ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ
News18 Odia Digital
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି। ଆନୁଷ୍ଠାନିକ ଭାବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ଘୋଷଣା କରିଛନ୍ତି।
ଚଳିତ ବର୍ଷ ପରୀକ୍ଷାରେ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ ହାର ୯୦. ୫୫ ପ୍ରତିଶତ ଥିବା ବେଳେ ଫେଲ ହୋଇଛନ୍ତି ୮ ହଜାର ୬୯୯ ଛାତ୍ରଛାତ୍ରୀ । ୨ ଲକ୍ଷ ୫୬ ହଜାର ୮୭୭ ପୁଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ୮୮.୭୭ ପ୍ରତିଶତ । ସେହିଭଳି ୨ ଲକ୍ଷ ୬୦ ହଜାର ୯୭୦ ଝିଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ୯୨.୩୭ ପ୍ରତିଶତ ରହିଛି । ଏ୧ ଗ୍ରେଡରେ ୮୧୧୯ ଛାତ୍ରଛାତ୍ରୀ , ଏ୨ ଗ୍ରେଡରେ ୫୪ ହଜାର ୮୮୯, ବି୧ ଗ୍ରେଡରେ ୧ ଲକ୍ଷ ୨୦ ହଜାର ୩୧୨, ବି୨ ଗ୍ରେଡରେ ୧ ଲକ୍ଷ ୪୨ ହଜାର ୫୯୯ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଲକାନଗିରି ୨ଟି, ଅନୁଗୁଳ ଗୋଟିଏ ସ୍କୁଲରେ ଜିରୋ ରେଜଲ୍ଟ ରହିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।