ପ୍ରେମ ନିଜର ମା' ହେଲା ପର, ଝିଅର ସବୁ ଦୋଷ କ୍ଷମା କରି କୋଳେଇ ନେବାକୁ ଆସିଥିଲା ମା', କିନ୍ତୁ....

ପ୍ରେମ ପାଇଁ ମା'କୁ ଠେଲି ଦେଲା ଝିଅ । ଯେଉଁ ମାଆ ଝିଅକୁ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିଲା ସେହି ମାଆର ଆଖିରୁ ଶୁଖୁନି ଲୁହ ।

ପ୍ରେମ ନିଜର ମା' ହେଲା ପର, ଝିଅର ସବୁ ଦୋଷ କ୍ଷମା କରି କୋଳେଇ ନେବାକୁ ଆସିଥିଲା ମା', କିନ୍ତୁ....

ପ୍ରେମ ନିଜର ମା' ହେଲା ପର, ଝିଅର ସବୁ ଦୋଷ କ୍ଷମା କରି କୋଳେଇ ନେବାକୁ ଆସିଥିଲା ମା', କିନ୍ତୁ....

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ପ୍ରେମ ଆଗରେ ନିଚ୍ଚ ହୋଇଗଲା ମା'ର ସ୍ନେହ ମମତା । ଥାନା ପରିସରରେ ମା'କୁ ଝିଅ ଦୁର୍ବ୍ୟବହାର କରିବା ସହ ଠେଲିବା ପରେ ଝିଅ ବିରୁଦ୍ଧରେ ଏତଲା ଦେଲେ ମା' । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଅତିରିକ୍ତ ଏସପି । ଝିଅକୁ ପାଇବା ନିମନ୍ତେ ଜଣେ ମା'ର ଏଭଳି ପଦକ୍ଷେପ ଏବେ ଚର୍ଚ୍ଚାକୁ ଆସିଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବରୋସିଂ ଗାଁର ଘଟଣା । ଗାଁ'ର ଗୌରୀବାଳାଙ୍କ ଝିଅ ଗତ ୪ ବର୍ଷ ପୂର୍ବରୁ ବ୍ରହ୍ମପୁରରେ ରହି ପାଠ ପଢ଼ୁଥିବା ସମୟରେ ଜଣେ ପୁଅକୁ ଭଲ ପାଉଥିଲେ । ଏହାପରେ ପୁଅ ଓ ପୁଅଙ୍କ ପରିବାର ଲୋକେ ଝିଅକୁ ଉଠାଇ ନେଇଥିଲେ ।

ଗୌରୀବାଳା ନିଜ ଝିଅକୁ ଦୀର୍ଘ ଦେଢ଼ ବର୍ଷ ହେଲା ଦେଖିନଥିବା ବେଳେ ଗତ ୭ ତାରିଖରେ ଘଟଣାର ଆଲୋଚନା ପାଇଁ ବୈଦ୍ୟନାଥପୁର ଥାନା ପୋଲିସ ଉଭୟଙ୍କୁ ଥାନାକୁ ଡ଼ାକିଥିଲେ । ଏହି ସମୟରେ ଗୌରୀବାଳା ନିଜ ଝିଅକୁ ଦେଖି ଆତ୍ମବିଭୋର ହୋଇ କୋଳେଇ ନେବାକୁ ଚେଷ୍ଟା କରୁଥିବା ବେଳେ ଝିଅ ଗୌରୀବାଳାଙ୍କୁ ଧକ୍କା ଦେବା ସହିତ ଠେଲି ଦେଇଥିଲା । ଯାହାଫଳରେ ଗୌରୀବାଳା ତଳେ ଛିଟିକି ପଡ଼ିଥିଲେ । ଆଉ ଏହା ଥାନା ପରିସରରେ ହୋଇଥିବା ବେଳେ ଏଭଳି ଝିଅର ବ୍ୟବହାରକୁ ନେଇ ବୈଦ୍ୟନାଥପୁର ଥାନାରେ ଝିଅର ବିରୁଦ୍ଧରେ ଥାନାରେ ଲଖିତ ଅଭିଯୋଗ ଦେବା ସହ ନ୍ୟାୟ ପାଇବା ଆଶାରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଜଣେ ଅବୁଝା ଝଅକୁ ଜଣେ ମାଆ କେତେ ଆକୁଳ ନିବେଦନ ହୋଇ କୋଳକୁ ଡ଼ାକୁଛି । ଆଉ କହୁଛି ସବୁ ଦୋଷ ତୋର କ୍ଷମା କରିଦେବି ତୁ ଫେରିଆ । କିନ୍ତୁ ଝିଅ କଣ ଆଉ ଫେରିବ । ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ଼ ଦ୍ବନ୍ଦ । କାରଣ ଝିଅ ନିଜ ପ୍ରେମକୁ ପାଇବା ପାଇଁ ନିଜ ମାର ସ୍ନେହ ମମତାକୁ ତଳେ କଚାଡ଼ି ଦେଇଛି । ବ୍ରହ୍ମପୁର ସହର ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରସିଂ ଗାଁର ଗୌରୀବାଳା ସାହୁ ଓ ବିଜୟ ଚନ୍ଦ୍ର ସାହୁଙ୍କ ଏକ ମାତ୍ର କନ୍ୟା ପ୍ରିୟଙ୍କା ପ୍ରିୟଦର୍ଶନୀ । ଗତ ଚାରି ବର୍ଷ ପୂର୍ବରୁ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢ଼ିବା ସମୟରେ ଜଣେ ପୁଅକୁ ଭଲ ପାଉଥିଲେ । ଏହାର କିଛି ଦିନ ମଧ୍ୟରେ ଘରେ କେହି ନଥିବା ସମୟରେ ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କୁ ଭଲ ପାଉଥିବା ପୁଅ ଓ ତାଙ୍କ ପରିବାର ଲୋକେ ତାଙ୍କ ଘରୁ ଉଠାଇ ନେଇଥିଲେ । ଏହାପରେ ପୋଲିସ ଉଦ୍ଧାର କରି ପ୍ରିୟଙ୍କାଙ୍କୁ ସୁଧାରଗୃହରେ ରଖିଥିଲେ । କିନ୍ତୁ ପୁଅର ପରିବାର ଲୋକେ ଭୁଲ ତଥ୍ୟ ଦେଇ ପୁଣି ପ୍ରିୟଙ୍କାଙ୍କୁ ସେଠାରୁ ନେଇଯାଇଥିଲେ ।

