ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gold & Silver Price: ଜାଣନ୍ତୁ ଆଜି ଦେଶରେ କେତେ ଅଛି ସୁନା ଓ ରୂପାର ମୂଲ୍ୟ

Gold & Silver Price: ଜାଣନ୍ତୁ ଆଜି ଦେଶରେ କେତେ ଅଛି ସୁନା ଓ ରୂପାର ମୂଲ୍ୟ

ଭୁବନେଶ୍ୱରରେ ସୋମବାର ତୁଳନାରେ ମଙ୍ଗଳବାରରେ ରୂପା ୩୦୦ ଟଙ୍କା କିଲୋଗ୍ରାମ ପିଛା ହ୍ରାସ ପାଇଛି। ଆଜି ଭୁବନେଶ୍ୱରରେ ରୂପା ମୂଲ୍ୟ ୬୧,୭୦୦ କିଲୋଗ୍ରାମ ରହିଛି।

Gold & Silver Price: ଜାଣନ୍ତୁ ଆଜି ଦେଶରେ କେତେ ଅଛି ସୁନା ଓ ରୂପାର ମୂଲ୍ୟ
ଜାଣନ୍ତୁ ଆଜି ଦେଶରେ କେତେ ଅଛି ସୁନା ଓ ରୂପାର ମୂଲ୍ୟ (ଫାଇଲ ଫଟୋ)
  • News18 Odia
  • Last Updated: October 12, 2021, 12:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଚତୁର୍ଥ ଦିନ ପାଇଁ ସ୍ଥିରତା ବଜାୟ ରଖିଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମର ମୂଲ୍ୟ ୪୮,୭୦୦ ଟଙ୍କା ରେକର୍ଡ ହୋଇଥିବାବେଳେ ଅକ୍ଟୋବର ୧୨ରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ୪୩, ୯୧୦ ଟଙ୍କା ରହିଛି।

ଅନ୍ୟପକ୍ଷରେ, ଭୁବନେଶ୍ୱରରେ ସୋମବାର ତୁଳନାରେ ମଙ୍ଗଳବାରରେ ରୂପା ୩୦୦ ଟଙ୍କା କିଲୋଗ୍ରାମ ପିଛା ହ୍ରାସ ପାଇଛି। ଆଜି ଭୁବନେଶ୍ୱରରେ ରୂପା ମୂଲ୍ୟ ୬୧,୭୦୦ କିଲୋଗ୍ରାମ ରହିଛି।

ଭାରତରେ ଅଳଙ୍କାର ବ୍ୟବସାୟ ଚାଲୁଥିବା ପର୍ବ ଋତୁରେ ଅଧିକ ବିକ୍ରି ହେବାର ଆଶଙ୍କା ରହିଛି । ଦୁର୍ଗା ପୂଜା ସପିଂ ପାଇଁ ଗ୍ରାହକମାନେ ଅଳଙ୍କାର ଦୋକାନକୁ ଆସୁଥିବା ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଦେଶର ଅନ୍ୟ ରାଜରେ ସୁନା ମୂଲ୍ୟ ଜାଣିବା...

ଚେନ୍ନାଇରେ ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୪,୧୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୮,୨୧୦ ଟଙ୍କା ଅଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୫,୯୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୬,୯୪୦ ଟଙ୍କା ଅଛି ।

ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦାମ ୪୬, ୦୬୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୦,୨୬୦ ଟଙ୍କା । କୋଲକାତାରେ ୨୨ କ୍ୟାରେଟ୍ ସୁନା ଦାମ ୪୬,୪୦୦ ଓ ୨୪ କ୍ୟାରେଟ୍ ସୁନାର ଦାମ ୪୯, ୧୦୦ ।

ବେଙ୍ଗାଲୁରୁରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୩,୯୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାନ ୪୭, ୮୯୦ ଟଙ୍କା ଅଛି । ସେହିପରି ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନାର ଦାମ ୪୩, ୯୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ଦାମ ୪୭, ୮୯୦ ଅଛି । ଆଉ କେରଳରେ ୨୨ କ୍ୟାରେଟ୍ ସୁନାର ଦାମ ୪୩, ୯୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ ୪୭, ୮୯୦ ଟଙ୍କା ।
Published by: Lipina Das
First published: October 12, 2021, 12:23 PM IST