ପୁରୀରେ ଗ୍ଲୋରୀ ଫେଷ୍ଟ; ‘ଗ୍ଲୋରି କୁଇନ’ ମୁକୁଟ ପିନ୍ଧିଲେ ନର୍ସିଂ ଛାତ୍ରୀ ପୂଜା ବିଶ୍ୱାସ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଚଳିତ ବର୍ଷର ‘ଗ୍ଲୋରି କୁଇନ’ ମୁକୁଟ ପିନ୍ଧିଛନ୍ତି ଭୁବନେଶ୍ୱର ହାଇଟେକ କଲେଜ୍‌ ଅଫ ନର୍ସିଂ ଛାତ୍ରୀ ପୂଜା ବିଶ୍ୱାସ।

ପୁରୀରେ ଗ୍ଲୋରୀ ଫେଷ୍ଟ; ‘ଗ୍ଲୋରି କୁଇନ’ ମୁକୁଟ ପିନ୍ଧିଲେ ନର୍ସିଂ ଛାତ୍ରୀ ପୂଜା ବିଶ୍ୱାସ

ପୁରୀରେ ଗ୍ଲୋରୀ ଫେଷ୍ଟ; ‘ଗ୍ଲୋରି କୁଇନ’ ମୁକୁଟ ପିନ୍ଧିଲେ ନର୍ସିଂ ଛାତ୍ରୀ ପୂଜା ବିଶ୍ୱାସ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ରମଣୀୟ ବେଳାଭୂମିରେ  ଚାଲିଥିବା ୨୬ ଗ୍ଲୋରୀ ଫେଷ୍ଟ  ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟା ଥିଲା ବେଶ୍ ଆକର୍ଷଣୀୟ । ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଗୀତ ପରିବେଷଣ ଦର୍ଶକଙ୍କୁ ଖୁବ ମନରୋଞ୍ଜନର ଖୋରାକ ଯୋଗାଇଥିଲା ।

କଣ୍ଠଶିଳ୍ପୀ ଲୋପାମୁଦ୍ରା ‘ମିଲେ ହୋ ତୁମ୍‌ ହମ୍‌କୋ..., ମାହିବେ.., ହମ୍‌କୋ ମିଲିହେ ଆଜ ୟେ..., ପିୟା ତୁ ଅବ୍‌ ତୋ ଆଜା..., ଦମ୍‌ ମାରୋ ଦମ୍‌... ଗୀତ ପରିବେଷଣ କରିଥିଲେ।  କୋଲକାତାରୁ ଆସିଥିବା ଡ୍ୟାନ୍ସ ଗ୍ରୁପର ଆଧୁନିକ ଗୀତରେ ଝୁମିଥିଲେ ଉପସ୍ଥିତ ଦର୍ଶକ। ତା ସାଙ୍ଗକୁ ନବାଗତ ସଙ୍ଗୀତକାରଙ୍କ ଗୀତର ଯାଦୁ ଶୀତୁଆ ସନ୍ଧ୍ୟାକୁ ବେଶ ସରଗରମ କରିଥିଲା  । ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ସାରେଗାମାପା ବିଜେତା ଅନିକ । ‘ତୁହି ହୈ ପ୍ୟାର.., ୟେ ଦିଲ ନା ହୋତା.., ଜିନେ କି ଆଜାଦି... ସଂଗୀତ ପରିବେଷଣ କରି ‌ଶ୍ରୋତାଙ୍କ ମନୋରଂଜନ କରିଥିଲେ। କଣ୍ଠଶିଳ୍ପୀ ଲୋପାମୁଦ୍ରାଙ୍କ  ଧମାକେଦାର ଏଣ୍ଟ୍ରୀ ହୋଇଥିଲା ମଞ୍ଚକୁ । ସେ ମଧ୍ୟ  ନନଷ୍ଟପ ଗୀତରେ ଝୁମାଇଥିଲେ ଉପସ୍ଥିତ ଦର୍ଶକଙ୍କୁ । ଜଗନ୍ନାଥଙ୍କ ଧାମ ଓ ବେଳାଭୂମିରେ ଏଭଳି କାର୍ଯ୍ୟକ୍ରମ ପାଇଁ ସୁଯୋଗ ମିଳିଥିବାରୁ ବେଶ ଭାଗ୍ୟବାନ ମନେକରିଛନ୍ତି କଳାକାରମାନେ।

