Gold Price Today: ସୁନା ଓ ରୂପା ଦରରେ ବଡ଼ ହ୍ରାସ; ୧୧୫୦୦ ଟଙ୍କା ହୋଇସାରିଛି ଶସ୍ତା; ଜାଣନ୍ତୁ ନିବେଶ କରିବେ କି ନାହିଁ

Gold Price Today: ଗୁରୁବାର ଦିନ ସୁନା-ରୂପା ଦରରେ ବହୁ ମାତ୍ରାରେ ହ୍ରାସ ଘଟିଛି । ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ସୁନା ଦାମ୍ ୨୧୭ ଟଙ୍କା ହ୍ରାସ ଘଟିଛି । ଏଥିସହିତ ରୂପା ଦାମ୍ ମଧ୍ୟ ୧୨୧୭ ଟଙ୍କା ହ୍ରାସ ପାଇଛି ।

Gold Price Today: ସୁନା ଓ ରୂପା ଦରରେ ବଡ଼ ହ୍ରାସ; ୧୧୫୦୦ ଟଙ୍କା ହୋଇସାରିଛି ଶସ୍ତା; ଜାଣନ୍ତୁ ନିବେଶ କରିବେ କି ନାହିଁ
ସୁନା ଓ ରୂପା ଦରରେ ବଡ଼ ହ୍ରାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଗୁରୁବାର ଦିନ ସୁନା-ରୂପା ଦରରେ ବହୁ ମାତ୍ରାରେ ହ୍ରାସ ଘଟିଛି । ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ସୁନା ଦାମ୍ ୨୧୭ ଟଙ୍କା ହ୍ରାସ ଘଟିଛି । ଏଥିସହିତ ରୂପା ଦାମ୍ ମଧ୍ୟ ୧୨୧୭ ଟଙ୍କା ହ୍ରାସ ପାଇଛି । ଗତ ୧୦ ମାସ ମଧ୍ୟରେ ସୁନା ପ୍ରାୟ ୧୧୫୦୦ ଟଙ୍କା ଶସ୍ତା ହୋଇ ସାରିଛି । ଅଗଷ୍ଟ ୨୦୨୦ ରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୫୬,୨୦୦ ଟଙ୍କା ହୋଇ ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ସୁନାର ନୂଆ ଦାମ୍ (Gold Price on 4 March 2021)
ଗୁରୁବାର ଦିନ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୪,୫୮୯ ଟଙ୍କାରୁ ୪୪,୩୭୨ ଟଙ୍କାକୁ ଖସି ଆସିଛି । ଏଥି ସହିତ ବୁଧବାର ଦିନ ମଧ୍ୟ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୨୦୮ ଟଙ୍କା ହ୍ରାସ ପାଇଥିଲା ।

ରୂପାର ନୂଆ ଦାମ୍ (Silver Price on 4 March 2021)
ଦିଲ୍ଲୀର ସରଫା ବଜାରରେ ରୂପା ଦାମ୍ ପ୍ରତି କିଲୋଗ୍ରାମ ୬୭,୮୧୫ ଟଙ୍କାରୁ ରେ ୬୬,୫୯୮ ଟଙ୍କାକୁ ଖସି ଆସିଛି । ବୁଧବାର ଦିନ ସରଫା ବଜାରରେ ରୂପା ଦାମ୍ ପ୍ରତି କିଲୋଗ୍ରାମରେ ୬୦୨ ଟଙ୍କା ବୃଦ୍ଧି ପାଇଥିଲା ।

କେଉଁଠାରେ କରିବେ ନିବେଶ?
ଆଜିକାଲି ଷ୍ଟକ୍ ମାର୍କେଟ ଏକ ରେକର୍ଡ ସ୍ତରରେ କାରବାର କରୁଛି । ଏଥି ସହିତ ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଏପରି ପରିସ୍ଥିତିରେ ଲୋକମାନେ କେଉଁଠାରେ ବିନିଯୋଗ କରନ୍ତି… ଯଦି ଆପଣ ସୁନା ବିଷୟରେ କଥା ହୁଅନ୍ତି, ତେବେ ଗତ ବର୍ଷ ଏହା ୨୮ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଦୀର୍ଘ ସମୟ ପାଇଁ ନିବେଶ କରିବାକୁ ଯୋଜନା କରୁଛନ୍ତି । ତେବେ ସୁନା ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହୋଇପାରେ ।

ଜାଣନ୍ତୁ କ’ଣ ରହିଛି ବିଶେଷଜ୍ଞଙ୍କ ମତ
ଇଣ୍ଟେରନେଶନାଲ ଆଣ୍ଡ କମୋଡିଟି ଏଟ କ୍ୟାପିଟାଲ୍ ଆଡଭାଇଜର୍ କ୍ଷିତିଜ୍ ପୁରୋହିତ କହିଛନ୍ତି ଯେ ବର୍ତ୍ତମାନ ସୁନା ଗୋଟିଏ ପାର୍ଶ୍ୱରେ ଟ୍ରେଣ୍ଡ କରୁଛି । ଅର୍ଥାତ୍ ଏହାର ଦରରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଏବଂ MCX ରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୫୬୦୦-୪୫୮୦୦ ସ୍ତରରେ ରହିପାରେ । ଏଥି ସହିତ କେଡିଆ ଆଡଭାଇଜରୀର ଏମଡି ଅଜୟ କେଡିଆ କହିଛନ୍ତି ଯେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୪,୫୦୦-୪୫୦୦୦ ଟଙ୍କା ମଧ୍ୟରେ ସୁନାରେ ସହାୟତା ରହିଛି । ଏହାର ଅର୍ଥ ହେଉଛି ଏହାର ଦାମ୍ ୪୫ ହଜାର ଟଙ୍କାରୁ କମ୍ ହେବାର ସମ୍ଭାବନା ନାହିଁ । କେଡିଆଙ୍କ ଅନୁଯାୟୀ ସ୍ୱଳ୍ପ ସମୟ ମଧ୍ୟରେ ସୁନା ସମାନ ପରିସର ମଧ୍ୟରେ ରହିବ କିମ୍ବା ଉପରକୁ ଚଢ଼ିବ ।
Published by: Jagdish Barik
First published: March 4, 2021, 6:45 PM IST