍ୟ, କେନ୍ଦୁଝର ବାଂଶପାଳ ବ୍ଲକରେ ସୁନାଖଣି ଥିବା GSI ସର୍ଭେରୁ ଜଣାପଡ଼ିଛି । ଏ ସଂପର୍କରେ ବିଧାନସଭାରେ ତଥ୍ୟ ରଖିଥିଲେ ବିଭାଗୀୟ ମନ୍ତ୍ରୀ । ବାଂଶପାଳର ଗୋପୁର, ଗାଜିପୁର, କୁଶକଳା ଅଞ୍ଚଳରେ ସୁନା ଥିବା ସର୍ଭେ କହିଛି । ଏଥିସହ ଅଡାଳ ଓ ତେଲକୋଇ ଅଞ୍ଚଳରେ ମାଟିତଳେ ସୁନା ଥିବା ସନ୍ଧାନ ମିଳିଛି । ବାଂଶପାଳ ବ୍ଲକର ୧୫ଟି ସ୍ଥାନରେ ସୁନା ଖଣି ଥିବା ଅନୁମାନ କରାଯାଉଛି । ପ୍ରାଥମିକ ସର୍ଭେରେ ୧୦୦ ମିଟର ଖୋଳି ସୁନାର ସନ୍ଧାନ ପାଇଛି GSI । ସାଟେଲାଇଟ୍ ମ୍ୟାପିଂ ଜରିଆରେ ସନ୍ଧାନ କରି ନମୁନା ସଂଗ୍ରହ କରାଯାଉଛି ।
Published by:Soubhagya Mishra
First published: