ଦିନ ଦ୍ୱିପହରେ ଭୁବନେଶ୍ବରରେ ଛାତ୍ରୀଙ୍କ ଉପରେ ଗୁଳି ମାଡ଼; ଜଙ୍ଘରେ ଲାଗିଛି ଗୁଳି, ICU ରେ ଭର୍ତ୍ତି

ଭାଲେଣ୍ଟାଇନ୍ ସପ୍ତାହ ଚ଼ାଲିଥିବାରୁ ଏହି ଗୁଳିମାଡ଼ ପଛରେ ପ୍ରେମ ବ୍ୟାପାର ଅଛି ବୋଲି ସନ୍ଦେହ କରାଯାଉଛି । କିନ୍ତୁ କମିଶନରେଟ୍ ପୋଲିସ କହିଛି ଯେ ଛାତ୍ରୀ ଜଣକ ଗୁଳି ମାଡ଼ର ଟାର୍ଗେଟ୍ ନ ଥିଲେ, ଅର୍ଥାତ୍ ତାଙ୍କ ଉପରେ ଭୁଲରେ ଗୁଳି ବାଜିଛି ।

ଦିନ ଦ୍ୱିପହରେ ଭୁବନେଶ୍ବରରେ ଛାତ୍ରୀଙ୍କ ଉପରେ ଗୁଳି ମାଡ଼; ଜଙ୍ଘରେ ଲାଗିଛି ଗୁଳି, ICU ରେ ଭର୍ତ୍ତି
ଛାତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
  • News18 Odia
  • Last Updated: February 10, 2020, 5:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀରେ ଦିନ ଦ୍ୱିପହରେ ଏକ ଜନଗହଳି ପୁର୍ଣ୍ଣ ସ୍ଥାନରେ ଆଜି ଜଣେ ଛାତ୍ରୀଙ୍କ ଉପରେ ଗୁଳି ମାଡ଼ କରାଯାଇଛି । ଇନଫୋସିଟି ଥାନା ଅଞ୍ଚଳରେ ଘଟିଥିବା ଏହି ଗୁଳି ମାଡ଼ ଘଟଣାରେ ଆହତ ହୋଇଥିବା ଯୁବତୀଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ।

ଫ୍ୟାସନ୍‌ ଡିଜାଇନିଂର ଏହି ଛାତ୍ରୀ ଜଣକ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ଠିଆ ହୋଇଥିବା ବେଳେ ଅଚ଼ାନକ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ତାଙ୍କର ଜଙ୍ଘରେ ଗୁଳି ଲାଗିବା ପରେ ସେ ତଳେ ପଡ଼ିଯାଇଥିଲେ । ଇତି ମଧ୍ୟରେ ଗୁଳି ଚ଼ଳାଇଥିବା ଦୁଇ ଜଣ ଯୁବକ ବାଇକରେ ସେଠୁ ଖସି ପଳାଇଥିଲେ ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀମାନେ ।

ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁରୁଷ ବନ୍ଧୁ ଓ ସେଠାରେ ଥିବା ଲୋକେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । ସେଠାରେ ତାଙ୍କୁ ତୁରନ୍ତ ଆଇ.ସି.ୟୁ.କୁ ନିଆଯାଇଥିଲା ଓ ତାଙ୍କ ଚ଼ିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କ ସ୍ୱାସ୍ଥାବସ୍ଥା ଏବେ ସ୍ଥିର ଅଛି ବୋଲି ଜଣାଯାଇଛି ।

ତେବେ ଭାଲେଣ୍ଟାଇନ୍‌ ସପ୍ତାହ ଚ଼ାଲିଥିବାରୁ ଏହି ଗୁଳିମାଡ଼ ପଛରେ ପ୍ରେମ ବ୍ୟାପାର ଅଛି ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଛାତ୍ରୀଙ୍କ ବୟଫ୍ରେଣ୍ଡଙ୍କ ଉପସ୍ଥିତିରେ ଜଣେ ଯୁବକ ଓ ତାର ସାଙ୍ଗ ମିଶି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ବୋଲି କହିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ । ଛାତ୍ରୀଙ୍କ ପୂର୍ବ ବୟଫ୍ରେଣ୍ଡ ଏହି ଗୁଳିକାଣ୍ଡ କରିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଇନଫୋସିଟି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇତି ମଧ୍ୟରେ କମିଶନରେଟ୍‌ ପୋଲିସ ଏକ ଟ୍ୱିଟ୍‌ କରି କହିଛି ଯେ ଛାତ୍ରୀ ଜଣକ ଗୁଳି ମାଡ଼ର ଟାର୍ଗେଟ୍‌ (ନିଶାନା) ନ ଥିଲେ, ଅର୍ଥାତ୍‌ ତାଙ୍କ ଉପରେ ଭୁଲରେ ଗୁଳି ବାଜିଛି ।

‘‘ପ୍ରାଥମିକ ରିପୋର୍ଟରୁ ଜଣା ପଡ଼ିଛି ଯେ ସେ (ଛାତ୍ରୀ) ଟାର୍ଗେଟରେ ନ ଥିଲେ ଓ ତାଙ୍କର ଏହି ଘଟଣା ସହ କିଛି ସମ୍ପର୍କ ନାହିଁ । ଚ଼ିକି୍ତ୍ସାରେ ଲାଗିଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଏବେ ବିପଦରୁ ବାହାରେ । ଅଭିଯୁକ୍ତ ଚ଼ିହ୍ନଟ ହୋଇସାରିଛି ଓ ତା’ର ମୋଟିଭ୍‌ ଜଣାପଡ଼ିଯାଇଛି,’’ ଅପରାହ୍ଣ ୪:୧୩ରେ ଟ୍ୱିଟ୍‌ କରି କହିଛି କମିଶନରେଟ୍‌ ପୋଲିସ । ଏହି ଟ୍ୱିଟରେ ପୋଲିସ ଏହା ବି କହିଛି ଯେ ତଦନ୍ ଏବେ ପ୍ରାଥମିକ ସ୍ତରରେ ଅଛି ଓ ଘଟଣାର ତଥ୍ୟ ବଦଳି ପାରେ ।
First published: February 10, 2020, 5:20 PM IST