ମଳଦ୍ୱାରରେ ଗ୍ଲାସ ପୁରାଇବା ଘଟଣା; କିଭଳି ହେଲା ବିରଳ ଅସ୍ତ୍ରପ୍ରଚାର.. ବଖାଣିଲେ ଡାକ୍ତର

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଇତିହାସରେ ପ୍ରଥମ ଓ ବିରଳ ଅସ୍ତ୍ରୋପଚାର ହେଲା ସଫଳ । ରୋଗୀର ପେଟ ଭିତରୁ ବାହାରିଲା ଗ୍ଲାସ ।

ମଳଦ୍ୱାରରେ ଗ୍ଲାସ ପୁରାଇବା ଘଟଣା; କିଭଳି ହେଲା ବିରଳ ଅସ୍ତ୍ରପ୍ରଚାର.. ବଖାଣିଲେ ଡାକ୍ତର

ମଳଦ୍ୱାରରେ ଗ୍ଲାସ ପୁରାଇବା ଘଟଣା; କିଭଳି ହେଲା ବିରଳ ଅସ୍ତ୍ରପ୍ରଚାର.. ବଖାଣିଲେ ଡାକ୍ତର

  • Share this:
News 18 Odia Digital

ବ୍ରହ୍ମପୁର; ଏମକେସିଜି ମେଡ଼ିକାଲ ଇତିହାସରେ ପ୍ରଥମ ଓ ବିରଳ ଅସ୍ତ୍ରୋପଚାର ହେଲା ସଫଳ । ରୋଗୀର ପେଟ ଭିତରୁ ବାହାରିଲା ଗ୍ଲାସ । ପ୍ରାୟ ତିନି ଘଣ୍ଟାର କଠିନ ପରିଶ୍ରମ ପରେ ପେଟରୁ ବାହାରିଲା ଷ୍ଟିଲ ଗ୍ଲାସ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଅସ୍ତ୍ରୋପଚାର ହୋଇଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଶଲ୍ୟ ଚିକିତ୍ସା ବିଭାଗରେ । ଜଣେ ବ୍ୟକ୍ତିଙ୍କ ମଳଦ୍ୱାର ଦ୍ୱାରା କିଛି ମଦ୍ୟପ ଷ୍ଟିଲ ଗ୍ଲାସ ଶରୀର ଭିତରକୁ ପ୍ରବେଶ କରାଇ ଦେଇଥିଲେ । ଏହାପରେ ସମ୍ପୃକ୍ତ ବ୍ୟକ୍ତି ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହେବା ପରେ ଶଲ୍ୟ ଚିକିତ୍ସା ବିଭାଗର ଡ଼ାକ୍ତର ମାନଙ୍କ ଦ୍ୱାରା ପେଟରେ ରହିଥିବା ଗ୍ଲାସଟିକୁ ବାହାରକୁ ବାହାର କରାଯାଇଛି ।

ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ସହ ଚିକିତ୍ସା ଜାରୀ ରହିଛି । ତେବେ ଏଭଳି ଏକ ଅସ୍ତ୍ରୋପଚାର ହେବା ଏବଂ ପରେ ତାହା ସଫଳ ହେବା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପ୍ରଥମ ଘଟଣା ବୋଲି କହିଛନ୍ତି ବିଭାଗର ଡ଼ାକ୍ତର ।


ମେଡ଼ିକାଲର ଶଲ୍ୟ ଚିକିତ୍ସା ବିଭାଗର ଡ଼ାକ୍ତର ମାନଙ୍କ ଦ୍ବାରା ହୋଇଛି ଏକ ବିରଳ ଅସ୍ତ୍ରୋପଚାର ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସୁରତରେ କାମ କରି ଆସୁଥିଲେ । ଗତ ୧୩ ତାରିଖ ସନ୍ଧ୍ୟା ସମୟରେ ସେ ଏକ ପଡ଼ିଆକୁ ଶୌଚ କରିବାକୁ ଯାଇଥିଲେ । ଶୌଚ କରି ଫେରିବା ସମୟରେ ୬ ରୁ ୭ ଜଣ ମଦ୍ୟପ ଯୁବକ ତାଙ୍କୁ ଚାରିପଟୁ ଘେରି ଯାଇଥିଲେ । ଏହାପରେ ତାଙ୍କ ମଳଦ୍ୱାରରେ ଏକ ଷ୍ଟିଲ ଗ୍ଲାସଟି ଜୋର ଜବରଦସ୍ତ ଭାବେ ଭର୍ତ୍ତି କରାଇ ଦେଇଥିଲେ ।