ପ୍ରିୟଙ୍କାଙ୍କ ଏଭଳି ବ୍ୟବହାରକୁ ଦୃଷ୍ଟିରେ ରଖି ଗୌରୀବାଳା ବୈଦ୍ୟନାଥପୁର ଥାନାରେ ଝିଅ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏତଲା ଦେଇଛନ୍ତି । ଏହାସହିତ ପ୍ରିୟଙ୍କାକୁ ଭଲ ପାଉଥିବା ପୁଅ ଓ ତାଙ୍କ ପରିବାର ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି,‘‘ ପ୍ରିୟଙ୍କାଙ୍କ ମା ଗୌରୀବାଳା ସାହୁ । ଗତ ୭ ତାରିଖ ଘଟଣାକୁ ନେଇ ଗୌରୀବାଳା ସାହୁ ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ଆଜି ସେ ତାଙ୍କ ସ୍ବାମୀ, ପୁଅ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଏସପିଙ୍କୁ ସାକ୍ଷାତ କରି ଘଟଣାର ସଠିକ ତଦନ୍ତ ନିମନ୍ତେ ଅନୁରୋଧ କରିଛନ୍ତି ।

‘‘ପ୍ରିୟଙ୍କା ଘରେ ଥିବା ସମୟରେ ବେଶ ଗେହ୍ଲାରେ ବଡ଼ ହେବା ସହିତ ଭଲ ପାଠ ପଢ଼ୁଥିଲେ । ଏହାପରେ ତାଙ୍କୁ ଅଧିକ ପାଠ ପଢ଼ାଇବା ପାଇଁ ବ୍ରହ୍ମପୁରରେ ଇଞ୍ଜିନିୟରିଂ ସ୍କୁଲରେ ନାମ ଲେଖାଯାଇଥିଲା । ପାଠପଢ଼ିବା ସମୟରେ ମଧ୍ୟ ମା, ବାପା ଓ ଭାଇ ପ୍ରତି ପ୍ରିୟଙ୍କାଙ୍କ ଭଲ ପାଇବା ଢ଼େର ରହିଥିଲା । କିନ୍ତୁ ଜଣେ ପୁଅ ପ୍ରିୟଙ୍କାଙ୍କୁ ନିଜର ପ୍ରେମ ଜାଲରେ ଫସାଇ ଦେଇ ତାଙ୍କୁ ଏଭଳି ଖରାପ କାମ କରିବା ନିମନ୍ତେ ପ୍ରବର୍ତ୍ତାଉଛି । ତେଣୁ ସେ ପୁଅ ଓ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାପରେ ହିଁ ପ୍ରିୟଙ୍କା ନିଜ ପରିବାର ପାଖକୁ ଫେରିପାଇବେ ବୋଲି କହିଛନ୍ତି,‘‘ ପ୍ରିୟଙ୍କାଙ୍କ ବାପା ବିଜୟ ଚନ୍ଦ୍ର ସାହୁ ।

ସେପଟେ ପ୍ରିୟଙ୍କାଙ୍କ ବାପା ଓ ମା ନ୍ୟାୟ ପାଇବା ନିମନ୍ତେ ପ୍ରଥମେ ଥାନାର ଦ୍ବାରସ୍ଥ ହେବା ପରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସାହାର୍ଯ୍ୟ ଲୋଡ଼ିଥିଲେ । ପ୍ରମିଳାଙ୍କ ଉଦ୍ୟମ ପରେ ଝିଅ ଗତ ୭ ତାରିଖରେ ଥାନାକୁ ଆସିଥିବା ବେଳେ ଝିଅର ଏଭଳି ମାଆ ପ୍ରତି ବ୍ୟବହାର ଲଜ୍ବ୍ୟାଜନକ । ତେଣୁ ଝିଅକୁ କିଭଳି ଭାବେ ତାଙ୍କ ମା ସହ ମିଶାଇବା ସହ ପୁଅ ଓ ପୁଅଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ପ୍ରମିଳା ତ୍ରିପାଠୀ ।

ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ଶେଷ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ । ଥାନା ପରିସରରେ ଜଣେ ମାକୁ ଝିଅର ଏଭଳି ଦୁର୍ବ୍ୟବହାର ସାଙ୍ଗକୁ ଠେଲିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ମା'ର ଏତଲା ପରେ ପୋଲିସ ପକ୍ଷରୁ ଝିଅ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ନଜର ରହିଛି ।
Published by:Soubhagya Mishra
First published: