ଆସନ୍ତୁ ବୁଲିଯିବା ଭେଟ ନଈ; ଦେଖିବେ କୃଷ୍ଣସାର ମୃଗ ସହ ପ୍ରକୃତିର ସୌନ୍ଦର୍ଯ୍ୟ

ଗଞ୍ଜାମ ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଅଞ୍ଚଳ ସାରା ରାଜ୍ୟରେ ବେଶ ପରିଚିତ । କାରଣ ଏଠାରେ ଦେଖା ବିରଳ କୃଷ୍ନସାର ମୃଗ ଦେଖା ଯାଆନ୍ତି ।

ଆସନ୍ତୁ ବୁଲିଯିବା ଭେଟନଇ ପିକନିକ ସ୍ପଟ (ପ୍ରତୀକାତ୍ମକ ଛବି)

ଆସନ୍ତୁ ବୁଲିଯିବା ଭେଟନଇ ପିକନିକ ସ୍ପଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଅଞ୍ଚଳ ସାରା ରାଜ୍ୟରେ ବେଶ ପରିଚିତ । କାରଣ ଏଠାରେ ଦେଖା ବିରଳ କୃଷ୍ନସାର ମୃଗ ଦେଖା ଯାଆନ୍ତି । ଯାହାକୁ ଦେଖିବା ପାଇଁ କେବଳ ଯେ ଦେଶ ନୁହଁ ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ବିଭିନ୍ନ ପ୍ରକାର ଔଷଧୀୟ ଗଛ ସାଙ୍ଗକୁ ବହୁ ପୁରୁଣା ଗଛକୁ ସଂଗ୍ରହ କରି ଏଠାରେ ଲଗାଯାଇଛି । ଯାହା ଏବେ ପର୍ଯ୍ୟଟକ ମନକୁ ବେଶ ଆକୃଷ୍ଟ କରୁଛି।

ଆସିକା ବ୍ଳକର ଭେଟନଇ ଗ୍ରାମ । ଏହି ଗ୍ରାମ ନିକଟରେ ଥିବା ପାହାଡ ପାଦ ଦେଶରେ ଦେଖା ଯାଇଥାନ୍ତି ବିରଳ ପ୍ରଜାତିର ଶହଶହ ବାଲି ହରିଣ ସାଙ୍ଗକୁ କୃଷ୍ନସାର ମୃଗ । ଏହି କୃଷ୍ଣସାର ମୃଗଙ୍କୁ ଦେଖିବା ପାଇଁ ପାହାଡ ନିକଟରେ ବର୍ଷ ତମାମ ପର୍ଯ୍ୟଟକ ମାନଙ୍କ ଆଗମନ ଲାଗି ରହିଥିବାବେଳେ ଦେଶ ତଥା ଦେଶ ବାହାରର ପର୍ଯ୍ୟଟନକ ମଧ୍ୟ ଏଠାକୁ ଆସିଥାନ୍ତି। ହେଲେ ଏହାର ପୁରା ଦାୟିତ୍ୱ ବନ ବିଭାଗ ହାତରେ ରହିଥିବା ବେଳେ ପର୍ଯ୍ୟଟକ ମାନଙ୍କୁ ଆଉ ଟିକିଏ ଖୁସି ଯୋଗାଇ ଦେବା ପାଇଁ ବିଭାଗ ସୃଷ୍ଟି କରିଛି ସହାରାଞ୍ଚଳ ବନୀକରଣ। ଯେଉଁ ବନୀକରଣରେ ପାଖାପାଖି ୩୬ ପ୍ରକାର ପୂରାତନ ଔଷଧୀୟ ଗଛକୁ ଲଗା ଯାଇଥିବା ବେଳେ ବିଲୁପ୍ତ ପ୍ରାୟ ରକ୍ତ ଚନ୍ଦନ ଗଛ ପ୍ରଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରି ପାରିଛି ।

“ଖୋଲା ଆକାଶ ତଳେ ବିରଳ ହରିଣ ଦେଖିବା ସାଙ୍ଗକୁ ସହରାଞ୍ଚଳ ବନୀକରଣ ବୁଲି ବିଲୁପ୍ତ ପ୍ରାୟ ଗଛ ଗୁଡିକୁ ଦେଖିବା ବେଶ ଏକ ନିଆରା ଅନୁଭୂତି," କହିଛନ୍ତି କଲିକତାରୁ ଆସିଥିବା ପର୍ଯ୍ୟଟକ ସେର ଖାଁ।

“ବିଭାଗ ଏଭଳି ପଦକ୍ଷେପ ନେବାର ଉଦ୍ଦେଶ୍ୟ ଯେ ପର୍ଯ୍ୟଟକମାନେ ହରିଣ ଦେଖିବା ସାଙ୍ଗକୁ ବିଲୁପ୍ତ ପ୍ରାୟ ଗଛ ତଳିରେ ବସି ବଣ ଭୋଜି ସାଙ୍ଗକୁ ପୁରାତନ ଗଛ ବିଷୟରେ କିଛି ଜାଣିପାରିବେ। ପର୍ଯ୍ୟଟକମାନେ ଏଠାକୁ ଆସି ମଜା ଉଠାଇ ପାରିବେ,"କହିଛନ୍ତି ଆସିକା ବନ ବିଭାଗର ରେଜଂର ପ୍ରଶନ୍ନ କୁମାର ସାହୁ।

ସତରେ ଶୀତ ଦିନରେ ଏହି ଅଞ୍ଚଳ ବୁଲିବା ସହ ବଣ ଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ କହିଲେ କିଛି ଭୁଲ ହେବ ନାହିଁ ।
Published by:Soumya Das
First published:
)}