ପରେ ବ୍ୟକ୍ତିଙ୍କ ପେଟ ବ୍ୟଥା ହେବା ଯୋଗୁଁ ସେ ନିଜ ଗାଁ ବୁଗୁଡ଼ା ବାଲିପଦରକୁ ଆସିଥିଲେ । ଗାଁକୁ ଫେରିବା ପରେ ଦୁଇ ଦିନ ଧରି ସେଭଳି ରହିବା ପରେ ଗତ ଶୁକ୍ରବାର ଦିନ ଅତ୍ୟଧିକ ପେଟ ବ୍ୟଥା ହେବାରୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଶଲ୍ୟ ଚିକିତ୍ସା ବିଭାଗରେ ଭର୍ତ୍ତି ହୋଇଥିଲେ । ଶଲ୍ୟ ଚିକିତ୍ସା ବିଭାଗର ଡ଼ାକ୍ତର ମାନଙ୍କର ସଫଳ ଅସ୍ତ୍ରୋପଚାର ପରେ ପେଟରୁ ଗ୍ଲାସଟି ବାହାରିଥିଲା । ବର୍ତ୍ତମାନ ନିଜକୁ ସୁସ୍ଥ ଅନୁଭବ କରିଥିବା କହିଛନ୍ତି ରୋଗୀ ।

ସମ୍ପୃକ୍ତ ବ୍ୟକ୍ତିଙ୍କ ପେଟରୁ ସୁରକ୍ଷିତ ଭାବେ ଗ୍ଲାସଟି କିଭଳି ବାହାରିବ ସେ ନେଇ ଚିନ୍ତାରେ ରହିଥିଲେ ତାଙ୍କ ପତ୍ନୀ । କାରଣ ପ୍ରାୟ ୫ ରୁ ୬ ଦିନ ଧରି ଗ୍ଲାସଟି ରହିବା ଯୋଗୁଁ ସେ ମଳତ୍ୟାଗ କରିପାରୁନଥିଲେ । ଏହାସହ ପ୍ରତି ସମୟରେ ତାଙ୍କ ପେଟ ବ୍ୟଥା ହେଉଥିଲା । ବର୍ତ୍ତମାନ ପେଟରୁ ଗ୍ଲାସଟି ବାହାରିବା ପରେ ସେ ସୁସ୍ଥ ଥିବା ଯୋଗୁଁ ଡ଼ାକ୍ତର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି,‘‘ରୋଗୀଙ୍କ ପତ୍ନୀ ।