କେବଳ ଏତିକି ନୁହେଁ, ଗୀତର ମଝିରେ ମଝିରେ ଆସିଥିଲେ ସିଜଲିଙ୍ଗ ଡ୍ୟାନ୍ସ ଗ୍ରୁପର କଳାକାରଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କ ପାଇଁ ଥିଲା ଖାସ୍  । ଶେଷରେ ସମ୍ବଲପୁରୀ ନାନୀ ଗୀତର ନୃତ୍ୟ ପରିବେଷଣ ପୂରା ବେଳାଭୂମିରେ ଉପସ୍ଥିତ ଥିବା ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା  । ସେହି ନୃତ୍ୟରେ ତାଳେ ତାଳେ ଝୁମିଥିଲେ ଦର୍ଶକ  । ତା ପରେ ପୁଣି ଷ୍ଟେଜକୁ ଆସିଥିଲେ ବଲିଉଡ ସଲମାନ ଅଲି । ଆଉ ଗୋଟିଏ ପରେ ଗୋଟିଏ ହିଟ ଗୀତ ବୋଲି ବେଶ ରୋମାଞ୍ଚିତ କରିଥିଲେ ଉପସ୍ଥିତ ଯୁବପିଢୀ ଦର୍ଶକଙ୍କୁ  ।

ଉଦଯାପନୀ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ରହିଥିଲା ଗ୍ଲୋରୀ କୁଇନ୍ । ଏଥିରେ ୧୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜିମାତ କରି ଚଳିତ ବର୍ଷର ‘ଗ୍ଲୋରି କୁଇନ’ ମୁକୁଟ ପିନ୍ଧିଛନ୍ତି ଭୁବନେଶ୍ୱରର ହାଇଟେକ କଲେଜ୍‌ ଅଫ ନର୍ସିଂ ଛାତ୍ରୀ ପୂଜା ବିଶ୍ୱାସ। ପ୍ରଥମ ରନର୍ସଅପ ବିଜେତା ହୋଇଛନ୍ତି ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ । ଦ୍ୱିତୀୟ ରନର୍ସଅପ ହୋଇଛନ୍ତି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜାନୱି ପ୍ରଜ୍ଞାପ୍ତି। ଉଦଘାଟନ କରି ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି ଯେ, ଯୁବକମାନେ ପୃଥିବୀ ପାଇଁ ଏକାଠି ହେବାର ସମୟ ଉପନୀତ । ସବୁଜ ସୁନ୍ଦର ପୃଥିବୀ, ଆମ ମାଟି, ଭାଷା ଓ ପରମ୍ପରା ସହ ଯୁବକମାନେ ଯୋଡ଼ି ହୋଇ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଗ୍ଲୋରୀ ଫେଷ୍ଟ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଅଧିବକ୍ତା ବିଭୁପ୍ରସାଦ ତ୍ରିପାଠୀ ଉତ୍ସବ ଆୟୋଜନ ପ୍ରଚ୍ଛଦପଟରେ କର୍ମକର୍ତ୍ତାଙ୍କ ଭୂମିକା ଓ ଅବଦାନ ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଗ୍ଲୋରୀ ଫେଷ୍ଟ ମଞ୍ଚର ଭୂମିକାର ଅବଦାନକୁ ପ୍ରଶଂସା କରିଥିଲେ ।

ଏଭଳି ଏକ କାର୍ଯ୍ୟକ୍ରମ ୨୫ତମ ବା ରୌପ୍ୟ ଜୟନ୍ତୀ ଉତ୍ସବକୁ ଖୁବ ଜାକଜମକରେ କରାଯାଇଥିବା ବେଳେ ଦୁଇ ବର୍ଷ ପରେ  ୨୬ତମ ଗ୍ଲୋରୀ ଫେଷ୍ଟ ସଫଳତାର ସହ ଶେଷ ହୋଇଛି  । ଜାତୀୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରୀୟ ସାଂସ୍କୃତିକ ଉତ୍ସବର ଆୟୋଜନକୁ ନେଇ ସବୁ କଲେଜ ପକ୍ଷରୁ ପ୍ରଶଂସା କରାଯାଇଛି  ।

ଅଧିକ ଖବର ପଢ଼ନ୍ତୁ - http://ମହାରାଷ୍ଟ୍ରର ଶନି ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ମନ୍ତ୍ରୀ ନବ ଦାସ
Published by:Soubhagya Mishra
First published: