ଘରୁ ୧୦୦ ଗ୍ରାମ ସୁନା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି
News18 Odia Digital
ପୁରୀ: ବ୍ରହ୍ମଗିରି ଥାନା କୁସୁବେଣ୍ଟି ପଞ୍ଚାୟତର ଜଗନ୍ନାଥପୁର ଗାଁର ଘଟିଛି ଅଭାବନୀୟ ଘଟଣା। ପ୍ରଥମେ ବନ୍ଧୁ ଘରେ ଭଡ଼ାରେ ରହିଲେ। ବିଶ୍ୱାସରେ ଘର ଚାବି ପେନ୍ଥା ଭଡାଟିଆଙ୍କୁ ଦେଇ ଘର ମାଲିକ ବାହାରକୁ ଯାଇଥିବା ବେଳେ ସପ୍ତାହ ପରେ ଆସି ଦେଖିଲା ବେଳକୁ ଘରେ ହୋଇଛି ଚୋରି। ତେବେ ଲୋକ ତଳେ ଭଡ଼ାରେ ଥିବା ବେଳେ କିଭଳି ହୋଇଛି ଚୋରି ତାହାକୁ ନେଇ ଉଠିଛି ପ୍ରଶ୍ନ।
ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ପଞ୍ଚାୟତ ଜଗନ୍ନାଥପୁର ଗାଁର ଯୁଗଳ ତରେଇଙ୍କ ସାନ ଝିଅ ଓ ଜ୍ୱାଇଁ ନୂଆ ଘର କରି ବ୍ରହ୍ମଗିରି ବଜାରରେ ରହୁଛନ୍ତି। ସେ ଭାରତୀୟ ସେନାରେ ଚାକିରି କରୁଥିବାରୁ ପଞ୍ଜାବରେ ରହୁଛନ୍ତି। ହେଲେ ନିର୍ବାଚନ ବେଳେ ଆସିଥିବା ବେଳେ ପରେ ପଞ୍ଜାବ ଚାଲିଯାଇଥିଲେ। ତେବେ ଯୁଗଳଙ୍କ ଆଉ ଜଣେ ଝିଅ ସ୍ନେହାଞ୍ଜଳି ସେହି ଘରେ ରହୁଥିବା ବେଳେ ତାଙ୍କର ଜୈନିକ ବନ୍ଧୁଙ୍କୁ ସେହି ଘରେ ଭଡ଼ା ଦେଇଥିଲେ। ହେଲେ ସ୍ନେହାଞ୍ଜଳି ବାହାରକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଘରର ସମସ୍ତ ଚାବି ଭଡାଟିଆ ବନ୍ଧୁଙ୍କୁ ଦେଇଥିଲେ। ବାପା କି ଆମର ଯିଏ ବନ୍ଧୁ ଆସିବେ ତାଙ୍କୁ ଚାବି ଦେବେ ବୋଲି କହିଥିଲେ ସେ। ମାତ୍ର ଏପ୍ରିଲ ୧୦ରେ ଘର ବନ୍ଦ ଥିବା ଦେଖିବା ସହ ଘରୁ ଚୋରି ହୋଇଛି ବୋଲି ଭଡ଼ାଟିଆ ଫୋନ କରି କହିବା ପରେ ଆମେ ଏ ନେଇ ବ୍ରହ୍ମଗିରି ଥାନାରେ ଏତେଲା ଦେଲୁ ବୋଲି କହିଛନ୍ତି ୫୪ ବର୍ଷୀୟ ବାପା ଯୁଗଳ ତରେଇ।
ଯୁଗଳଙ୍କ ଝିଅ ସ୍ନେହାଞ୍ଜଳି ତରେଇଙ୍କ କହିବା ଅନୁସାରେ, ‘‘ମୁଁ ଘରୁ ଗଲାବେଳେ ସବୁ ଲକ କରି ଚାବିକୁ ତଳେ ରହୁଥିବା ଭଡାଟିଆଙ୍କୁ ଦେଇଥିଲି। ତେବେ ଘରେ ଭଡାଟିଆ ବନ୍ଧୁଙ୍କ ପରିବାର ରହୁଥିବା ବେଳେ କିଭଳି ଚୋରି ହେଲା ତାହା ଆମେ ସନ୍ଦେହ କରୁଛି। କାରଣ ମୋତେ ସେମାନେ ଯେତେବେଳେ ଫୋନ କରି କହିଲେ ତମ ଘରୁ ଚୋରି ହୋଇଛି। ଆମ ମନରେ ଛନକା ପଶିଗଲା। ଆସି ଦେଖିଲା ବେଳକୁ ଘରୁ ୧୦୦ ଗ୍ରାମ ସୁନା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି। ଆଉ ଘଟଣାକୁ ନେଇ ଏତଲା ଦେବା ପରେ ପୋଲିସ ସେମାନଙ୍କୁ ନେଇ ପଚରାଉଚୁରା କରୁଛି।’’
ଘଟଣାର ବାସ୍ତବ କଥା ଜାଣିବା ପାଇଁ ପୋଲିସ ଭଡାଟିଆ ବନ୍ଧୁ ଓ ତାଙ୍କ ସ୍ତ୍ରୀକୁ ବ୍ରହ୍ମଗିରି ଥାନାରେ ଅଟକ ରଖି ତଦନ୍ତ କରୁଥିବା ବେଳେ ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।