News18 Odia Digital
Giridhar Gamang: ବିଜେପି ଛାଡିଲେ ଗିରିଧର ଗମାଙ୍ଗ (Giridhar Gamang) ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ (Shishir Gamang)। ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା(J P Nadda)ଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବାପ-ପୁଅ। ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ ।
ଅନ୍ୟପଟେ ଗିରିଧାରୀ ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ PRS ରେ ମିଶିବା ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଗିରିଧାରୀ ଗମାଙ୍ଗଙ୍କୁ ଉଚିତ ଦାୟିତ୍ବ ଦେଲାନି ଏଣୁ ସେ ଦଳ ଛାଡ଼ି ଠିକ କରିଛନ୍ତି । କଂଗ୍ରେସ ତାଙ୍କୁ ସମ୍ମାନ ଦେଇଥିଲା । କେନ୍ଦ୍ର ମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ପିସିସି ସଭାପତି କରିଥିଲା କଂଗ୍ରେସ। ହେଲେ ସେ ଦଳ ଛାଡ଼ି ଚାଲିଗଲେ । PRS ଓଡ଼ିଶାରେ କିଛି ପ୍ରଭାବ ପକାଇ ପାରିବିନି। ଏଠାରେ ବିଜେଡି , ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ବୋଲି କହିଛନ୍ତି ସୁର ରାଉତରାୟ ।
ହାଇଦ୍ରାବାଦରୁ ଓଡ଼ିଶା ପ୍ଲାନ୍; ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି
ସେପଟେ ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି ( Bharat rashtra samithi )। ସବୁ ନିର୍ବାଚନ ମଣ୍ଡଳୀରେ ଦଳ ଟିକଟ ଦେବା ନେଇ ପ୍ଲାନ୍ କରୁଛି। ଓଡ଼ିଶାରେ ଦଳ ଜୋରଦାର ପ୍ରଚାର ( Campaigning ) କରିବ । ପୂର୍ବରୁ ଗିରିଧାରୀ ଗୋମାଙ୍ଗ ଓ ତାଙ୍କ ପୁଅ ଶିଶିର ଗୋମାଙ୍ଗ କେସିଆରଙ୍କ ସହ ଯୋଗାଯୋଗରେ ଥିବାବେଳେ ଏବେ ୧୨ ରୁ ଅଧିକ ନେତା ଯୋଗାଯୋଗରେ ଅଛନ୍ତି। ସେପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ପାନ ଓଡ଼ିଶାକୁ ନେତୃତ୍ୱ ଦେଇପାରିଥିବା ନେତା ଦଳ ପାଇଁ ଦରକାର ବୋଲି ସୂଚନା ମିଳିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।