- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ଆଉ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ । କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଲକ୍ଷ୍ମୀସାଗର ଥାନା ଅଧୀନ ଓସ୍କାର ସିଟି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ରାତିରେ ଫୁଲ ତୋଳୁଥିଲେ ସାବଧାନ। ରାଜଧାନୀ ରାତିରେ ବୁଲୁଛନ୍ତି ଲୁଟେରା । ରାତି ସାଢେ ୩ ଟା ସମୟରେ ଜଣେ ମହିଳା ଫୁଲ ତୋଳିବାକୁ ଆସିଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି ।
କଏଦ ଭିଡ଼ିଓରେ ରାତି ପ୍ରାୟ ୩ଟା ୨୦ମିନିଟ ଜଣେ ମହିଳା ଫୁଲ ତୋଳିବାକୁ ଯାଉଛନ୍ତି । ଏହି ସମୟରେ ଜଣେ ଦୃବୁର୍ତ୍ତ ତାଙ୍କୁ ଗୋଡ଼େଇଥିଲେ । ଲୁଟେରାଙ୍କ କବଳରୁ ରକ୍ଷା ପାଇବା ପାଇଁ ମହିଳା ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପଡିଯାଇଥିଲେ । ମହିଳାଙ୍କୁ ମାଡିବସି ତାଙ୍କଠାରୁ ସୁନା ଚେନ ଲୁଟିନେଇ ଛୁ ମାରିଥିଲେ । ଏନେଇ ମହିଳା ଜଣଙ୍କ ଲଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।