CBSE ଦ୍ୱାଦଶ ପରୀକ୍ଷା ଫଳ: ପୁଣି ବାଜି ମାରିଲେ ଛାତ୍ରୀମାନେ; ଭୁବନେଶ୍ୱର ଅଞ୍ଚଳରେ ପାସ ହାର ୮୮.୧୧%

ଏଥର ବି ଦେଶରେ ଛାତ୍ରଙ୍କ ତୁଳନାରେ ଅଧିକ ଛାତ୍ରୀ ପାସ୍ କରି ବାଜିମାତ କରିଛନ୍ତି । ୯୨.୧୫% ଛାତ୍ରୀ ପାସ୍ କରିଥିବା ବେଳେ ୮୬.୧୯% ଛାତ୍ର ପାସ୍ କରିଛନ୍ତି । ୬୬.୭୭% ଟ୍ରାନ୍ସଜେଣ୍ଡର ସଫଳ ହୋଇଛନ୍ତି ।

CBSE ଦ୍ୱାଦଶ ପରୀକ୍ଷା ଫଳ: ପୁଣି ବାଜି ମାରିଲେ ଛାତ୍ରୀମାନେ; ଭୁବନେଶ୍ୱର ଅଞ୍ଚଳରେ ପାସ ହାର ୮୮.୧୧%
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 13, 2020, 10:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ। ଚଳିତ ବର୍ଷ କରୋନା ଯୋଗୁ ବିଳମ୍ବରେ ଫଳ ପ୍ରକାଶ କରାଯାଇଛି । ହେଲେ ପୂର୍ବ ବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି । ୨୦୧୯ରେ ମୋଟ ୮୩.୪୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାବେଳେ ୨୦୨୦ରେ ଅର୍ଥାତ ଏହି ବର୍ଷ ୮୮.୭୮ ପ୍ରତିଶତ ପିଲା ପାସ କରିଛନ୍ତି ।

ସାରା ଦେଶରେ ମୋଟ ୧୧,୯୨,୯୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୧୦,୫୯୦,୮୦ ଜଣ ପାସ କରିଛନ୍ତି । ତେବେ ପୁଅଙ୍କ ତୁଳନାରେ ଅଧିକ ଝିଅ ପାସ କରି ବାଜିମାତ କରିଛନ୍ତି । ୯୨.୧୫% ଝିଅ ପାସ କରିବା ସହ ୮୬.୧୯% ପୁଅ ପାସ କରିଛନ୍ତି । ୬୬.୭୭% ଟ୍ରାନ୍ସଜେଣ୍ଡର ସଫଳ ହୋଇଛନ୍ତି।

ଭୁବନେଶ୍ୱର ରିଜିଅନରେ ମୋଟ ୭୧,୪୨୭ ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୬୨,୯୩୧ ଜଣ। ଓଡ଼ିଶାରୁ ୧୮,୪୮୬ ଜଣଙ୍କ ମଧ୍ୟରୁ ୧୬,୪୫୭ ଜଣ ପାସ କରିଛନ୍ତି। ମୋଟ ପାସ ହାର ୮୯.୦୨ % ରହିଛି । ୯୧.୯୨% ଝିଅ ପାସ କରିଥିବା ବେଳେ ୮୭.୦୪% ପୁଅ ପାସ କରିଛନ୍ତି।

ଦେଶରେ ଚଳିତ ବର୍ଷ ୧.୫ ଲକ୍ଷ ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖିଛନ୍ତି। ୯୭.୬୭% ସହ ଥିରୁଅନନ୍ତପୁରମରେ ସର୍ବାଧିକ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବେଙ୍ଗାଲୁରୁରେ ୯୭.୦୫% ଓ ଚେନ୍ନାଇରେ ୯୬.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଭୁବନେଶ୍ୱର ରିଜିଅନରେ ପାସ ହାର ୮୮.୧୧% ରହିଛି ।

ଫେବୃଆରୀ ୧୫ରୁ ସାରା ଦେଶରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିଲା ।


ଫେବୃଆରୀ ୧୫ରୁ ସାରା ଦେଶରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିଲା ଓ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହେବାର ଥିଲା । ହେଲେ କୋଭିଡ ପରିପ୍ରେକ୍ଷୀରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା । ଯଦିଓ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ସମ୍ପୂର୍ଣ୍ଣ ଶେଷ ହୋଇଥିଲା, ଦ୍ୱାଦଶର ୧୨ଟି ବିଷୟର ପରୀକ୍ଷା ବାକି ରହିଥିଲା । ପ୍ରଥମେ ଜୁଲାଇ ୧ରୁ ୧୫ ତାରିଖ ପରୀକ୍ଷା କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ପରେ କୋରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାରୁ ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରୀକ୍ଷା ବାତିଲ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏହାପରେ ସିବିଏସଇ ପରୀକ୍ଷା ବାତିଲ କରିବା ସହ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଘୋଷଣା କରିଥିଲା ।

‘‘ପ୍ରଥମେ ପରୀକ୍ଷା ହେବ କି ନାହିଁ ସେ ଦ୍ଵନ୍ଦ୍ୱରେ ପିଲାମାନେ ଥିଲେ। ଏହା ପରେ ଖାତାଦେଖା ଓ ରେଜଲ୍ଟକୁ ନେଇ ମଧ୍ୟ ଚିନ୍ତାରେ ଥିବା ବେଳେ ଆଜି ସମୟରେ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମଧ୍ୟ ଫଳକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ସେମାନେ ତାଙ୍କ ଇଚ୍ଛା ମୁତାବକ ଆବେଦନ କରିପାରିବେ,’’ କହିଛନ୍ତି ସାଇ ଇଣ୍ଟରନେସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ସାହୁ ।

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

ଏହା ବି ପଢ଼ନ୍ତୁ: ରାଜସ୍ଥାନରେ ରାଜନୈତିକ ସଙ୍କଟ: ଅଶୋକ ଗେହଲୋତ କହିଲେ ସରକାରଙ୍କ ପାଖରେ ସଂଖ୍ୟା ବଳ ଅଛି

ଦ୍ୱାଦଶ ପରେ ଏବେ ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ରହିଛି ଅପେକ୍ଷା । ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ସମ୍ପୂର୍ଣ୍ଣ ଶେଷ ହୋଇଛି, ହେଲେ ରାଜ୍ୟ ବାହାରେ ବାତିଲ ହୋଇଥିଲା କିଛି ବିଷୟ । ଦ୍ୱାଦଶ ଭଳି ଦଶମ ରେଜଲ୍ଟ ଭଲ ହେବା ନେଇ ଆଶା କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ।
Published by: Anand Shankar Thankur Das
First published: July 13, 2020, 10:29 PM IST
corona virus btn
corona virus btn
Loading