ଗ୍ରାହକ ବେଶରେ ଆସି ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟି ନେଲେ ୨ ଲୁଟେରା
News18 Odia Digital
ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଵୈଦନାଥ ଛକ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଚେନ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସିସି ଟିଭିରେ କଏଦ ହୋଇଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟ ଦିବାଲୋକରେ ସୁନା ଗହଣା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଵୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରେ। ଅପରାହ୍ନ ୧.୪୦ ମିନିଟ ସମୟରେ ସହରର ଵୈଦନାଥ ଛକ ନିକଟସ୍ଥ ମୁନ୍ଦ୍ରା ଜ୍ବଲର୍ସକୁ ଗ୍ରାହକ ବେଶରେ ଲୁଟେରା ଆସି ପାଖା ପାଖି ୩୦୦ ଗ୍ରାମ ସୁନା ଗହଣା ଥିବା ବାକ୍ସ ଲୁଟି ନେଇଥିଲେ।
ଅଭିଯୋଗ ମୁତାବକ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ଦୋକାନରେ ପହଞ୍ଚି ଦୋକାନରୁ ସୁନା କିଣିବା ବାହାନା କରିଥିଲେ ଓ ୩୦୦ ଗ୍ରାମ ସୁନା ଥିବା ଏକ ଗହଣା ବାକ୍ସକୁ ସାଥିରେ ଧରି ଫେରାର ହୋଇ ଯାଇଥିଲା । ତେବେ ଲୁଟ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।
ଦୋକାନକୁ ଗ୍ରାହକ ବେଶରେ ଆସିଥିବା ଲୁଟେରା ଜଣକ ଟୋପି ପିନ୍ଧିଥିବା ବେଳେ ଦୋକାନ ବାହାରେ ଛିଡା ହୋଇଥିବା ଅନ୍ୟ ସହଯୋଗୀ ଜଣକ ହେଲେମେଟ ପିନ୍ଧିଥିବା ଜଣାପଡ଼ିଛି।
ସୁନା ଚେନ କିଣିବା ପାଇଁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ଜଣେ ସୁନା ଚେନ କିଣାବା ପାଇଁ ଦେକାନ ଭିତରକୁ ଆସିଥିବା ବେଳେ ଅନ୍ୟ ଜଣକ ଦେକାନ ବାହାରେ ରହିଥିଲେ। ବ୍ୟକ୍ତି ଜଣଙ୍କ ସୁନା ଚେନ ଦେଖିବା ବେଳେ ଚେନ ବାକ୍ସକୁ ଧରି ଦେକାନ ବାହାରକୁ ଯାଇ ସ୍କୁଟିରେ ବସି ସେଠରୁ ଦୁଇ ଜଣ ପଳେଇ ଯାଇଥିଲେ ବୋଲି ଦୋକନ ମାଲିକ ବସନ୍ତ ମୁନ୍ଦ୍ରା କହିଛନ୍ତି ।
ଖବର ପାଇ ଟାଉନ ଥାନା ପୋଲିସ ଘଟରା ସ୍ଥଳରେ ପହଞ୍ଚିଥିଲା। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୋକନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ଆରମ୍ଭ କରିଥିଲା । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଟାଉନ ଥାନା ପୋଲିସ ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।