ଗତ ଶୁକ୍ରବାର ରାତି ସମୟରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର କାଜୁଆଲଟିରେ ପହଞ୍ଚିଥିଲେ ବ୍ୟକ୍ତି ଜଣକ । ପ୍ରଥମେ ସମ୍ପୃକ୍ତ ବ୍ୟକ୍ତି ପେଟ ମଧ୍ୟରେ ଗ୍ଲାସ ରହିଥିବା କହିନଥିଲେ । କେବଳ ପେଟ ବ୍ୟଥା ହେଉଥିବା ନେଇ ଡ଼ାକ୍ତରଙ୍କୁ କହିଥିଲେ । ଏହାପରେ ପେଟର ଏକ୍ସରେ କରାଯିବା ପରେ ପେଟରେ ଏକ ଗ୍ଲାସ ରହିଥିବା ନେଇ ଜାଣିବାକୁ ପାଇଥିଲେ ଡ଼ାକ୍ତର । ଏହାପରେ ଆରମ୍ଭ ହୋଇଥିଲା ଅସ୍ତ୍ରୋପଚାର । ପ୍ରାୟ ଅଢ଼େଇ ଘଣ୍ଟା ଧରି ଅସ୍ତ୍ରୋପଚାର ହୋଇଥିଲା । ପ୍ରଥମେ ମଳାଦ୍ୱାର ପଟୁ ହିଁ ଗ୍ଲାସକୁ ବାହାର କରିବା ନିମନ୍ତେ ଚେଷ୍ଟା କରାଯାଇଥିଲା । କିନ୍ତୁ ତାହା ସଫଳ ନ ହେବା ଯୋଗୁଁ ସମ୍ପୃକ୍ତ ବ୍ୟକ୍ତିଙ୍କ ପେଟକୁ ଚିରି ଗ୍ଲାସଟିକୁ ବାହାର କରାଯାଇଥିଲା । ଏଭଳି ଅସ୍ତ୍ରୋପଚାର ଯେତିକି ବିପଦପୂର୍ଣ୍ଣ ରହିଥିଲା ସେତେ ଚ୍ୟାଲେଞ୍ଜ ମଧ୍ୟ ଥିଲା । ତଥାପି କଠିନ ପରିଶ୍ରମ ଓ ଟିମ୍‌ ଓ୍ୱାର୍କ ଦ୍ୱାରା ଅସ୍ତ୍ରୋପଚାର ସଫଳ ହୋଇଥିବା କହିଛନ୍ତି,‘‘ ଶଲ୍ୟ ଚିକିତ୍ସା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସଞ୍ଜିତ ନାୟକ ।



ସୁରତରେ ଏଭଳି ଘଟଣା ଘଟିବା ପରେ ସେଠାରେ କୌଣସି ଚିକିତ୍ସା ନ କରାଇ ନିଜ ଗାଁକୁ ଫେରିଥିଲେ । ନିଜ ଗାଁରେ ମଧ୍ୟ ଦୁଇ ଦିନ ଧରି ଘଟଣାକୁ ଚପାଇ ରହିଯାଇଥିଲେ । ଘଟଣା ଘଟିବାର ୬ ଦିନ ପରେ ଏମକେସିଜି ମେଡ଼ିକାଲକୁ ଆସିଥିଲେ । ମେଡ଼ିକାଲକୁ ଆସିବା ପରେ ମଧ୍ୟ ଘଟଣା ସମ୍ପର୍କରେ କହିବା ପାଇଁ ପଛଘୁଞ୍ଚା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ପେଟରେ ଗ୍ଲାସ ଥିବା ଜଣିବା ପରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ପେଟରେ ଗ୍ଲାସ ରହିବା ଘଟଣାକୁ ବ୍ୟକ୍ତି ଜଣକ ଯେଉଁଭଳି ଭାବେ ହାଲୁକା ନେଇଥିଲେ ତାହା କରିବା ଉଚିତ ନୁହେଁ । ଯଦି ଆହୁରି ବିଳମ୍ବ ହୋଇଥାନ୍ତା ତେବେ ଅସ୍ତ୍ରୋପଚାରରେ ସମସ୍ୟା ଉପଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇଥାନ୍ତା । ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି , ବର୍ତ୍ତମାନ ପେଟ ପଟୁ ହିଁ ମଳତ୍ୟାଗ ନିମନ୍ତେ ପାଇପ ଖଞ୍ଜାଯାଇଛି । ଆଉ କିଛି ଦିନ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ଶଲ୍ୟ ଚିକିତ୍ସା ବିଭାଗର ଡ଼ାକ୍ତର ସୁବ୍ରତ କୁମାର ବରାଳ ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଇତିହାସରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ଘଟଣା ହୋଇଥିବା ବେଳେ ତାହା ମଧ୍ୟ ସଫଳ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାରର ସଫଳତାକୁ ନେଇ ଶଲ୍ୟ ଚିକିତ୍ସା ବିଭାଗର ଡ଼ାକ୍ତର ଓ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
Published by:Soubhagya Mishra
First published: