Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍

ବିଶ୍ୱରେ ଚୀନ୍ ପରେ ଭାରତ ହେଉଛି ଦ୍ୱିତୀୟ ବୃହତ୍ତମ ସୁନା କିଣୁଥିବା ଦେଶ । ଭାରତରେ ଉଭୟ ସୁନା ଓ ରୂପାର ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ସୁନାର ଦାମ୍ ବଢ଼ି ପ୍ରତି ୧୦ ଗ୍ରାମକୁ ୫୨,୬୭୨ ଟଙ୍କାରେ ପହଞ୍ଚିଛି ।

Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍
ମହଙ୍ଗା ହେଲା ସୁନା ଓ ରୂପା ।
  • News18 Odia
  • Last Updated: September 18, 2020, 10:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ସୁନା ଓ ରୂପାର (Gold Silver Prices Raised) ଦାମ୍‌ ବୃଦ୍ଧି ପାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଦିନ ୧୦ ଗ୍ରାମ ସୁନାର ଦାମ୍‌ (Gold Rate) ୨୨୪ ଟଙ୍କା ବୃଦ୍ଧି ପାଇ ୫୨,୬୭୨ ଟଙ୍କା ହୋଇଛି । ରୂପାର ଦାମ୍‌ (Silver Rate) ବିଷୟରେ କହିବାକୁ ଗଲେ ଏହା ୬୨୦ ଟଙ୍କା ବୃଦ୍ଧି ପାଇ କିଲୋ ପ୍ରତି ୬୯,୮୪୧ ଟଙ୍କାରେ ପହଞ୍ଚିଛି ।

ଗୁରୁବାର ଦିନ କେବଳ ସୁନା ନୁହେଁ, ରୂପାର ଦାମରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ରୂପାର ଦାମ୍‌ ପ୍ରତି କିଲୋଗ୍ରାମ୍‌ ୧,୨୧୪ ଟଙ୍କା ହ୍ରାସ ପାଇଛି ।

ସୁନାର ନୂଆ ଦର (Gold Price on 18th September 2020): HDFC ସିକ୍ୟୁରିଟି ଅନୁଯାୟୀ ଶୁକ୍ରବାର ଦିନ ସୁନାର ଦାମ୍‌ ପ୍ରତି ୧୦ ଗ୍ରାମ୍‌ ୨୨୪ ଟଙ୍କା ବୃଦ୍ଧି ପାଇ ୫୨,୬୭୨ ଟଙ୍କା ହୋଇଛି । ଶେଷ ଅଧିବେଶନରେ ଅର୍ଥାତ୍ ସପ୍ତାହେ ତଳେ ଗୁରୁବାର ଦିନ ସୁନାର ଦାମ୍‌ ୬୦୮ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୨,୪୬୩ ଟଙ୍କାରେ ପହଞ୍ଚିଥିଲା । ଆନ୍ତର୍ଜାତୀୟ ବଜାରରେ ସୁନା ପ୍ରତି ଆଉନ୍ସ ୧,୯୫୪ ଆମେରିକୀୟ ଡଲାର ଥିଲା ।

ରୂପାର ନୂଆ ଦର (Silver Price on 18th September 2020): HDFC ସିକ୍ୟୁରିଟି ଅନୁଯାୟୀ ସିଲଭର ଦର ପ୍ରତି କିଲୋଗ୍ରାମ ପିଛା ୬୨୦ ଟଙ୍କା ବଢ଼ି ୬୯,୮୪୧ ଟଙ୍କାରେ ପହଞ୍ଚିଛି । ଗୁରୁବାର ଦିନର ବାଣିଜ୍ୟ ଅଧିବେଶନ ପରେ ରୂପା ୧,୨୧୪ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ୬୯,୨୪୨ ଟଙ୍କା ହୋଇଛି । ସେହିଭଳି ଆନ୍ତର୍ଜାତୀୟ ବଜାରରେ ରୂପାର ଦାମ୍‌ ପ୍ରତି ଆଉନ୍ସ ୨୭.୧୩ ଡଲାର ଥିଲା।

ଏହା ବି ପଢ଼ନ୍ତୁ | ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଏହି କାରଣରୁ ଦର ବଢ଼ିଲା

ସୁନା ଓ ରୂପା ଦାମ୍‌ ବୃଦ୍ଧି ସମ୍ପର୍କରେ HDFC ସିକ୍ୟୁରିଟିଜର ବରିଷ୍ଠ ବିଶ୍ଳେଷକ (କମଡ଼ିଟିଜ୍‌) ତପନ ପଟେଲ କହିଛନ୍ତି, ‘‘ଆନ୍ତର୍ଜାତୀୟ ବଜାରରେ ସୁନାର ଦର ବୃଦ୍ଧି ଓ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମଜବୁତ ହେବା କାରଣରୁ ଭାରତରେ ସୁନାର ଦାମ୍‌ ପ୍ରଭାବିତ ହୋଇଛି ।’’



ବିଶ୍ୱରେ ଚୀନ୍ ପରେ ଭାରତ ହେଉଛି ଦ୍ୱିତୀୟ ବୃହତ୍ତମ ସୁନା କିଣୁଥିବା ଦେଶ । ଭାରତରେ ସୁନା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଓ ୩ ପ୍ରତିଶତ ଜିଏସଟି (GST) ଲାଗିଥାଏ । ଚଳିତ ବର୍ଷ ଭାରତରେ ସୁନାର ଦାମ୍‌ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଭାରତରେ ସୁନାର ଆମଦାନୀ ବଢ଼ି ଅଗଷ୍ଟ ମାସରେ ୩.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ଗତ ବର୍ଷ ଅଗଷ୍ଟ ମାସରେ ଏହା ୧.୩୬ ବିଲିୟନ ଡ଼ଲାର ଥିଲା ।
Published by: Anand Shankar Thankur Das
First published: September 18, 2020, 10:14 PM IST
corona virus btn
corona virus btn
Loading