ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ସୁନା ଓ ରୂପା; ଗାଡ଼ି ସହ ୪ଜଣ ଅଟକ

କାରର ସିକ୍ରେଟ ଚେମ୍ବରରେ ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ସୁନା ଓ ରୂପା । ସୁନା, ରୂପା ଗାଡ଼ି ସହ ୪ ଜଣକୁ ଅଟକ ରଖିଲା ଗୋଳନ୍ଥରା ଥାନା ପୋଲିସ ।

ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ସୁନା ଓ ରୂପା; ଗାଡ଼ି ସହ ୪ଜଣ ଅଟକ

ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ସୁନା ଓ ରୂପା; ଗାଡ଼ି ସହ ୪ଜଣ ଅଟକ

  • News18 Odia
  • Last Updated :
  • Odisha, India
  • Share this:
News 18 Odia Digital

ବ୍ରହ୍ମପୁର; ଗୋଳନ୍ଥରା ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଓ ରୂପା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ ।  ପାର୍ବଣକୁ ଦୃଷ୍ଟିରେ ସୁରଳ ଛକଠାରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିବା ସମୟରେ ଏକ କର୍ଣ୍ଣାଟକ ଗାଡ଼ିକୁ ଅଟକାଇଥିଲା ପୋଲିସ । ଗାଡ଼ିରେ ବସିଥିବା ଯୁବକମାନଙ୍କୁ ଦେଖି କୌଣସି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ସନ୍ଦେହ ହୋଇଥିଲା । ଏହାପରେ ଗାଡ଼ିକୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଗାଡ଼ିର ପଛ ସିଟ୍‌ରେ ରହିଥିବା ଏକ ସିକ୍ରେଟ ଚାମ୍ବରରୁ ବିପୁଳ ପରିମାଣର ରୂପା ଓ ଡ଼୍ରାଇଭର ସିଟ ତଳେ ରହିଥିବା ସିକ୍ରେଟ ଚାମ୍ବରରେ ସୁନା ବାହାରିଥିଲା । ଗାଡ଼ିରୁ ମୋଟ ୪ କେଜି ୬୬ ଗ୍ରାମ ସୁନା ଓ ୧୮୫ କେଜି ୫ ଗ୍ରାମ ରୂପା ବାହାରିଥିଲା । ଏତେ ପରିମାଣର ସୁନା ଓ ରୂପା ସମ୍ପର୍କରେ ପୋଲିସ ପଚାରିବା ପରେ କୌଣସି ସଠିକ ତଥ୍ୟ ଦେଇପାରିନଥିଲେ ଗାଡ଼ିରେ ଥିବା ଯୁବକ । ଯାହାଫଳରେ ଗାଡ଼ିରେ ବସିଥିବା ତିନି ଯୁବକଙ୍କ ସହ ଡ଼୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରାଯାଉଛି ।



’’ସୁନା ଓ ରୂପାକୁ ଜବତ କରାଯାଇଥିବା ବେଳେ ଏନେଇ ଆୟକର ବିଭାଗକୁ ମଧ୍ୟ ଖବର ଦିଆଯାଇଛି । ୪ ଜଣ ଯୁବକ କର୍ଣ୍ଣାଟକ ରେଜିଷ୍ଟ୍ରସନ ହୋଇଥିବା ଗାଡ଼ିରେ ତାମିଲନାଡ଼ୁରୁ ବ୍ରହ୍ମପୁରର କିଛି ସୁନା ବ୍ୟବସାୟୀଙ୍କୁ ଏହି ସୁନା ଓ ରୂପା ଚାଲାଣ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଟକ ରହିଥିବା ଚାରି ଜଣ ବ୍ୟକ୍ତି ତାମିଲନାଡ଼ୁର । ସେମାନେ କେଉଁ ବ୍ୟବସାୟୀଙ୍କୁ ସୁନା, ରୂପା ଚାଲାଣ କରୁଥିଲେ ସେ ନେଇ ଜଣାପଡ଼ିନାହିଁ । ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରୀ ରହିବା ସହ ତଦନ୍ତ ଶେଷ ହେଲେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।



ପୂର୍ବରୁ ଏଭଳି ଅନେକ ଥର ଜିଏସଟି ଫାଙ୍କିବା ପାଇଁ ବାହାର ରାଜ୍ୟରୁ ସୁନା ଓ ରୂପା ଆଣି ବ୍ରହ୍ମପୁରର ବ୍ୟବସାୟୀ ମାନେ ବିକ୍ରି କରୁଥିବା ନେଇ ଅଭିଯୋଗ ପାଇବା ପରେ ପୋଲିସ ମଧ୍ୟ ଚଢ଼ାଉ କରି ସଫଳତା ପାଇଥିଲା । ସୁନା ଓ ରୂପା ବାହାର ରାଜ୍ୟରୁ ଚୋରା ଚାଲାଣ ହେଉଥିବା ଘଟଣା ଉପରେ ପୋଲିସର କଡ଼ା ନଜର ରହିଛି । ଯେଉଁମାନେ ଏଭଳି କରିବେ ନିଶ୍ଚିତ ଭାବେ ସେମାନଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ ।
Published by:Soubhagya Mishra
First published: