ଚାଷ ଜମି ନଳକୂଅରୁ ବାହାରୁଛି ସୁନା କଣିକା!

ନଳକୂଅରୁ ବାହାରୁଛି ସୁନା କଣିକା! ପାଣି କାଢିବା ବେଳେ ସୁନା ଗୁଣ୍ଡ ଭଳି କିଛି ଜିନିଷ ବାହାରୁଥିବାର ଚର୍ଚ୍ଚା ହେଉଛି ।

ବାହାରୁଛି ସୁନା କଣିକା!

ବାହାରୁଛି ସୁନା କଣିକା!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବଲାଙ୍ଗୀର: ନଳକୂଅରୁ ବାହାରୁଛି ସୁନା କଣିକା! ନଳକୂଅରୁ ପାଣି କାଢିବା ବେଳେ ପାଣି ସହ ସୁନା ଗୁଣ୍ଡ ଭଳି କିଛି ଜିନିଷ ବାହାରୁଥିବାର ଚର୍ଚ୍ଚା ହେଉଛି ।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ଛାଞ୍ଚାଣବାହାଲି ଗ୍ରାମର ମହମ୍ମଦ ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଳିଥିଲେ । ଗତ ୮ ତାରିଖ ଦିନ ଗଭୀର ନଳକୂପ ନୂଆ ଭାବେ ଖୋଲିଥିଲେ । ଉକ୍ତ ନଳକୂପରେ ଏକ ପାଣି ମଟର ଖଞ୍ଜା ଯିବା ପରେ ନଳକୂପରୁ ବାହାରୁଥିବା ପାଣିରୁ ସୁନା ଗୁଣ୍ଡ ବାହାରୁଥିବା ନେଇ ସନ୍ଦେହ କରିଥିଲେ ।

ଉକ୍ତ ବିଷୟରେ ସ୍ଥାନୀୟ ଲୋକେ ଖପ୍ରାଖୋଲ ତହସିଲାଦାରଙ୍କୁ ଜଣାଇବା ପରେ ତହସିଲାଦାର ଆଦିତ୍ୟ ପ୍ରାସାଦ ମିଶ୍ର ନଳକୂପ ଖୋଲା ଯାଇଥିବା ସ୍ଥାନକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଘଟଣା ସ୍ଥଳକୁ ଖପ୍ରାଖୋଲ ବିଡ଼ିଓ ରାମିରଞ୍ଜନ ରାଉତ , ଥାନା ଅଧିକାରୀ ରମାକନ୍ତା ସାହୁ ପହଞ୍ଚିଥିଲେ । ଏହାସହ ନଳକୂପରୁ ବାହାରିଥିବା ସୁନା ଭଳି ଦିଶୁଥିବା ଗୁଣ୍ଡ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯିବ ବୋଲି ଜଣାପଡିଛି ।

7TH PAY COMMISSION: ସରକାରୀ କର୍ମଚାରୀଙ୍କ ପୂରଣ ହେଲା ଦାବି; ୪% ବଢିଲା DA

ଗନ୍ଧ ମାର୍ଦ୍ଧନ ପାଦ ଦେଶରେ ବିଭିନ୍ନ ଧାତୁରେ ଭରପୁର ଥିବାବେଳେ ସୁନା ମଧ୍ୟ ଥିବା ଅଞ୍ଚଳରେ ପୂର୍ବରୁ ଆଲୋଚନା ହେଉଥିଲା । ଏହି ଗାଁଟି ଗନ୍ଧମାର୍ଦ୍ଧନ ପାହାଡ ପାଦ ଦେଶରେ ଅବସ୍ଥିତ ରହିଛି । ଏହି ସ୍ଥାନରେ ସୁନା ବାହାରିବ କି ନାହିଁ ଖଣି ବିଭାଗ ତଦନ୍ତ କଲେ ସବିଶେଷ ଜଣା ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
Published by:Soumya Das
First published: