ଗଛରେ ରହୁଛନ୍ତି ଦେବତା ? ଶତ ଚେଷ୍ଟା ପରେ କଟୁନି ଗଛ.. ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ଗଛ କାଟିବା ପାଇଁ ବାରମ୍ବାର ପ୍ରୟାସ କରି ନିରାଶ ହେବାକୁ ପଡୁଛି ଠିକା ସଂସ୍ଥାକୁ । ଗଛ କାଟିବା ପାଇଁ ବ୍ୟବହାର କରାଯାଉଥିବା ଗାଡି ଓ ଯନ୍ତ୍ରପାତି ଖରାପ ହେଇଯାଉଛି କିନ୍ତୁ ଗଛ କାଟି ହେଉନାହିଁ ।

ଗଛରେ ରହୁଛନ୍ତି ଦେବତା ? ଶତ ଚେଷ୍ଟା ପରେ କଟୁନି ଗଛ.. ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ଗଛରେ ରହୁଛନ୍ତି ଦେବତା ? ଶତ ଚେଷ୍ଟା ପରେ କଟୁନି ଗଛ.. ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ବଲପୁର:  ୫୫ ନମ୍ବର ଜାତୀୟ ରାଜପଥର (55 number national highway) ଚାରି ଥାକିଆ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି । ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଆବଶ୍ୟକ ପଡୁଥିବା ଗଛକୁ (tree) କଟାଯାଉଛି । କିନ୍ତୁ ରେଢାଖୋଲ ଚାରମାଲ ମଝିରେ ଥିବା ବଡହିନ୍ଦୋଳ ଗାଁ (village) ନିକଟରେ ଥିବା ଏକ ବର ଗଛକୁ କାଟିପାରି ନାହିଁ ଠିକା ସଂସ୍ଥା । ଗଛ କାଟିବା ପାଇଁ ବାରମ୍ବାର ପ୍ରୟାସ କରି ନିରାଶ ହେବାକୁ ପଡୁଛି ଠିକା ସଂସ୍ଥାକୁ । ଗଛ କାଟିବା ପାଇଁ ବ୍ୟବହାର କରାଯାଉଥିବା ଗାଡି ଓ ଯନ୍ତ୍ରପାତି (machine)  ଖରାପ ହେଇଯାଉଛି କିନ୍ତୁ ଗଛ କାଟି ହେଉନାହିଁ ।

ଗଛ କାଟିବାରେ ନିୟୋଜିତ ଥିବା କର୍ମଚାରୀଙ୍କର ଅମଙ୍ଗଳ ହେଉଥିବା କୁହାଯାଉଛି । ଫଳରେ ଠିକା ସଂସ୍ଥା ପକ୍ଷରୁ ଏହି ସ୍ଥାନକୁ ଛାଡି ଅନ୍ୟତ୍ର ନିର୍ମାଣ କାର୍ଯ୍ୟ ଚାଲିଛି । ‘‘ ଚାରି ଥାକିଆ ରାସ୍ତା ସଂପ୍ରସାରଣ ମଝିରେ ଏହି ଗଛ ରହିଥିବାରୁ ଏହାକୁ କାଟିବା ପାଇଁ ବହୁତ ଚେଷ୍ଟା କରିଥିଲୁ । କିନ୍ତୁ କାଟିବା ସମୟରେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଶେଷରେ ଗଛ କାଟି ପାରିଲୁ ନାହିଁ । ବାଧ୍ୟ ହୋଇ ରାସ୍ତା ସଂପ୍ରସାରଣକୁ ବଦଳାଉଛୁ ବୋଲି ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଦୁଖିଶ୍ୟାମ କହିଛନ୍ତି ।

ଏହି ଖବର ପଢ଼ନ୍ତୁ - http://BCCIକୁ ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଧମକ, ବିଶ୍ବକପ୍‌ ବର୍ଜନ କରିବ PCB !

’’ସ୍ଥାନୀୟ ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଯେ, ଏହି ଗଛରେ ମାଁଆ ପେନ୍ଥେଇ ବୁଢି ରହିଛନ୍ତି । ମାଆ ଥିବାରୁ ଗାଁରେ କେବେ କୌଣସି ଅନିଷ୍ଟ ହୋଇ ନାହିଁ । ସ୍ଥାନୀୟ ଗ୍ରାମବାସୀମାନେ ଏହି ଗଛକୁ ପୂଜା କରିଥାନ୍ତି, ପୂଜକ ଲାଲ ମୋହନ ପାତ୍ର ଏହା କହିଛନ୍ତି । ’’ତେବେ ୬ ବର୍ଷ ପରେ ଏବେ ସ୍ୱପ୍ନାଦେଶ ହେବାରୁ ଠିକା ସଂସ୍ଥା ଓ ଗ୍ରାମବାସୀଙ୍କ ପକ୍ଷରୁ ଏହି ସ୍ଥାନରେ ନାମ ସଂକିର୍ତ୍ତନ କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି । ବର୍ତ୍ତମାନ ଏଠାରେ ଏକ ମନ୍ଦିର କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି ।
Published by:Soubhagya Mishra
First published: