ସମ୍ବଲପୁରରେ ପୁଣି ଅଘଟଣ, ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସି ଭାସିଗଲେ ଛାତ୍ରୀ

ବୁର୍ଲାର ସାଇଫନ ପାଖରେ କେଉଁ ସ୍ଥିତିରେ ଭାସିଗଲେ ଛାତ୍ରୀ ?

ବୁର୍ଲାର ସାଇଫନ ପାଖରେ କେଉଁ ସ୍ଥିତିରେ ଭାସିଗଲେ ଛାତ୍ରୀ ?

ବୁର୍ଲାର ସାଇଫନ ପାଖରେ କେଉଁ ସ୍ଥିତିରେ ଭାସିଗଲେ ଛାତ୍ରୀ ?

  • News18 Odia
  • Last Updated :
  • Sambalpur, India
  • Share this:
News18 Odia Digital

Sambalpur: ସମ୍ବଲପୁରରେ ପୁଣି ଅଘଟଣ, ଭାସିଗଲେ ଛାତ୍ରୀ ।  ବୁର୍ଲାର (Burla) ୧୮ ହଜାର ସାଇଫନ ପାଖରେ ଛାତ୍ରୀ ଜଣକ ଭାସି  ଯାଇଛନ୍ତି । ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଭାସି ଯାଇଥିବା ସୂଚନା ମିଳିଛି । ଛାତ୍ରୀଙ୍କ ନାଁ ନିଶା ଝା (Nisha Jha), ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ରାତିରେ ହିଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।  ତେବେ ରାତି ହୋଇ ଯାଇଥିବାରୁ ସର୍ଚ୍ଚ ଅପରସେନକୁ ସ୍ଥଗିତ ରଖାଯାଇଥିଲା ।  ସକାଳୁ ପୁଣି ଖୋଜା ଖୋଜି ଚାଲିଛି ।

କେମିତି ଭାସିଗଲେ ଛାତ୍ରୀ, ଅପମୃତ୍ୟୁ ନା ଆଉ କଣ ?

ସୂଚନା ଅନୁସାରେ ନିଖୋଜ ଛାତ୍ରୀ ନିଶା ଝା ହେଉଛନ୍ତି ଝାରସୁଗୁଡା (Jharsuguda) ଜିଲ୍ଲାର  । ପୁରୁଷ ବନ୍ଧୁ (Boy Friend)ଙ୍କ ସହ ସୋସିଆଲ ମିଡିଆ (Social Media)ରେ ପରିଚୟ ହୋଇଥିବା ବେଳେ ଏହା ତାଙ୍କର ପ୍ରଥମ ଦେଖା ଥିଲା ବୋଲି ଜଣାପଡିଛି । ପୁରୁଷ ବନ୍ଧୁଙ୍କ ଘର ସମ୍ବଲପୁର ସହର ଧନୁପାଲି ବୋଲି କୁହାଯାଉଛି । ଉଭୟେ ମିଶିକି ବୁର୍ଲା ସାଇଫନକୁ ବୁଲିବାକୁ ଆସିଥିଲେ । ସେଠାରେ ବସି କଥାବାର୍ତ୍ତା ହେଉଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ସେ ଗଳି ପଡ଼ିଲେ ତାହା ଜଣାପଡ଼ିନି । ପୁରୁଷ ବନ୍ଧୁଙ୍କୁ ପଚରା ଉଚରା ପରେ ହିଁ ପ୍ରକୃତ ତଥ୍ୟ ସାମନାକୁ ଆସିବ । ଏହାରି ଭିତରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ହେଲେ ଏଯାଏ ନିଶାଙ୍କ କୌଣସି ଖୋଜ ଖବର ମିଳି ପାରିନି ।





ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି ?


ଗତ ଫେବ୍ରୁଆରି ୨୮ ତାରିଖ ଦିନ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ । କିନ୍ତୁ ସେହିଦିନ ରାତିରେ ରହସ୍ୟମୟ ଢଙ୍ଗରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ଚିନ୍ମୟୀଙ୍କୁ ପୁରଷ ବନ୍ଧୁ ପ୍ରୀତମାନ ଦେ ଓ ମାନସ ଟୁଡୁଙ୍କୁ ଅଟକ ରଖିବା ସହ ଲାଏଡିଟେକସନ୍‌ ଟେଷ୍ଟ କରାଇଥିଲା ।  ପରେ ଚିନ୍ମୟୀଙ୍କ ଡାଏଟମ ଟେଷ୍ଟରେ ମଧ୍ୟ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା କୁହାଯାଇଥିଲା ।   ଉଭୟ ରିପୋର୍ଟରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଥିବାବେଳେ ସେ ନିଜେ ପାଣିରେ ବୁଡ଼ିଯାଇଥିଲେ ନା ତାଙ୍କୁ କିଏ ବଳ ପ୍ରୟୋଗ କରି ପାଣିକୁ ଠେଲି ଦେଇଥିଲା ତାହା ଆଜି ବି ରହସ୍ୟ ଘେରରେ ରହିଛି ।

Published by:nihar panda
First published: