News18 Odia Digital
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ସନସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଛି ବୋଲି ଜଣାପଡ଼ିଥିଲେ ବି ତା’ ଛଡ଼ା ଏହି ହତ୍ୟାକାଣ୍ଡରେ ଆଉ କିଏ କିଏ ସାମିଲ ଥିଲେ ତାକୁ ନେଇ ପୋଲିସ ତନାଘନା ଚଳାଇଛି । ସନ୍ଦେହରେ ଗୋବିନ୍ଦର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ ତାଣ୍ଡିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କିନ୍ତୁ ତିନି ଦିନ ଧରି ଅଟକ ଥିବା ଜେସିବି ଡ୍ରାଇଭର୍ ଓ ସିକ୍ୟୁରିଟି ଗାର୍ଡ଼କୁ ଛାଡ଼ି ଦିଆଯାଇଛି ।
୨୩ ବର୍ଷୀୟା ମମିତା ମେହେରଙ୍କୁ ଗୋବିନ୍ଦ ସାହୁ କେମିତି ମାରିଲା, କେମିତି ତାଙ୍କ ମୃତ ଦେହକୁ ପୋଡ଼ିଲା ଓ ତାକୁ ପୋତିଲା ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆସିବାକୁ ବାକି ଅଛି । ଜେସିବି ଡ୍ରାଇଭର୍ ଓ ସିକ୍ୟୁରିଟି ଗାର୍ଡ଼କୁ ପୋଲିସ ରାଜସାକ୍ଷୀ କରିପାରେ ବୋଲି କୁହାଯାଉଛି । ମହାଲିଙ୍ଗରେ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି ଡି.ଆଇ.ଜି. ଦୀପକ କୁମାର ଓ ଏସ୍.ପି. ନୀତିନ କୁଶଲକର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାତ ଘଣ୍ଟା ଜେରା କଲା EDସନସାଇନ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମର୍ଡ଼ର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପରେ ଗିରଫ ହୋଇଥିବା ଦ୍ୱିତୀୟ ବ୍ୟକ୍ତି ହେଉଛି ତା’ ସହଯୋଗୀ ରାଧେଶ୍ୟାମ ତାଣ୍ଡି । ସେ ଗୋବିନ୍ଦର କାର୍ ଡ୍ରାଇଭର୍ ଭାବେ କାମ କରୁଥିଲା । ମହାଲିଙ୍ଗ ଷ୍ଟାଡିୟମରେ ମୃତ ଦେହ ପୋତିବାରେ ଗୋବିନ୍ଦକୁ ରାଧେଶ୍ୟାମ ସାହାଯ୍ୟ କରିଥିଲା ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି ।

ଗୋବିନ୍ଦ ସାହୁ ଓ (ଡାହାଣ) ମମିତା ମେହେର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ୨୬ ପୂରିଲା; ଯାଦୁ ସେମିତି!ଏହି ମାମଲାର ତଦନ୍ତ ସମୟରେ ଗତ ତିନି ଦିନ ହେଲା ଜେସିବି ଡ୍ରାଇଭର୍ ପୁଷ୍କର ଭୋଇ ଓ ସିକ୍ୟୁରିଟି ଗାର୍ଡ଼ ଗୁପ୍ତେଶ୍ବର ତାଣ୍ଡିକୁ ସନ୍ଦେହରେ ପୋଲିସ ଅଟକ ରଖିଥିଲା । ସେ ଦୁହିଁଙ୍କୁ ଗୁରୁବାର ଦିନ ଛାଡ଼ି ଦେଇଛି ପୋଲିସ । ଗୁପ୍ତେଶ୍ବର ଓ ପୁଷ୍କରଙ୍କୁ ପୋଲିସ ରାଜସାକ୍ଷୀ କରିପାରେ ବୋଲି ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ | ଆଫଗାନିସ୍ତାନରେ ଆତଙ୍କ ରାଜ୍: ତାଲିବାନ୍ ଜଣେ ମହିଳା ଭଲିବଲ୍ ଖେଳାଳିଙ୍କ ମୁଣ୍ଡ କାଟ କଲାଏହି ମାମଲାରେ ଅବହେଳା କରିଥିବାରୁ କଳାହାଣ୍ଡି କେ. ଗାଁ ଥାନାଧିକାରୀ (IIC) ଡମୁ ପରଜାଙ୍କୁ ନିଲମ୍ବନ କରାଯାଇଛି । ଅକ୍ଟୋବର ୮ ତାରିଖରେ ମମିତା ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ୧୧ ତାରିଖରେ କେ. ଗାଁ ଥାନାକୁ ଏତଲା ଦେବାକୁ ଯାଇଥିଲେ । କିନ୍ତୁ କେ. ଗାଁ ଥାନା ପୋଲିସ ପରିବାରର ଅଭିଯୋଗ ଶୁଣି ନ ଥିଲେ କି ଏତାଲା ରଖି ନ ଥିଲେ । ଏହି ମାମଲାର ତଦନ୍ତ ଭାର ସି.ବି.ଆଇ.କୁ ନ ଦେଲେ ତଦନ୍ତ ଠିକ ଭାବେ ହେବ ନାହିଁ ବୋଲି ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀମାନେ ।

