ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»shocking: ଚାଉଳ ଖାଇଗଲା ଛେଳି; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

shocking: ଚାଉଳ ଖାଇଗଲା ଛେଳି; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

କୁଚିଆ ନାମକ ଯୁବକଙ୍କ ଘରେ କିଛିଦିନ ପୂର୍ବରୁ ତାଙ୍କ ପଡ଼ୋଶୀଙ୍କ ଏକ ଛେଳି ପଶି ଚାଉଳ ଖାଇଯାଇଥିଲା । ଏହାପରେ ଉତିକ୍ଷିପ୍ତ ହୋଇପଡ଼ି କୁଚିଆ ଛେଳିଟିକୁ ମାରି ତା ମାଂସ ଖାଇଦେଇଥିଲେ ।

shocking: ଚାଉଳ ଖାଇଗଲା ଛେଳି; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ
ଛେଳି ଚାଉଳ ଖାଇଯିବାକୁ ନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ
  • News18 Odia
  • Last Updated: November 21, 2021, 5:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ପଡ଼ିଶା ଘର ଛେଳି ଖାଇଗଲା ଚାଉଳ । ତାକୁ ଗିରଫ କର ଥାନା ବାବୁ । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଚିନ୍ତାମଣିପଦା ଅଞ୍ଚଳରେ। ଏଭଳି ଏକ ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ଜଣେ ଯୁବକ । ପଡିଶା ଘର ଛେଳି ଆସି ଚାଉଳ ଖାଇ ଦେବାରୁ ଛେଳିକୁ ସାଙ୍ଗରେ ନେଇ ଥାନାରେ ହାଜର ହୋଇଥିଲେ ଯୁବକ ଜଣଙ୍କ ।

କୁଚିଆ ନାମକ ଯୁବକଙ୍କ ଘରେ କିଛିଦିନ ପୂର୍ବରୁ ତାଙ୍କ ପଡ଼ୋଶୀଙ୍କ ଏକ ଛେଳି ପଶି ଚାଉଳ ଖାଇଯାଇଥିଲା । ଏହାପରେ ଉତିକ୍ଷିପ୍ତ ହୋଇପଡ଼ି କୁଚିଆ ଛେଳିଟିକୁ ମାରି ତା ମାଂସ ଖାଇଦେଇଥିଲେ । ଏହି ଘଟଣା ଯାଇ ପହଞ୍ଚିଥିଲା ଥାନାରେ । ଏହାପରେ ଛେଳି ମାଲିକଙ୍କ ଅଭିଯୋଗ ଅନୁଯାୟୀ ୮ ହଜାର ଟଙ୍କା ଜୋରିମାନା ଗଣିଥିଲେ କୁଚିଆ ।

ତେବେ କିଛି ଦିନ ନଯାଉଣୁ ବର୍ତ୍ତମାନ ପୁଣି ପଡିଶା ଘରର ଛେଳି ଆସି ଚାଉଳ ଖାଇବାକୁ ଘରେ ପଶିବାରୁ , ସେ ସିଧା ଛେଳିକୁ ଧରି ନେଇ ଥାନାରେ ପହଞ୍ଚିଥିଲେ । ଆଉ ତାଙ୍କର ଗୋଟିଏ ଦାବି ଥିଲା ଛେଳିକୁ ଗିରଫ କରାଯାଉ ଓ ତାଙ୍କୁ ନ୍ଯାୟ ଦିଆଯାଉ । ଏଭଳି ଅଜବ ଘଟଣା ଏବେ ସମଗ୍ର ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି ।

ଚାଉଳ ଖାଇଗଲା ଛେଳି


ଏନେଇ କୁଚିଆ କହିଛନ୍ତି," ପୂର୍ବରୁ ମଧ୍ୟ ମୋ ଘରେ ଛେଳି ପଶିଥିଲା ସେତେବେଳେ ମୋର ସବୁ ଚାଉଳ ଖାଇଦେଇଥିବାରୁ ମୁଁ ରାଗରେ ତାକୁ ମାରି ମାଂସ ଖାଇଦେଇଥିଲି। ଯାହାକୁ ନେଇ ଥାନାରେ କମ୍ପରମାଇଜ ହୋଇଥିଲା ଆଉ କ୍ଷତିପୂରଣ ବାବଦକୁ ମତେ ୮ ହଜାର ଟଙ୍କା ଦେବାକୁ ପଡ଼ିଥିଲା । ପୁଣି ଶୁକ୍ରବାର ଏମିତି ଘଟଣା ଘଟିଛି ଏନେଇ ଛେଳି ମାଲିକଙ୍କୁ କହିବାରୁ ସେ ଓଲଟା ମୋ ଉପରେ ଦୋଷ ଲଦୁଛନ୍ତି । ଏଣୁ ମୁଁ ଥାନାକୁ ନ୍ୟାୟ ପାଇଁ ଆସିଛି। "

ସୋର ଥାନା ଅଧିକାରିଣୀ ସୁଜାତା ଖିଲାର କହିଛନ୍ତି," ଆମ ପାଖରେ ଏପରି ଅଭିଯୋଗ ଆସିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଘଟଣାର ସମାଧାନ ନେଇ ଆମେ ଚେଷ୍ଟା କରିଛୁ । ଯୁବକଙ୍କୁ ବୁଝାଇ ସୁଝାଇ ଘରକୁ ପଠାଇବା ସହିତ ଛେଳି ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ଏପରି ଘଟଣାର ପୁନରାବୃତ୍ତି ନହେବ ସେନେଇ ତାଗିଦ ମଧ୍ୟ କରାଯାଇଛି । "

"ଛେଳିକୁ ନେଇ ଥାନାରେ ପହଞ୍ଚିବା ନିଶ୍ଚିତ ଗୋଟିଏ ନୂଆ ଘଟଣା ଆଉ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ହେଲେ ଯୁବକ ଜଣଙ୍କ ନିଶ୍ଚିତ ଅସୁବିଧା ପୂର୍ବରୁ ଭୋଗିଛି ଯାହାକୁ ନେଇ ଏପରି କାଣ୍ଡ କରିଛି । ତେବେ ପୋଲିସର ଭୂମିକା ହେଉଛି ଛେଳି ମାଲିକ ନିଜ ଛେଳିକୁ କିପରି ଅକ୍ତିଆର ରେ ରଖିବେ ସେନେଇ ପଦକ୍ଷେପ ନେବାର ଆବଶ୍ୟକ,"କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା ବିସ୍ମୟ ବେହେରା।
Published by: Lipina Das
First published: November 21, 2021, 5:59 PM IST