କେ. ଗାଁ ଥାନାଧିକାରୀ (IIC) ଡମୁ ପରଜା
ଏହା ବି ପଢ଼ନ୍ତୁ | ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତା’ପରେ…‘‘ଏହି ମାମଲାରେ ସି.ବି.ଆଇ. ତଦନ୍ତ ହେବା ଦରକାର । ଯେହେତୁ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି, ତେଣୁ ସରକାର ଏହି ମାମଲାକୁ ସି.ବି.ଆଇ.କୁ ଦେଇ ଦେବା ଉଚିତ ବୋଲି ମୋ’ର ମତ । ଯାହା ଜଣାପଡୁଛି ଏହି ମାମଲାରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି । ତା’ ସ୍ୱୀକାରୋକ୍ତିକୁ ଆଇନ ଅନୁସାରେ ଧାରା ୧୬୪ ଅନୁସାରେ ରେକର୍ଡ଼ କରାଯିବା ଉଚିତ । ତା’ ବ୍ୟତୀତ ଏହି ମାମଲାରେ ଆପରାଧିକ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସାମିଲ ଥିଲେ ତା’ ଉପରେ ତଦନ୍ତ ହେବା ଉଚିତ,’’ କହିଛନ୍ତି ବଲାଙ୍ଗିରର ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର ।
ଏହା ବି ପଢ଼ନ୍ତୁ | JEE Advancedରେ ୯୬.୬୬% ସ୍କୋର୍ କରି ଇତିହାସ କଲେ ମୃଦୁଲ ଅଗ୍ରୱାଲ; କହିଲେ ସଫଳତାର ମନ୍ତ୍ରମମିତାଙ୍କୁ ହତ୍ୟା କରିଥିବା କଥା ଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ବୀକାର କରିଥିବାରୁ ତାକୁ ହତ୍ୟାକାଣ୍ଡ ସ୍ଥଳ ମହାଲିଙ୍ଗକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବା ପାଇଁ ଯୋଜନା କରିଥିଲା ବଲାଙ୍ଗିର ପୋଲିସ । କିନ୍ତୁ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ଶେଷ ମୁହୂର୍ତ୍ତରେ ଗୋବିନ୍ଦଙ୍କୁ ନିଆଯାଇ ନ ଥିଲା । କେବଳ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍.ପି. ନୀତିନ କୁଶଲକର କଳାହାଣ୍ଡି ଜିଲ୍ଲାର କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମହାଲିଙ୍ଗ ଷ୍ଟାଡିୟମର ଖୋଳାଯାଇଥିବା ସ୍ଥାନରେ ପହଞ୍ଚିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | VIDEO: ଦୁର୍ଗା ମେଢ଼ ବିସର୍ଜନ କରୁଥିବା ଲୋକଙ୍କ ଉପରେ ଚଢ଼ିଗଲା ବେକାବୁ କାର୍; ଜଣେ ମୃତ, ୨୦ ଆହତଯେଉଁ ସ୍ଥାନରୁ ମୃତ ଦେହ ଉଦ୍ଧାର କରାଯାଇଥିଲା ତାହା ତନ୍ନ ତନ୍ନ କରି ଦେଖିଥିଲେ ବରିଷ୍ଠ ପୋଲିସ ଅଧିକାରୀମାନେ । ବୁଧବାର ରାତିରେ ମହାଲିଙ୍ଗ କଲେଜକୁ ଯାଇ କିଛି କାଗଜପତ୍ର ଯାଞ୍ଚ କରିଥିଲେ ବିଡିଓ ଓ ତହସିଲଦାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।